Posted inଜାତୀୟ

ସାବରକରଙ୍କୁ ନେଇ ଟଣାଓଟରା

ଶିବସେନା ଓ କଂଗ୍ରେସ ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ। କ୍ଷମତା ରାଜନୀତିର ବାଧ୍ୟବାଧକତା ଦିନେ ଏହି ଦୁଇ ଦଳକୁ ଏକାଠି କରିଥିଲା। କିନ୍ତୁ ଏବେ ଶିବସେନା ଯେଉଁ ବୀର ସାବରକରଙ୍କୁ ନିଜ ଆଦର୍ଶ ବିବେଚନା କରି ତାଙ୍କ ପାଇଁ ‘ଭାରତ ରନତ୍’ ଉପାଧି ମାଗୁଛି ସେହି ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି। ଏହାକୁ ଉଦ୍ଧବ ଠାକ୍‌ରେଙ୍କ ଦଳ ବିରୋଧ କରିଛି। ଦଳର ମୁଖପାତ୍ର ସାମ୍‌ନାରେ ଏନେଇ ରାହୁଲଙ୍କୁ ଶୁଣାଇ ଦିଆଯାଇଛି ଯେ, ଆଉ ବରଦାସ୍ତ କରିହେବ ନାହିଁ।

ନୂଆଦିଲ୍ଲୀ/ମୁମ୍ବାଇ,୨୮ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୀର ସାବରକରଙ୍କୁ ଅପମାନିତ କରି ସତ୍ୟର ଯୁଦ୍ଧ ଜିତିପାରିବେ ନାହିଁ ବୋଲି ସୋମବାର ଶିବସେନା ମୁଖପାତ୍ର ସାମ୍ନା ସମ୍ପାଦକୀୟରେ ଉଦ୍ଧବ ଠାକ୍‌ରେ ଉଲ୍ଲେଖ କରିଛନ୍ତି। ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟରେ କଂଗ୍ରେସ ସାମିଲ ହୋଇଥିଲେ ସୁଦ୍ଧା ସାବରକରଙ୍କୁ ନେଇ ସର୍ବପୁରାତନ ଦଳର ଆଭିମୁଖ୍ୟକୁ ଶିବସେନା (ୟୁଟିବି) ଗ୍ରହଣ କରିବ ନାହିଁ ବୋଲି ଏଥିରେ ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଛି।
ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏପରି କି ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ଏହା ପୂର୍ବରୁ ରାହୁଲ ଲଣ୍ଡନରେ ଭାରତୀୟ ଗଣତନ୍ତ୍ର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ନେଇ ହିନ୍ଦୁତ୍ୱବାଦୀ ଭାଜପା ରାହୁଲ ଓ ତାଙ୍କ ଦଳକୁ ବାରମ୍ବାର ଟାର୍ଗେଟ କରୁଛି। ରାହୁଲ କ୍ଷମା ମାଗନ୍ତୁ ବୋଲି ଗୈରିକ ଦଳ ଦାବି କରୁଛି। ଏନେଇ ରାହୁଲ ଶନିବାର କହିଥିଲେ, ସାବରକର ବ୍ରିଟିଶ ଶାସକଙ୍କୁ ସହାୟତା କରିଥିଲେ ଓ ସେମାନଙ୍କୁ ଭୟକରି କ୍ଷମାଭିକ୍ଷା କରିଥିଲେ। ସେ ସାବରକର ନୁହନ୍ତି ଯେ କ୍ଷମା ମାଗିବେ ବୋଲି ରାହୁଲ ସ୍ପଷ୍ଟ କରିଥିଲେ। କେବଳ ଶନିବାର ନୁହେଁ, ଏହା ପୂର୍ବରୁ ମଧ୍ୟ ମୋଦି ଓ ଭାଜପାକୁ ଟାର୍ଗେଟ କରିବାକୁ ଯାଇ ସେ ବୀର ସାବରକରଙ୍କ ସମ୍ପର୍କରେ ଅବତାରଣା କରିଥିଲେ। ଅନ୍ୟପକ୍ଷେ ବ୍ରିଟିଶ୍‌ ଶାସନ ଅମଳରେ ସାବରକର ଦାସତ୍ୱ ବିରୋଧରେ ଲଢ଼େଇ କରୁଥିଲେ। ତାଙ୍କ ଅପମାନକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ରାହୁଲଙ୍କ ଉପରେ ବର୍ଷିଛି ଶିବସେନା (ୟୁଟିବି)। ଏମ୍‌ଭିଏ ଗଠନ ପୂର୍ବରୁ ରାହୁଲ ଯେତେବେଳେ ବି ସାବରକରଙ୍କ ଉପରେ ନକାରାମତ୍କ ମନ୍ତବ୍ୟ ଦେଇଛନ୍ତି, ଉଦ୍ଧବଙ୍କ ଶିବସେନା ତାକୁ କଡ଼ା ନିନ୍ଦା କରିଛି। ସଦ୍ୟ ପ୍ରକାଶିତ ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ମାନହାନି ମାମଲାରେ ରାହୁଲଙ୍କ ସହ ଯାହା ହୋଇଛି ତାହା ଅନ୍ୟାୟ। କିନ୍ତୁ ସାବରକରଙ୍କୁ ଅପମାନିତ କରି ସେ ସତ୍ୟର ଯୁଦ୍ଧରେ ବିଜୟୀ ହୋଇପାରିବେ ନାହିଁ। ରାହୁଲ ଦେଶ ଓ ସତ୍ୟ ପାଇଁ ପ୍ରାଣବଳୀ ଦେଇଥିବା ଏକ ପରିବାରରେ ଜନ୍ମିତ। କିନ୍ତୁ ସାବରକର ଓ ତାଙ୍କ ପରିବାର ମଧ୍ୟ ଦେଶ ପାଇଁ କାମ କରିଥିଲେ।

ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଅନେକ ବର୍ଷ ବିତାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ବାରମ୍ବାର ଅପମାନିତ କରିବା ଦୁର୍ଭାଗ୍ୟର କଥା। ସାବରକର ବ୍ରିଟିଶ୍‌ମାନଙ୍କୁ କ୍ଷମା ମାଗିଥିବାର କୌଣସି ପ୍ରମାଣ ନାହିଁ। ରାହୁଲଙ୍କ ବିରୋଧରେ ୫ ବର୍ଷ ପୂର୍ବେ ଏତଲା ଦେଇଥିଲି। ଏହାର ଶୁଣାଣି ଶେଷ ହେଲେ ରାହୁଲ ପୁଣି ଥରେ ଦୋଷୀ ସାବ୍ୟସ୍ତ ହେବେ।

-ରଣଜିତ ସାବରକର, ବୀର ସାବରକରଙ୍କ ଅଣନାତି


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri