ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ ଅନେକ ଗ୍ରହ ପରସ୍ପର ସହ ଯୁତି ବନେଇବାକୁ ଯାଉଛନ୍ତି । ତେବେ ଏହାର ସିଧା ପ୍ରଭାବ ଲୋକମାନଙ୍କ ଜୀବନ ସହ ଦେଶ ଦୁନିଆ ଉପରେ ମଧ୍ୟ ପଡିବ ।
ଆସନ୍ତା ନୂଆବର୍ଷରେ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବ ଓ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଯୁତି କରିବାକୁ ଯାଉଛନ୍ତି । ଜ୍ୟୋତିର୍ବିଦମାନଙ୍କ ଅନୁସାରେ, ମିଥୁନ ରାଶିରେ ହେବାକୁ ଥିବା ଏହି ଯୁତି ଦୀର୍ଘ ୧୨ ବର୍ଷ ପରେ ହେବାକୁ ଯାଉଛି । ସୂର୍ଯ୍ୟ-ଗୁରୁଙ୍କ ଏହି ଯୁତି ଯୋଗୁଁ ଅନେକ ରାଶିକୁ ଅତ୍ୟନ୍ତ ଶୁଭ ଫଳ ମିଳିବାକୁ ଯାଉଛି । ଚାକିରି ଓ ବେପାରରୁ ବ୍ୟପକ ପରିମାଣରେ ଲାଭ ମିଳିବାର ଯୋଗ ବନୁଛି । ତେବେ ଆସନ୍ତୁ ଜାଣିବା ଏହି ଲକି ରାଶିଗୁଡିକଙ୍କ ବିଷୟରେ ।
୨୦୨୬ ବର୍ଷରେ ସବୁଠୁ ଅଧିକ ଲାଭ ପାଇବାକୁ ଥିବା ରାଶି ହେଉଛି ମିଥୁନ ରାଶି । କାରଣ ଏହି ଦୁର୍ଲଭ ସଂଯୋଗ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ କ୍ୟାରିୟର ଓ ଧନ ସମ୍ପତି ବର୍ଷା କରେଇବାର ଯୋଗ ବନାଉଛି । ଚାକିରି କରୁଥିବା ଲୋକମାନଙ୍କର ପ୍ରମୋସନ ହେବା ସହ ବୋନସ ତଥା ନୂଆ ପ୍ରୋଜେକ୍ୟ ମିଳିବାର ବହୁ ସମ୍ଭାବନା ରହିଛି । ଆପଣ କରିଥିବା ନିବେଶ ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବା ସହ ଦୀର୍ଘଦିନରୁ ଅଟକି ରହିଥିବା ଅନେକ କାମ ପୁରା ହେବାର ସମ୍ଭାବନା ରହିଛି । ଆପଣଙ୍କ ପରିବାର ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବନି ରହିବା ସହ ଖର୍ଚ୍ଚରେ ମଧ୍ୟ ଲଗାମ ଲାଗିବ ।
ସିଂହ ରାଶିର ବ୍ୟକ୍ତିବିଶେଷମାନେ ଏହି ସମୟ ବ୍ୟାପାର, ଚାକିରି ଓ ସାାମଜିକ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବହୁତ ଲାଭ ପାଇବେ । ଅଟକି ରହିଥିବା କୈଣସି ପୁରୁଣା ପ୍ରୋଜେକ୍ଟ ଆପଣଙ୍କୁ ବଳ ଲାଭ ଦେବ । ଏହାସହ ଆପଣଙ୍କୁ ନୂଆ ଦାୟିତ୍ୱ ମଧ୍ୟ ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜବୁତ ହେବା ସହ ଅତିରିକ୍ତ ଆୟର ସୁଯୋଗ ମିଳିବ । ବ୍ୟକ୍ତିଗତ ଜୀବନରେ ପରିବାର ଓ ସାଥୀଙ୍କ ସହଯୋଗ ମିଳିବ । ଖର୍ଚ୍ଚ ଉପରେ ଧ୍ୟାନ ରଖିବା ସହ ବଡ ନିବେଶ ଭାବିଚିନ୍ତି କରନ୍ତୁ ।


