ବଦଳିବ ରାହୁ-କେତୁଙ୍କ ଚଳନ: ଏହି ୫ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନବର୍ଷା! ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ,୨୩।୧୧: ବୈଦିକ ଜ୍ୟୋତିଷ ଅନୁସାରେ, ନଭେମ୍ବର ୨୫ ତାରିଖରେ ରାହୁ ଓ କେତୁଙ୍କ ଗୋଚର ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। ରାହୁ ମକର ରାଶିରେ ଏବଂ କେତୁ କର୍କଟ ରାଶିରେ ପ୍ରବେଶ କରିବେ। ଏହି ଦୁଇ ଗ୍ରହଙ୍କ ରାଶି ପରିବର୍ତ୍ତନର ପ୍ରଭାବ ମେଷ, ମିଥୁନ, କର୍କଟ, ସିଂହ ଓ କନ୍ୟା ରାଶିର ଲୋକଙ୍କ ଜୀବନରେ ଦେଖିବାକୁ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ ଅନୁକୂଳ ରହିପାରେ। ତେବେ ଅନ୍ୟ ରାଶିଗୁଡ଼ିକ ଉପରେ ମଧ୍ୟ ଏହି ଗୋଚରର ପ୍ରଭାବ ପଡ଼ିବ। ଆସନ୍ତୁ, ବୈଦିକ ଜ୍ୟୋତିଷ ଅନୁସାରେ ଏହି ୫ଟି ରାଶିର ଲୋକଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସିପାରେ ଜାଣିବା।

ମେଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୂରା ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ଉଚ୍ଚ ପଦବୀ କିମ୍ବା ପଦୋନ୍ନତି ମିଳିପାରେ। ତେବେ ମା’ଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ମିଥୁନ ରାଶିର ଲୋକଙ୍କୁ ହଠାତ୍‌ ଧନଲାଭ ହୋଇପାରେ। ଆର୍ଥିକ ସ୍ଥିତି ମଜଭୁତ ହେବାର ଯୋଗ ରହିଛି। ରାହୁ ଓ କେତୁଙ୍କ ଗୋଚରର ପ୍ରଭାବରେ ଆପଣଙ୍କୁ ଲାଭ ମିଳିପାରେ। ଆର୍ଥିକ କ୍ଷେତ୍ରରେ କିଛି ଭଲ ଖବର ମଧ୍ୟ ମିଳିବାର ସମ୍ଭାବନା ରହିଛି।

କର୍କଟ ରାଶିର ଲୋକମାନେ କେତୁଙ୍କ ପ୍ରଭାବରେ ଆଧ୍ୟାତ୍ମିକତା ପ୍ରତି ଅଧିକ ଆକର୍ଷିତ ହୋଇପାରନ୍ତି। ଅନ୍ୟପକ୍ଷରେ, ରାହୁଙ୍କ ପ୍ରଭାବ ଆପଣଙ୍କ ବୈବାହିକ ଜୀବନ ଉପରେ ପଡ଼ିପାରେ। ତେଣୁ ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇବା ସହ ସମ୍ପର୍କରେ ଉତ୍ତମ ବୁଝାମଣା ରଖିବା ଆବଶ୍ୟକ।

ସିଂହ ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ ଭଲ ରହିପାରେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବାର ଯୋଗ ରହିଛି। ଅଫିସ୍ରେ ଆପଣଙ୍କ କାମକୁ ସଫଳତା ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବାର ସମ୍ଭାବନା ରହିଛି।

କନ୍ୟା ରାଶିର ଲୋକଙ୍କ ପାଇଁ ମଧ୍ୟ ସମୟ ଭଲ ରହିପାରେ। ଆପଣଙ୍କ କାର୍ଯ୍ୟକ୍ଷମତାରେ ଉନ୍ନତି ହେବ। ଛାତ୍ରୀଛାତ୍ରମାନେ ପାଠପଢ଼ାରେ ସଫଳତା ପାଇପାରନ୍ତି। ତେବେ ବ୍ୟକ୍ତିଗତ ସମ୍ପର୍କରେ ମତଭେଦ କିମ୍ବା ଚାପ ସୃଷ୍ଟି ହୋଇପାରେ। ତେଣୁ ସମ୍ପର୍କକୁ ନେଇ ସତର୍କ ରହିବା ଆବଶ୍ୟକ।

 

Dharitri – Odisha’s No.1 Odia Daily

Share
Tags: rashiphala