ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୪ଟା ୩୪ ମିନିଟରେ ରାହୁ ଓ କେତୁଙ୍କ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହଙ୍କ ଗୋଚରର ପ୍ରଭାବ ବିଭିନ୍ନ ରାଶିର ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳିବ। ବିଶେଷକରି ତୁଳା, ଧନୁ ଓ ମକର ରାଶିର ଲୋକଙ୍କ ପାଇଁ ଏହି ଗୋଚର ଅଶୁଭ ହୋଇପାରେ। ଏହି ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢ଼ିବା ସହ ଆର୍ଥିକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିପାରେ।
ରାହୁ-କେତୁଙ୍କ ଗୋଚର ଯୋଗୁ ତୁଳା ରାଶିର ବ୍ୟକ୍ତିମାନେ ସତର୍କ ରହିବା ଆବଶ୍ୟକ। ପରିବାର ସଦସ୍ୟଙ୍କ ସହ ମତଭେଦ ଓ ତିକ୍ତତା ବଢ଼ିପାରେ। ମାନସିକ ଅଶାନ୍ତି ଦେଖାଦେବାର ଆଶଙ୍କା ରହିଛି। ଏହା ସହ ଅଚାନକ ଖର୍ଚ୍ଚ ବଢ଼ିବା ଯୋଗୁ ଆର୍ଥିକ ସମସ୍ୟାର ସାମ୍ନା କରିପାରନ୍ତି। ତେଣୁ ଅଯଥା ଖର୍ଚ୍ଚରୁ ଦୂରେଇ ରହିବା ଭଲ।
ଧନୁ ରାଶିର ବ୍ୟକ୍ତିମାନେ ଏହି ସମୟରେ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି। ହଠାତ୍ ଖର୍ଚ୍ଚ ବଢ଼ିବା ଯୋଗୁ ବଜେଟ ବିଗିଡ଼ିପାରେ। କୌଣସି କାମରେ ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ନଚେତ୍ ଭବିଷ୍ୟତରେ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ।
ମକର ରାଶିର ବ୍ୟକ୍ତିମାନଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିପାରେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ। କର୍ମକ୍ଷେତ୍ରରେ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ। ଆପଣଙ୍କ କଥା ଯୋଗୁ ବିବାଦ ସୃଷ୍ଟି ହୋଇପାରେ, ଯାହାର ପ୍ରଭାବ କାର୍ଯ୍ୟ ଉପରେ ପଡ଼ିପାରେ।