Categories: ଖେଳ

ବିରୋଧୀ ଖେଳାଳିଙ୍କ ପିଠି ଥାପୁଡାଇଲେ ଦ୍ରାଭିଡ

ବେଙ୍ଗାଲୁରୁ,୧୪।୩: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କାର ଦ୍ରୁତ ବୋଲର ସୁରଙ୍ଗା ଲାକମାଲଙ୍କୁ ତାଙ୍କର ଜବରଦସ୍ତ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲାକମଲ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ଭାରତ ଆସିବା ପୂର୍ବରୁ ସେ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ଯାଉଥିବା ସେ ଘୋଷଣା କରିସାରିଛନ୍ତି। ଭାରତର ଦ୍ୱିତୀୟ ଇନିଂସରେ ବୋଲିଂ ଶେଷ କରି ଲାକମଲ ଡ୍ରେସିଂ ରୁମକୁ ଯାଉଥିଲେ, ଦ୍ରାବିଡ ଏବଂ କୋହଲି ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କୁ ପିଠିକୁ ଥାପୁଡାଇଥିଲେ।
କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏହାର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏହାର ଭିଡିଓ ଅପଲୋଡ କରିଛି। ଭାରତ ବିପକ୍ଷ ଦିନିକିଆ ଟେଷ୍ଟ ମ୍ୟାଚରେ ୩୫ ବର୍ଷୀୟ ଲାକମଲ ମୋଟ ୧୮ ଓଭର ବୋଲିଂ କରିଥିଲେ। ସେ ଗୋଟିଏ ସଫଳତା ପାଇଥିଲେ। ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ଦଳ ପରାଜୟ ଦ୍ୱାରରେ ଅଛି। ଅଛି। ଶ୍ରୀଲଙ୍କା ସମ୍ମୁଖରେ ଭାରତ ୪୪୭ ରନର ଲକ୍ଷ୍ୟ ସ୍ଥିର କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭ୍ରମଣକାରୀ ଦଳ ୨୮ ରନରେ ଗୋଟିଏ ହରାଇଥିଲା। ତୃତୀୟ ଦିନ ଖେଲ ଆରମ୍ଭ ହେବା ପରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୨୦୦ ରନ୍‌ରେ ୬ ଉଇକେଟ୍‌ ହରାଇଛି।
ଭାରତ ସେମାନଙ୍କର ଦ୍ୱିତୀୟ ଇନିଂସ ୩୦୩/୯ ଘୋଷଣା କରିବା ପରେ ଶ୍ରୀଲଙ୍କା ଖେଳାଳିମାନେ ପଡ଼ିଆ ଛାଡିବାବେଳେ ଲାକମାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ସମୟରେ, ଲାକମଲ ବହୁତ ଭାବପ୍ରବଣ ହୋଇଥିଲେ। ୭୦ଟି ଟେଷ୍ଟ ମ୍ୟାଚରେ ସୁରଙ୍ଗା ଲାକମଲ ୧୭୨ ଉଇକେଟ ଏବଂ ୮୬ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୧୦୯ ଉଇକେଟ ନେଇଛନ୍ତି। ୧୧ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଲାକମଲଙ୍କ ନାମରେ ୮ଟି ଉଇକେଟ ଅଛି। ୨୦୦୯ ମସିହାରେ ଲାକମଲ ଭାରତ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ।

Share