Categories: ଜାତୀୟ

‘କୃଷକ ଚିନ୍ତାରେ, ଯୁବକଙ୍କ ସ୍ୱପ୍ନ ହୋଇଛି ଚୁରମାର’, ଗୁଜରାଟ ନିର୍ବାଚନର ପ୍ରଥମ ରାଲିରେ କହିଲେ ରାହୁଲ

ସୁରଟ,୨୧ ।୧୧: ଗୁଜରାଟ ବିଧାନସଭାର ନିର୍ବାଚନି ପ୍ରଚାରକୁ ଓହ୍ଲାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ଗୁଜରାଟରେ ସେ ତାଙ୍କର ପ୍ରଥମ ରାଲି କରିଛନ୍ତି । ସୁରଟରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । କଂଗ୍ରେସ ଏମପି କହିଛନ୍ତି ୭୦ ଦିନ ହେବ ଆମେ ଭାରତ ଯୋଡୋ ଯାତ୍ରା କରୁଛୁ । ଲକ୍ଷ ଲକ୍ଷ ଲୋକ ଆମ ଯାତ୍ରାରେ ସାମିଲ ହୋଇଛନ୍ତି । ସମସ୍ତ ଜାତି ଓ ଧର୍ମର ଲୋକେ ଯାତ୍ରାରେ ସାମିଲ ହୋଇଛନ୍ତି ଯାତ୍ରା ସମୟରେ ୨ ଜଣ ଶହୀଦ ହୋଇଛନ୍ତି ହେଲେ ଯାତ୍ରା ବନ୍ଦ ହୋଇନାହିଁ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ହିନ୍ଦୁସ୍ତାନକୁ ଯୋଡିବା କାମ ଜଣେ ଗୁଜରାଟି ମହାତ୍ମା ଗାନ୍ଧୀ କରିଥିଲେ । ଆମେ କୃଷକଙ୍କ ସହ କଥା ହେଲେ ଦୁଃଖ ଲାଗୁଛି । କୃଷକଙ୍କୁ ସଠିକ୍ ଦାନ ମିଳୁନାହିଁ, କୃଷକଙ୍କ ଋଣ ଛାଡ ହେଉନାହିଁ । ଯୁବକଙ୍କ ସ୍ୱପ୍ନ ଚୁରମାର ହୋଇଯାଉଛି । ସେ କହିଛନ୍ତି ହିନ୍ଦୁସ୍ତାନର ପ୍ରଥମ ଓ ଅସଲ ମାଲିକ ହେଉଛନ୍ତି ଆଦିବାସୀ । ହେଲେ ଆଦିବାସୀଙ୍କୁ ତାଙ୍କ ଜମିରୁ ବେଦଖଲ କରାଯାଉଛି ।

Share