Categories: ଖେଳ

ଡ୍ରାଭିଡ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ, ୨୪।୮(ପି.ଟି.): କୋଭିଡ୍‌ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କର ପଜିଟିଭ ଆସିଛି। ଫଳତଃ ଏସିଆ କପ୍‌ରେ ଭାଗନେବାକୁ ଦୁବାଇ ଅଭିମୁଖେ ଗସ୍ତ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସହ ସେ ଯାଇପାରି ନାହାନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ମଙ୍ଗଳବାର ପ୍ରକାଶ କରିଛନ୍ତି। କ୍ରିକେଟ ଏସିଆ କପ୍‌ ଅଗଷ୍ଟ ୨୭ରୁ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଭାରତ ଅଗଷ୍ଟ ୨୮ରେ ଏହାର ଓପନିଂ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବ। ଏସିଆ କପ୍‌ ୨୦୨୨ ପାଇଁ ୟୁଏଇ ପ୍ରସ୍ଥାନ ପୂର୍ବରୁ ନିୟମାନୁସାରେ ହୋଇଥିବା କୋଭିଡ୍‌ ଟେଷ୍ଟରେ ଡ୍ରାଭିଡ୍‌ଙ୍କର ପଜିଟିଭ ଆସିଥିଲା। ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। ବର୍ତ୍ତମାନ ସେ ବିସିସିଆଇ ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ରହିଛନ୍ତି।

Share