ରାଘବଙ୍କ ଭବିଷ୍ୟବାଣୀ: କଂଗ୍ରେସର ସ୍ଥାନ ନେବ ଏଏପି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଟ୍ରେଣ୍ଡରେ, ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଦଳ ଏପର୍ଯ୍ୟନ୍ତ ୮୮ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୩ ଟି ଆସନରେ ଆଗୁଆ ଥିବାବେଳେ ୧୦ଟି ଆସନରେ ଶିରୋମାନି ଅକାଲୀ ଦଳ ଏବଂ ୫ଟି ଆସନରେ ଭାଜପା ମିଳିତ ମଞ୍ଚ ଆଗୁଆ ରହିଛି। ଏଏପିର ଜବରଦସ୍ତ ପ୍ରଦର୍ଶନ ଦେଖି ଦଳର ନେତା ରାଘବ ଚଢା ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି,ମୁଁ ପ୍ରଥମ ଦିନରୁ କହୁଛି ଯେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲକରି ସରକାର ଗଠନ କରିବ। ଦଶନ୍ଧି ଧରି ପଞ୍ଜାବକୁ ଶାସନ କରୁଥିବା ରାଜବଂଶର ମୂଳ ଦୋହଲି ପଡିଛି। ଅରବିନ୍ଦ କେଜ୍‌ରିୱାଲ ଭାଜପାର ସବୁଠାରୁ ବଡ ଚ୍ୟାଲେଞ୍ଜର ହେବେ ଏବଂ ଆମ ଆଦମୀ ପାର୍ଟି କଂଗ୍ରେସର ସ୍ଥାନ ନେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

 

 

Share