Categories: ଖେଳ

ସ୍ବଭାବରେ ବହୁତ ରାଗି ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରିଥିଲେ ଝଗଡ଼ା

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଦିଗ୍ଗଜ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ନେଇଥିବା ଖେଳାଳି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୨ ଟେଷ୍ଟ ମ୍ୟାଚ୍‌ରେ ୬୧୯ ଉଇକେଟ ନେଇଛନ୍ତି। ଗୋଟିଏ ପାଳିରେ ୧୦ଟି ଉଇକେଟ ନେବା ଦ୍ୱିତୀୟ ବୋଲର ମଧ୍ୟ ସେ। ଦିନିକିଆ ମ୍ୟାଚ୍‌ରେ କୁମ୍ବଲେ ୨୭୧ ମ୍ୟାଚ୍‌ ଖେଳି ୩୩୭ ଉଇକେଟ ନେଇଛନ୍ତି। କ୍ରିକେଟ ପଡ଼ିଆରେ ନିଜର ଶତ ପ୍ରତିଶତ ଦେଉଥିବା ଏହି ଖେଳାଳି ସ୍ବଭାବରେ ବହୁତ ରାଗି। ପାକିସ୍ତାନର ସବୁଠାରୁ ଶାନ୍ତ ଖେଳାଳି ଇନ୍ଜାମାମ ଉଲ ହକଙ୍କ ସହ ମଧ୍ୟ ସେ ଝଗଡ଼ା କରିସାରିଛନ୍ତି ବୋଲି ରାହୁଲ ଦ୍ରାବିଡ ଖୁଲାସା କରିଛନ୍ତି।

ଅଭିନେତା ଅପାରଶକ୍ତିଙ୍କ କାର୍ଯ୍ୟକ୍ରମ ‘କ୍ରିକେଟ ଡାଏରିଜ’ରେ ଦ୍ରାବିଡ଼ଙ୍କ ସହ ଅତିଥି ଭାବେ ଯୋଗଦେଇଥିଲେ ମହମ୍ମଦ କୈଫ ଏବଂ ଅଜିତ ଅଗରକର। ଏହି କାର୍ଯ୍ୟକ୍ରମରେ କୁମ୍ବଲେଙ୍କ ବିଷୟରେ ଦ୍ରାବିଡ଼ଙ୍କୁ ପଚରାଯାଇଥିଲା। ଏହାର ଜବାବରେ ଦ୍ରାବିଡ କହିଥିଲେ, ବହୁତ ରାଗି। ପଡ଼ିଆରେ ସେ ବହୁତ ରାଗି ହୋଇଯାଇଥାନ୍ତି। ଇନ୍ଜାମାମଙ୍କ ଭଳି ଖେଳାଳିଙ୍କୁ ବି ସେ ଛାଡ଼ି ନାହାନ୍ତି। ତାଙ୍କ ସହ ସେ ଝଗଡ଼ା କରିଛନ୍ତି। ସେହିଭଳି କୈଫ କହିଥିଲେ, ଆମେ ତାଙ୍କୁ ସବୁବେଳେ ରାଗି ଅବସ୍ଥାରେ ଦେଖୁ। ସେ କେବେହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ୧୦ ଉଇକେଟ ନେଲେ ମଧ୍ୟ ତାଙ୍କର ସେଭଳି ଅବସ୍ଥା ଥାଏ।

Share