Posted inଜାତୀୟ

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ। ନ୍ୟାୟ ଯାତ୍ରାର ସଂଯୋଜକ ପିଏଲ ପୁନିଆ ସମାଜବାଦି ପାର୍ଟି କାର୍ଯ୍ୟାଳୟରେ ନିମନ୍ତ୍ରଣ ନେଇ ପହଞ୍ଚିଛନ୍ତି।

ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଏଏନଆଇ ସହ ସୂଚନା ଦେଇ କହିଛନ୍ତି ଯେ ଆମେ ଗୁରୁବାର(ଫେବୃଆରୀ ୨୨) ଭାରତ ଯୋଡୋ ନ୍ୟାୟା ଯାତ୍ରାରେ ଯୋଗଦେବାକୁ ଅଖିଳେଶ ଯାଦବଙ୍କୁ ଆମନ୍ତ୍ରଣ କରିବାକୁ ଯାଉଛୁ। ସେ ଫେବୃଆରୀ ୨୫ରେ ଆଗ୍ରାରେ ଯୋଗଦେବେ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ଏସପିଙ୍କ ମଧ୍ୟରେ ଏକ ମିଳିତ ମେଣ୍ଟ ଥିଲା। ଉତ୍ତରପ୍ରଦେଶରେ କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଉଥିବାବେଳେ ମଧ୍ୟପ୍ରଦେଶରେ ଏସପି ନିଜ ପ୍ରାର୍ଥୀଙ୍କୁ ଗୋଟିଏ ଆସନରେ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ଆଶେସ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ସିଡ୍‌ନୀ,୩ା୧: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଆଶେସ ଟେଷ୍ଟ ଖେଳାଯିବ। ହେଲେ ଗତ ମାସରେ...

ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା, ଜିଲାପାଳଙ୍କୁ…

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଦିଗପହଣ୍ଡି...

ଦିବ୍ୟାଙ୍ଗ ଛାତ୍ରଙ୍କ ଇଚ୍ଛା ପୂରଣ କଲେ ନବୀନ

ଛତ୍ରପୁର,୩।୧(ଦିଲ୍ଲୀପ ସାମଲ): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିବ୍ୟାଙ୍ଗ ଛାତ୍ର ସୁଗମ କୁମାର ପାଢ଼ୀ(ମୁରାରୀ) ଭେଟି ଖୁସି ଜାହିର କରିଛନ୍ତି...

ଦେବାଶିଷ-ରଣେନ୍ଦ୍ରଙ୍କ ପୋଷ୍ଟରରୁ ଶଙ୍ଖ ଗାଏବ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଉଭୟଙ୍କ ପୋଷ୍ଟରରେ ଶଙ୍ଖ...

ଅବାଧରେ ଚାଲିଛି ନିଶା କାରବାର: ବନ୍ଦ କରିବାକୁ ଆଇଆଇଆସିଙ୍କୁ…

ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ଶାନ୍ତି...

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…

ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି...

ଅଚାନକ୍ ମଣ୍ଡି ପରିଦର୍ଶନ କଲେ ଭଞ୍ଜନଗର ଉପ ଜିଲାପାଳ, ନୋଡାଲ ଅଫିସର- କ୍ବାଲିଟି ଆନାଲିସିସଙ୍କୁ କାରଣ ଦର୍ଶାଅ ନୋଟିସ୍

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ):  ଗଞ୍ଜାମ ଜିଲାରେ ବର୍ତ୍ତମାନ ମଣ୍ଡି ଗୁଡ଼ିକରେ ଧାନ କିଣା ଚାଲିଛି । କିନ୍ତୁ ମଣ୍ଡି ଗୁଡ଼ିକରେ ନାନା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri