Posted inଜାତୀୟ

ଭାରତ ଯୋଡ଼ୋ ଯାତ୍ରାରେ ରଘୁରାମ ରାଜନ

ନୂଆଦିଲ୍ଲୀ,୧୫ା୧୨: କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନେତା ରାହୁଲ ଗାନ୍ଧୀଙ୍କ ସହ ଜଣେ ପରେ ଜଣେ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ସାମିଲ ହେବାରେ ଲାଗିଛନ୍ତି। ଏହି କ୍ରମରେ ବୁଧବାର ସକାଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ଡ. ରଘୁରାମ ରାଜନ ‘ଭାରତ ଯୋଡ଼ୋ ଯାତ୍ରା’ରେ ମିଶି ରାହୁଲଙ୍କ ସହିତ ପଦଯାତ୍ରା କରିଛନ୍ତି। ରାଜସ୍ଥାନର ସଓ୍ବାଇ ମାଧୋପୁରରେ ପଦଯାତ୍ରା ବେଳେ ରଘୁରାମ ଓ ରାହୁଲ ଆଲୋଚନା କରୁଥିବା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି।

ଦେଶକୁ ଘୃଣା ବିରୋଧରେ ଏକଜୁଟ୍‌ କରିବା ପାଇଁ ଉଦ୍ଦିଷ୍ଟ ଏହି ଅଭିଯାନରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେ ସଫଳ ହେବା ବୋଲି ଏହା ଜଣାଇଦେଉଛି ବୋଲି କଂଗ୍ରେସ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହା ଉପରେ ଭାଜପା ନେତା ଅମିତ ମାଲବ୍ୟ ଟୁଇଟ୍‌ କରି ଲେଖିଛନ୍ତି, ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ କଂଗ୍ରେସ ଦ୍ୱାରା ନିଯୁକ୍ତ ଜଣେ ବ୍ୟକ୍ତି। ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ମିଶିବାକୁ ନେଇ ବିସ୍ମିତ ହେବାର ନାହିଁ।

ରଘୁରାମ ନିଜକୁ ପରବର୍ତ୍ତୀ ମନମୋହନ ସିଂ ବୋଲି ମନେକରନ୍ତି। ଭାରତର ଅର୍ଥନୀତି ଉପରେ ତାଙ୍କ ସୁବିଧାବାଦୀ ଟିପ୍ପଣୀକୁ ତିରସ୍କାର କରାଯିବା ଉଚିତ।
ପ୍ରକାଶ ଯେ ଏହା ପୂର୍ବରୁ ଅମୋଲ ପାଲେକର, ସନ୍ଧ୍ୟା ଗୋଖଲେ, ପୂଜା ଭଟ୍ଟ, ରିୟା ସେନ, ସୁଶାନ୍ତ ସିଂ, ମୋନା ଅମ୍ବେଗାଓଁକର, ରଶ୍ମି ଦେଶାଇ ଓ ଆକାଂକ୍ଷା ପୁରୀଙ୍କ ଭଳି ସିନେ ବ୍ୟକ୍ତିତ୍ୱ ଏବଂ ମେଧା ପାଟ୍‌କର ଓ ବକ୍ସର ବିଜେନ୍ଦର ସିଂଙ୍କ ପରି ବିଶିଷ୍ଟ ବ୍ୟକ୍ତି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇସାରିଛନ୍ତି। ଏପରି କି ହଲିଉଡ୍‌ ଷ୍ଟାର ଜନ୍‌ କୁସାକ୍‌ ମଧ୍ୟ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା କଂଗ୍ରେସର ଏହି ଅଭିଯାନ ସପକ୍ଷରେ ଟୁଇଟ୍‌ କରିଥିଲେ। ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ବର୍ଷ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ କଶ୍ମୀରରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri