Posted inଖେଳ

ଟିମ୍‌ ଇଣ୍ଡିଆର୍‌ ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….

ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର୍‌ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର ହେଡ୍‌ କୋଚ୍‌ ହେବାର ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ କ୍ରିକେଟ ବୋର୍ଡ ଅଫ୍‌ ଇଣ୍ଡିଆ(ବିସିସିଆଇ)ର ଉଦ୍ୟମ ପରେ ସେ ଏବେ ରାଜି ହୋଇଥିବା କୁହାଯାଉଛି। ଯୁବ ଖେଳାଳିଙ୍କ ଆଗମନ ଯୋଗୁ ଭାରତୀୟ ଦଳରେ ପରିବର୍ତ୍ତନ ଦେଖାଦେଇଛି। ସେମାନେ ଦ୍ରାବିଡଙ୍କ ସହ କାମ କରିଛନ୍ତି। ଏଣୁ ଖେଳାଳିମାନେ ଦ୍ରାବିଡଙ୍କ ପଥରେ ଚାଲି ନୂଆ ଉପଲବ୍ଧି ହାସଲ କରିବେ ବୋଲି ଆଶା କରାଯାଉଛି।

ଶୁକ୍ରବାର ସୌରଭ ଗାଙ୍ଗୁଲି ଏବଂ ଜୟ ଶାହାଙ୍କ ସହ ଦ୍ରାବିଡଙ୍କର ଏକ ବୈଠକ ହୋଇଥିଲା। ବୈଠକ ପରେ ଦ୍ରାବିଡ ମୁଖ୍ୟ କୋଚ୍‌ ପଦ ସମ୍ଭାଳିବା ନେଇ ସହମତି ପ୍ରକାଶ କରିଛନ୍ତି। ଟି-୨୦ ବିଶ୍ୱକପ୍‌ ପରେ ସେ ଏହି ଦାୟିତ୍ୱ ନେବେ। ଦୁଇ ବର୍ଷ ଯାଏ ସେ ଏହାକୁ ପରିଚାଳନା କରିବେ। ଅପରପକ୍ଷେ ପରାସ ମହମ୍ବ୍ରେକୁ ବୋଲିଂ କୋଚ୍‌ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ସେ ଭରତ ଅରୁଣଙ୍କ ସ୍ଥାନ ନେବେ। ତେବେ ଉଭୟଙ୍କ ନିଯୁକ୍ତି ନେଇ ବିସିସିଆଇ ପକ୍ଷରୁ ଆଧିକାରୀକ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ସେହିଭଳି ଫିଲ୍ଡିଂ କୋଚ୍‌ ଆର୍‌ ଶ୍ରୀଧରଙ୍କ ବଦଳି ନେଇ ନିଷ୍ପତ୍ତି ନିଆଯାଇନାହିଁ। ଏଥିସହ ବିକ୍ରମ ରାଠୋର ଦଳର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ।

କହିରଖୁଛୁ,ଭାରତୀୟ ଦଳର ମୁଖ୍ୟ ପ୍ରଶକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର୍‌ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ୍‌ ପରେ ଏହି ୩ଜଣ ଇସ୍ତଫା ଦେବେ। ଦ୍ରାବିଡ ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ମୁଖ୍ୟ ଅଛନ୍ତି। ସେ ଏହି ପଦରୁ ଇସ୍ତଫା ଦେବେ। ଗତ ଜୁଲାଇରେ ଶ୍ରୀଲଙ୍କା ଗସ୍ତ ସମୟରେ ଦ୍ରାବିଡ ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ଦଳ ଶ୍ରୀଲଙ୍କାରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଜିତିଥିବା ବେଳେ ଟି-୨୦ ସିରିଜରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri