Categories: ଖେଳ

ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ

ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ ରାହାଣେ ବିରାଟ କୋହଲିଙ୍କୁ ପଛରୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ରାହାଣେ ଏହା ମଧ୍ୟ କହିଛନ୍ତି ଯେ ଫେବୃଆରୀ ୫ରୁ ଇଂଲଣ୍ଡ ଭଳି ଶ୍ରେଷ୍ଠ ଦଳ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜ ସହଜରେ ନେଉ ନାହିଁ ଦଳ। ଏକ ଭର୍ଚୁଆଲ ମିଡିଆ ସମ୍ମିଳନୀରେ ରାହାନେ କହିଛନ୍ତି, ମୋର କାମ ହେଉଛି ବିରାଟଙ୍କୁ ସାହାଯ୍ୟ କରିବା। ଯେତେବେଳେ ବିରାଟ ମୋତେ କିଛି ପଚାରିବେ ମୁଁ ତାଙ୍କୁ ସହଯୋଗ କରିବି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ଅତୀତର କଥା। ଆମେ ବର୍ତ୍ତମାନରେ ଅଛୁ। ଶ୍ରୀଲଙ୍କାରେ ଟେଷ୍ଟ ସିରିଜ ଜିତିଥିବା ଇଂଲଣ୍ଡ ଦଳକୁ ଆମେ ସମ୍ମାନ ଦେଉଛୁ। କ୍ରିକେଟର ଏକ ଭଲ ବ୍ରାଣ୍ଡ ଭାବେ ଖେଳିବାକୁ ଚାହୁଁଛୁ ଏବଂ ଆମେ କିଛି ହାଲୁକା ନେଉନାହୁଁ। ସେ କହିଛନ୍ତି, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ତିନି-ଚାରି ମାସ ବାକି ଅଛି। ଏବେକାର ସିରିଜ ଉପରେ ଧ୍ୟାନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି।

Share