Posted inଖେଳ

ଏମିତି ଚମତ୍କାର କ୍ୟାଚ୍‌ ଧରିଲେ ରାହୁଲ, ଛିଡାହୋଇ କରତାଳି ଦେଲେ ମାଲିକ

ନୂଆଦିଲ୍ଲୀ,୧୫।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଆଉ ଏକ ମ୍ୟାଚ ହାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଲକ୍ଷ୍ନୌ ଦଳ ହୁଏତ ମ୍ୟାଚ ହାରିଥାଇପାରେ, କିନ୍ତୁ ଅଧିନାୟକ କେ.ଏଲ ରାହୁଲ ତାଙ୍କ କ୍ୟାଚ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ଏପରିକି ଲକ୍ଷ୍ନୌ ମାଲିକ ସଞ୍ଜୀବ ଗୋଏଙ୍କା ଠିଆ ହୋଇ କେ.ଏଲ ରାହୁଲଙ୍କ କ୍ୟାଚରେ କରତାଳି ଦେଇଥିଲେ।
ରାହୁଲଙ୍କ କ୍ୟାଚ୍‌ ଧରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାହୁଲ ଦିଲ୍ଲୀର ଶାଇ ହୋପଙ୍କ କ୍ୟାଚ ନେଇଥିଲେ। ସେ ଏହି କ୍ୟାଚ ପ୍ରଥମରେ ନୁହେଁ ଦ୍ୱିତୀୟ ପ୍ରୟାସରେ ନେଇଥିଲେ। ରାହୁଲ ସର୍କଲ ଭିତରେ ଥିବା ଅଫ୍‌ ସାଇଡ୍‌ରେ ଫିଲ୍ଡିଂ କରୁଥିଲେ। ଶାଇ ହୋପ ଦ୍ରୁତ ବ୍ୟାଟ ସହିତ ରବି ବିଷ୍ଣୋଇଙ୍କ ବଲକୁ ଏକ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ବଲ ସିଧା କେ.ଏଲ ରାହୁଲ ଆଡକୁ ଗଲା। କିନ୍ତୁ ବଲ ରାହୁଲଙ୍କ ଛାତି ପାଖରେ ପହଞ୍ଚିଥିଲା, ଯାହା ସେ ଠିକ ଭାବରେ ଧରିପାରି ନ ଥିଲେ ଏବଂ ପ୍ରଥମ ପ୍ରୟାସରେ ବଲକୁ ଖସାଇ ଥିଲେ। ବଲଟି ତଳେ ପଡ଼ିବା ପୂର୍ବରୁ ରାହୁଲ ପୁଣି ଦୌଡ଼ିଯାଇ ଏକ ଚମତ୍କାର କ୍ୟାଚ୍‌ ଧରିଥିଲେ। ରାହୁଲଙ୍କ ଏହି ଧରିବା ପ୍ରକୃତରେ ଦେଖିବା ଯୋଗ୍ୟ ଥିଲ। ପଡ଼ିଆରେ ରାହୁଲଙ୍କ ଏହି କ୍ୟାଚ୍‌ ଧରିବା ଷ୍ଟାଇଲ୍‌କୁ ସମସ୍ତେ ପ୍ରଶଂସା କରିଥିଲେ। ଏପରିକି ଲକ୍ଷ୍ନୌ ସୁପର ଜିଆଣ୍ଟସ ମାଲିକ ସଞ୍ଜୀବ ଗୋଏଙ୍କା ମଧ୍ୟ ଷ୍ଟାଣ୍ଡରେ ଛିଡା ହୋଇ କରତାଳି ମାରିଥିଲେ।
ଦିଲ୍ଲୀ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ପରାଜୟର ସମ୍ମୁଖୀନ ହୋଇଥିଲା। ଲକ୍ଷ୍ନୌ ହାଇଦ୍ରାବାଦ ବିପକ୍ଷରେ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଦଳର ଲଜ୍ଜାଜନକ ପରାଜୟ ପରେ ସଞ୍ଜୀବ ଗୋଏଙ୍କା ଅଧିନାୟକ କେ.ଏଲ ରାହୁଲଙ୍କ ଉପରେ ରାଗିଥିବାର ନଜର ଆସିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ସେ ରାହୁଲଙ୍କ ପାଇଁ କରତାଳି ଦେଉଥିବାର ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri