Categories: ଜାତୀୟ

ଆରଜେଡି ଛାଡିଲେ ରଘୁବଂଶ ପ୍ରସାଦ

ପାଟନା,୧୦।୯-ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, କର୍ପୁରି ଠାକୁରଙ୍କ ମୃତ୍ୟୁ ପରେ ସେ ୩୨ ବର୍ଷ ଧରି ତାଙ୍କୁ ସମର୍ଥନ ଦେଇ ଆସୁଥିଲେ। ବିହାର ନିର୍ବାଚନ ପୂର୍ବରୁ ରଘୁବଂଶଙ୍କ ଇସ୍ତଫା ଦଳକୁ ଏକ ଶକ୍ତ ଧକ୍କା ପହଞ୍ଚାଇଥିବା କୁହାଯାଉଛି।

Share