Categories: ଖେଳ

ଖୁସି ଖବର: ଭାରତୀୟ ଦଳର କୋଚ ହେବେ ରାହୁଲ ଦ୍ରାଭିଡ

ନୂଆଦିଲ୍ଲୀ,୨୦।୫:ଭାରତୀୟ କ୍ରିକେଟ ଦଳ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର କୋଚିଂ ଦାୟିତ୍ୱ ଗ୍ରହଣ କରିବେ। ତେବେ ଦ୍ରାଭିଡଙ୍କୁ ଏହି ସିରିଜ୍‌ ପାଇଁ କେବଳ କୋଚ୍‌ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଜୁଲାଇରେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ଏବଂ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏବେ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ର ମୁଖ୍ୟ ଦ୍ରାଭିଡ ଭାରତ ‘ଏ’ ଏବଂ ଅଣ୍ଡର -୧୯ ଦଳର ପ୍ରଶିକ୍ଷକ ରହିଛନ୍ତି। ଦ୍ରାଭିଡ ଦ୍ୱିତୀୟ ଥର ପାଇଁ ସିନିୟର ଦଳରେ ଯୋଗଦେବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୧୪ ମସିହାରେ ସେ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ଭାବରେ ଇଂଲଣ୍ଡ ଗସ୍ତରେ ଯାଇଥିଲେ। ଶ୍ରୀଲଙ୍କା ଗସ୍ତ ସମୟରେ ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରୋହିତ ଶର୍ମାଙ୍କ ଭଳି ବଡ଼ ଖେଳାଳି ଏବଂ କୋଚିଂ ଷ୍ଟାଫ୍‌ ଯିବେ ନାହିଁ। ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ଖେଲାଯିବାକୁ ଥିବାବେଳେ ସେମାନେ ଇଂଲଣ୍ଡରେ ଗସ୍ତରେ ଯିବେ। ଫଳରେ ଶ୍ରୀଲଙ୍କା ଗସ୍ତରେ ଶିଖର ଧାୱନ କିମ୍ବା ଭୁବନେଶ୍ୱର କୁମାରଙ୍କୁ ଅଧିନାୟକ କରାଯିବାର ସମ୍ଭାବନା ରହିଛି।

Share