Posted inଖେଳ

ମହିଳା କ୍ରିକେଟ ଖେଳାଳିଙ୍କୁ ରାହାନେଙ୍କ ଟିପ୍ସ

ନୂଆଦିଲ୍ଲୀ, ୧୫।୬(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳ ଦୀର୍ଘ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ମିଥାଲି ରାଜଙ୍କ ନେତୃତ୍ୱାଧୀନ ମହିଳା ଦଳର ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ମୂଲ୍ୟବାନ ଟିପ୍ସ ଦେଇଛନ୍ତି। ଶରୀର ନିକଟରୁ ବଲ୍‌ ଖେଳିବା, ମାଇଣ୍ଡସେଟ୍‌ ଉପରେ କାର୍ଯ୍ୟ କରିବା ଏବଂ ଛୋଟ ଟାର୍ଗେଟ୍‌ ବନାଇବା ଉପରେ ରାହାନେ ଗୁରୁତ୍ୱ ଦେଇଛନ୍ତି। ଜଣେ ଟେଷ୍ଟ ସ୍ପେଶାଲିଷ୍ଟଭାବେ ବିଶେଷ ପରିଚିତ ରାହାନେ ମହିଳା ଦଳର କୋଚ୍‌ ରମେଶ ପାଓ୍ବାରଙ୍କ ଅନୁରୋଧକ୍ରମେ ଏକ ସେସନରେ ଏହି ଟିପ୍ସ ଦେଇଥିଲେ। ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା। ରାହାନେ ୭୩ଟି ଟେଷ୍ଟ ଖେଳି ୪୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ରମେଶ ଏବଂ ରାହାନେ ଟିମ୍‌ମେଟ୍‌ ଥିଲେ। ଭାରତୀୟ ମହିଳାମାନେ ୭ ବର୍ଷ ବ୍ୟବଧାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଥିବାରୁ ରାହାନେ ଏକ ସେସନରେ ବ୍ୟାଟିଂ ଟିପ୍ସ ଦେଲେ ଉପାଦେୟ ହେବ ବୋଲି ପାଓ୍ବାର ଅନୁଭବ କରିଥିଲେ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୫୦ ମିନିଟ ଧରି ଜୁମ୍‌ ସେସନ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁସାରେ ଅଧିନାୟିକା ମିଥାଲି, ଉପଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ସମସ୍ତ ବ୍ୟାଟ୍ସଓମ୍ୟାନ, ଦ୍ରୁତ ବୋଲର ଶିଖା ପାଣ୍ଡେ ଏହି ଜୁମ୍‌ ସେସନରେ ରାହାନେଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ।
ୟୁକେରେ ବଲ୍‌ ଉଭୟ ଦିଗକୁ ମୁଭ୍‌ କରୁଥିବାରୁ ଇନିଂସ ଆରମ୍ଭରେ ଅଧିକ ଡ୍ରାଇଭ୍‌ ନ କରିବା ପାଇଁ ରାହାନେ ପରାମର୍ଶ ଦେଇଥିଲେ। ଯଥାସମ୍ଭବ ଶରୀର ପାଖରୁ ବଲ୍‌କୁ ଖେଳିବା ଉପରେ ଅଧିକ ଏକାଗ୍ର ହେବାକୁ ସେ କହିଥିଲେ। ଛୋଟ ଟାର୍ଗେଟ୍‌ ଦ୍ୱାରା ଟେଷ୍ଟ ଇନିଂସର ଭଲ ମୂଳଦୁଆ ପକାଯାଇ ପାରିବ ବୋଲି ରାହାନେ ଅନୁଭବ କରୁଛନ୍ତି। ତେଣୁ ପ୍ରଥମେ ୧୫ ରନ, ପରେ ଆଉ ୨୫ ଏବଂ ଏହାପରେ ଅଧିକ ୩୦ ରନ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ। ଇଂଲଣ୍ଡରେ ବର୍ଷାଜନିତ ବ୍ରେକ୍‌ ସାଧାରଣ ଘଟଣା। ତେଣୁ ଏଥିପ୍ରତି ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜଣେ ବ୍ୟାଟ୍ସମ୍ୟାନ ଭଲ ରିଦିମରେ ଥିବାବେଳେ ବ୍ରେକ୍‌ ପରେ ସେହି ରିଦିମ ପାଇବା ସହଜ ହୋଇ ନ ଥାଏ। ତେଣୁ ନିଜ ଗେମ୍‌ ଉପରେ ଅଧିକ ଫୋକସ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri