ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର ପ୍ରଭାବ ଭିନ୍ନ ଭିନ୍ନ ରୂପରେ ଦେଖାଯାଇପାରେ। କେତୁଙ୍କୁ ଆଧ୍ୟାତ୍ମିକତା ଏବଂ ବୈରାଗ୍ୟର କାରକ ଭାବେ ମନେ କରାଯାଏ। ସେହିପରି ରାହୁ ହଠାତ୍‌ ପରିବର୍ତ୍ତନ ଓ ଅପ୍ରତ୍ୟାଶିତ ପରିସ୍ଥିତିର ସଙ୍କେତ ଦେଇଥାଏ।

ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ଏବଂ କେତୁ ସିଂହ ରାଶିରେ ଗୋଚର କରୁଛନ୍ତି। ବର୍ଷ ଶେଷ ଆଡ଼କୁ ଏହି ଦୁଇ ଗ୍ରହ ବିପରୀତ ଗତିରେ ପରବର୍ତ୍ତୀ ରାଶିକୁ ଗୋଚର କରିବେ। ସେପର୍ଯ୍ୟନ୍ତ କିଛି ରାଶି ଉପରେ ଏହାର ବିଶେଷ ପ୍ରଭାବ ରହିପାରେ। ତେଣୁ କାମ, ସମ୍ପର୍କ, ଯାତ୍ରା ଏବଂ ସ୍ବାସ୍ଥ୍ୟ ମାମଲାରେ କିଛି ରାଶିର ଲୋକଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିପାରେ।

କର୍କଟ ରାଶିର ଲୋକଙ୍କୁ ଏହି ସମୟରେ ବିଶେଷ ସତର୍କ ରହିବାକୁ ପଡ଼ିପାରେ। କାମରେ ସାମାନ୍ୟ ଅବହେଳା ମଧ୍ୟ ଭାରି ପଡ଼ିପାରେ। କୌଣସି ଜରୁରୀ କାମ ତରବରିଆ ଭାବେ କଲେ କ୍ଷତି ହୋଇପାରେ। ତେଣୁ ପ୍ରତ୍ୟେକ ନିଷ୍ପତ୍ତି ଭାବିଚିନ୍ତି ନେବା ଭଲ।
ଚାକିରି ସମ୍ପର୍କିତ ନୂଆ ପ୍ରୟାସ କରିପାରନ୍ତି, କିନ୍ତୁ ସଫଳତା ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ। ନିଜ କାମ ସମୟରେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ମାମଲାରେ ମଧ୍ୟ ସତର୍କ ରହିବା ଆପଣଙ୍କ ପାଇଁ ଭଲ ହେବ।

ବିଛା ରାଶିର ଲୋକଙ୍କୁ ମଧ୍ୟ ଆଲର୍ଟ ରହିବାକୁ ପଡ଼ିବ। ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି ବିବାଦରେ ଫସିବାର ସମ୍ଭାବନା ରହିଛି, ତେଣୁ ଅଯଥା ଯୁକ୍ତିତର୍କରୁ ଦୂରେଇ ରହନ୍ତୁ। ସରକାରୀ କାମକାଜ ସହ ଜଡ଼ିତ କୌଣସି ବାଧା ଆସିପାରେ। ଏହି ସମୟରେ ସମ୍ପର୍କରେ ମତଭେଦ ମାନସିକ ଚାପର କାରଣ ହୋଇପାରେ। ଆଲୋଚନା ଏବଂ ବୁଝାମଣା ମାଧ୍ୟମରେ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ। ଏହି ସମୟ ଆପଣଙ୍କ ର୍ଧଯ୍ୟର ପରୀକ୍ଷା ନେଇପାରେ।

କୁମ୍ଭ ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସତର୍କ ରହିବା ଦରକାର। ସାମାନ୍ୟ ଅବହେଳା ମଧ୍ୟ ସମସ୍ୟା ବଢ଼ାଇପାରେ। କାହା ଉପରେ ଆବଶ୍ୟକତାଠାରୁ ଅଧିକ ଭରସା କରିବା କ୍ଷତିକାରକ ହୋଇପାରେ। ତେବେ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଚାକିରି ଏବଂ ବ୍ୟବସାୟ ମାମଲାରେ ଧୈର୍ଯ୍ୟର ସହ ଆଗକୁ ବଢ଼ିବାକୁ ପଡ଼ିବ। ତରବରିଆ ଭାବେ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଭଲ। କୌଣସି ଚିନ୍ତା ମାନସିକ ଚାପ ବଢ଼ାଇପାରେ।

Odisha’s No.1 Odia Daily

Share