ନଭେମ୍ବର ୧୨ ତାରିଖ ରାତିରେ ମଙ୍ଗଳ ଗ୍ରହ ସିଂହ ରାଶିକୁ ଗୋଚର କରିବେ। ଏହା ଫଳରେ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁଙ୍କ ସହ ମଙ୍ଗଳଙ୍କର ସମସପ୍ତକ ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଗଣନା ଅନୁସାରେ, ରାହୁ ଓ ମଙ୍ଗଳଙ୍କ ଏହି ସମସପ୍ତକ ଯୋଗ କେତେକ ରାଶି ପାଇଁ ଅନୁକୂଳ ନ ହୋଇପାରେ। ବିଶେଷକରି କର୍ମକ୍ଷେତ୍ର ଓ ସାମାଜିକ ଜୀବନରେ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିପାରେ ଏବଂ ଏଥିପାଇଁ କେଉଁ ଉପାୟ କରିବା ଉଚିତ।
ମଙ୍ଗଳ ଓ ରାହୁଙ୍କ ମଧ୍ୟରେ ସମସପ୍ତକ ଯୋଗ ସୃଷ୍ଟି ହେବା ସମୟରେ ମଙ୍ଗଳ ଆପଣଙ୍କ ଦ୍ୱାଦଶ ଭାବରେ ରହିବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ବ୍ୟୟ ବା ହାନିର ଭାବ କୁହାଯାଏ। ଅନ୍ୟପଟେ ରାହୁ ଆପଣଙ୍କ ଷଷ୍ଠ ଭାବ ଅର୍ଥାତ୍ ଶତ୍ରୁ ଭାବରେ ଅବସ୍ଥାନ କରିବେ। ଏହି କାରଣରୁ ସମସପ୍ତକ ଯୋଗ ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ।
ଏହି ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ସାମାଜିକ ଓ ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାରେ। କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଅର୍ଥ ବିନିଯୋଗ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ନଚେତ୍ କ୍ଷତି ସହିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଚାଲିଥିବା ରାଜନୀତିଠାରୁ ଯେତେ ଦୂରେଇ ରହିବେ, ସେତେ ଭଲ। ଉପାୟ ସୱରୂପ ଭଗବାନ ଶିବଙ୍କ ଆରାଧନା କରନ୍ତୁ।
ମକର ରାଶିର ବ୍ୟକ୍ତିଙ୍କ ପାଇଁ ସମସପ୍ତକ ଯୋଗ ସମୟରେ ମଙ୍ଗଳ ଅଷ୍ଟମ ଭାବରେ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହା ତ୍ରିକ ଭାବ ମଧ୍ୟରୁ ଅନ୍ୟତମ। ସେହିପରି ରାହୁ ଆପଣଙ୍କ ଦ୍ୱିତୀୟ ଭାବ ଅର୍ଥାତ୍ ଧନ ଭାବରେ ଅବସ୍ଥାନ କରିବେ।
ଏହି ଯୋଗ ଯୋଗୁ କର୍ମକ୍ଷେତ୍ରରେ ହଠାତ୍ ଉତ୍ଥାନ-ପତନ ଦେଖାଦେଇପାରେ। ତେଣୁ ଧୈଯର୍ୟର ସହ ଆଗକୁ ବଢ଼ନ୍ତୁ। ଅର୍ଥ କାରବାର କରିବା ସମୟରେ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ପାଖରେ ରଖନ୍ତୁ। ଗାଡ଼ି ଚଳାଇବା ସମୟରେ ମଧ୍ୟ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ କୌଣସି କାମକୁ ଆସନ୍ତାକାଲି ପାଇଁ ଟାଳନ୍ତୁ ନାହିଁ। ଏପରି କଲେ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇପାରେ। ପେଟଜନିତ ସୱାସ୍ଥ୍ୟ ସମସ୍ୟା ମଧ୍ୟ ଚିନ୍ତା ବଢ଼ାଇପାରେ। ତେଣୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଉପାୟ ସ୍ବରୂପ ହନୁମାନ ଚାଳିଶା ପାଠ କରନ୍ତୁ।
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ରାହୁ-ମଙ୍ଗଳଙ୍କ ସମସପ୍ତକ ଯୋଗ ବୃତ୍ତିଗତ ଜୀବନରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କର୍ମକ୍ଷେତ୍ରରେ ହେଉଥିବା ଛୋଟ ଭୁଲ ମଧ୍ୟ ଆପଣଙ୍କ ପାଇଁ ବଡ଼ ସମସ୍ୟା ଆଣିପାରେ। ତେଣୁ ପ୍ରତ୍ୟେକ କାମ ସତର୍କତାର ସହ କରନ୍ତୁ।
ବ୍ୟବସାୟୀମାନଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଡିଲ ବାତିଲ ହୋଇପାରେ। ଏହା ଯୋଗୁ ମାନସିକ ଚାପ ବଢ଼ିପାରେ। କୋର୍ଟ କଚେରି ସମ୍ବନ୍ଧୀୟ ମାମଲାରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନରେ କଥାବାର୍ତ୍ତା କରିବା ସମୟରେ ଶବ୍ଦର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍ ସାମାନ୍ୟ କଥାରୁ ବିବାଦ ଗମ୍ଭୀର ରୂପ ନେଇପାରେ। ଉପାୟ ସୱରୂପ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ।