Categories: ଖେଳ

ମୁଣ୍ଡରେ ହାତ ପିଟିଲେ ରାହୁଲ ଦ୍ରାବିଡ୍‌

ଲକ୍ଷ୍ନୌ,୨୫।୨: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି। ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଉକ୍ତ ମ୍ୟାଚରେ ଈଶାନ କିଶନ ଓ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ଉଇକେଟ ହରାଇ ୧୯୯ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୬ ଉଇକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା।
ଭାରତୀୟ ବୋଲରମାନେ ମ୍ୟାଚ ଆରମ୍ଭରୁ ଶ୍ରୀଲଙ୍କା ଦଳକୁ ଝଟ୍‌କା ଦେବା ଆରମ୍ଭ କରିଥିଲେ। ଭୁବନେଶ୍ୱର କୁମାର ପ୍ରଥମ ବଲରେ ଗୋଟିଏ ଉଇକେଟ ନେଇଥିଲେ। ସେ ମ୍ୟାଚରେ ବହୁତ ଭଲ ବୋଲିଂ କରିଥିଲେ। ସେହିପରି ୟୁଜବେନ୍ଦ୍ର ଚହଲଙ୍କ ଏକ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ଚରିତ୍‌ ଆସଲାଙ୍ଗା ଅମ୍ପାୟାର୍‌ ଆଉଟ୍‌ ଦେଇଥିଲେ। କିନ୍ତୁ ଚରିତ୍‌ ଡିଆର୍‌ଏସ୍‌ ନେଇଥିଲେ। ଏଥିରେ ତୃତୀୟ ଅମ୍ପାୟାର୍‌ ତାଙ୍କୁ ଆଉଟ୍‌ ଦେଇଥିଲେ। ଅମ୍ପାୟାର ନିଷ୍ପତ୍ତି ବଦଳାଇବା ପରେ ରୋହିତ ଶର୍ମା ହସୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ କୋଚ ରାହୁଲ ଦ୍ରାବିଡ ମୁଣ୍ଡରେ ହାତ ପିଟିଥିଲେ।

Share