Posted inଜାତୀୟ

ଅର୍ଥମନ୍ତ୍ରୀଙ୍କୁ ରଘୁରାମ ରାଜନଙ୍କ କଡ଼ା ସମାଲୋଚନା, କହିଲେ ଡାଭୋସରେ ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି…

ନୂଆଦିଲ୍ଲୀ/ଡାଭୋସ,୧୯।୧ : ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ କଡ଼ା ସମାଲୋଚନା କରିଛନ୍ତି। ଏକ ଘରୋଇ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ରାଜନ କହିଛନ୍ତି ଯେ ଡାଭୋସରେ ସୀତାରମଣ ଏକ କଷ୍ଟସାଧ୍ୟ ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି।

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଧିକାଂଶ ନୀତିକୁ ସମାଲୋଚନା କରୁଥିବା ରଘୁରାମ ରାଜନୀତି ଅର୍ଥମନ୍ତ୍ରୀ ସୀତାରମଣଙ୍କ ବିଷୟରେ କହିଛନ୍ତି ଯେ ସେ ଡାଭୋସରେ କରୁ କାର୍ଯ୍ୟ ଭଲ କିମ୍ବା ଖରାପ ବୋଲି ମୂଲ୍ୟାଙ୍କନ ମୁଁ କରିପାରିବି ନାହିଁ।

ଡାଭୋସରେ, ଯେତେବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ରାଜନଙ୍କୁ ପଚାରିଥିଲେ ସେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ କେଉଁ ର଼୍ୟାଙ୍କ ଦେବେ? ସେ କହିଥିଲେ ମୁଁ ତାଙ୍କୁ ର଼୍ୟାଙ୍କ ଦେଇ ପାରିବି ନାହିଁ, ମୁଁ ତାହା କେବେ କରି ନାହିଁ। ସେ କହିଛନ୍ତି ଯେ ସେ ଏକ କଠିନ କାମ କରୁଛନ୍ତି, ତେଣୁ ମୁଁ କାମ କରୁଥିବା ବ୍ୟକ୍ତିଙ୍କୁ କୌଣସି ର଼୍ୟାଙ୍କିଙ୍ଗ ଦେଇପାରିବି ନାହିଁ।
ରଘୁରାମ ରାଜନ କହିଛନ୍ତି ଯେ ପ୍ରକୃତ ଚିନ୍ତା ହେଉଛି ନିମ୍ନ ମଧ୍ୟବିତ୍ତ ବର୍ଗର। ରାଜନଙ୍କ ଅନୁଯାୟୀ ଅର୍ଥନୀତିର ସବୁଠାରୁ ବଡ ଚିନ୍ତା ହେଉଛି ଏହି ଶ୍ରେଣୀ ବିଷୟରେ। ଏଠାରେ ରୋଜଗାରର ଅଭାବ ଅଛି। ବଡ ବ୍ୟବସାୟ ବହୁତ ଭଲ କରୁଛି। ମହାମାରୀ ସମୟରେ ମଧ୍ୟ ସେମାନେ ଋଣ ପରିଶୋଧ କରିଥିଲେ। ବ୍ୟାଙ୍କଗୁଡିକ ମଧ୍ୟ ସେମାନଙ୍କର ଋଣ ଛାଡି ଦେଇଛନ୍ତି। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଏବଂ ବଡ ବ୍ୟବସାୟ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସମସ୍ୟା ନିମ୍ନ ମଧ୍ୟବିତ୍ତଙ୍କଠାରେ ରହି ଯାଇଛି।

ସେମାନଙ୍କ ମଧ୍ୟରୁ କେତେକ କରୋନା ସମୟରେ ଚାକିରି ହରାଇଥିଲେ। କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପଗୁଡିକ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନାହାଁନ୍ତି।

ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଆରମ୍ଭରେ ଆମର ଭଲ ଅଭିବୃଦ୍ଧି ଘଟିଥିଲା, କିନ୍ତୁ ପରବର୍ତ୍ତୀ ମାସରେ ଅଭିବୃଦ୍ଧିର ଗତି ଟିକେ ମନ୍ଥର ହୋଇଗଲା। ଆମେ ୫ ପ୍ରତିଶତରେ ରହିଛୁ। ଯାହା ଏକ ଚିନ୍ତାର ବିଷୟ। ବିଶ୍ୱର ମାନ୍ଦାବସ୍ଥା ଆଶଙ୍କାକୁ ଦେଖିଲେ ଏହା ଲାଗୁଛି ଯେ ଏହା ପାଞ୍ଚ ପ୍ରତିଶତରୁ କମ ହେବ, ଯାହା ଚିନ୍ତାର ବିଷୟ ଏବଂ ତେଣୁ ଆମେ ବର୍ତ୍ତମାନ ପରିସ୍ଥିତିରେ ସନ୍ତୁଷ୍ଟ ହୋଇପାରିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri