ର଼୍ୟାଗିଂ ରୋଗ

କୋଭିଡ୍‌-୧୯ ମହାମାରୀ ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଥିବାବେଳେ ଶିକ୍ଷାଦାନ ପ୍ରକ୍ରିୟାକୁ ତଳିତଳାନ୍ତ କରିଦେଇଛି। ଅନ୍‌ଲାଇନ ଶିକ୍ଷାଦାନ ଅନେକାଂଶରେ ଏହାକୁ ସୁଧାରିବାକୁ ପ୍ରୟାସ କରିଛି ସତ, ହେଲେ ବହୁ ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ମହାମାରୀ ପ୍ରକୋପ କମି ଆସୁଥିବାରୁ ଏବେ ଅନ୍‌ଲାଇନରୁ ଅଫ୍‌ଲାଇନ ବା ଶ୍ରେଣୀଗୃହ ପଢ଼ା ଆରମ୍ଭ ହେଉଥିବାବେଳେ ର଼୍ୟାଗିଂ ପୁନର୍ବାର ତା’ କୁତ୍ସିତ ରୂପ ପ୍ରକାଶ କରିଛି। ମହାମାରୀ ଦୂରେଇ ଯାଇ ନୂଆ ସ୍ଥିତି ସୃଷ୍ଟି ହେବ ବୋଲି ଆଶା କରାଯାଉଥିଲା। ହେଲେ ଦୁଃଖର କଥା ଯେ, ଏହି ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ। ର଼୍ୟାଗିଂ ଏକ ମାନସିକ ରୋଗ। ଏହି ରୋଗର ଚେରକୁ ବୁଝିବାରେ ଅକ୍ଷମ ହେଲେ ତାହାର ପରିଣାମ ଅନେକ ସମୟରେ ଭୟାବହ ହେଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ର଼୍ୟାଗିଂର ଶିକାର ହେଉଥିବା ଛାତ୍ରୀଛାତ୍ରଙ୍କର ଜୀବନ ଚାଲିଯାଉଥିବା ବିଷୟରେ ବହୁ ସମୟରେ ଖବର ପ୍ରକାଶ ପାଇଆସୁଛି। ମନେରଖିବାକୁ ହେବ ଯେ, ର଼୍ୟାଗିଂ ରୋଗ ବିଶେଷକରି ଭାରତରେ ଅଧିକ ଦେଖିବାକୁ ମିଳେ। ବିଦେଶକୁ ପଢ଼ିବାକୁ ଯାଇଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ସେଠାରେ ର଼୍ୟାଗିଂ କରାଯିବାର ଖବର ସାଧାରଣରେ କେହି ଶୁଣି ନ ଥାଉ। ଅବଶ୍ୟ ଏହା ସତ୍ୟ ଯେ, ପୃଥିବୀବ୍ୟାପୀ ସବୁ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଅତ୍ୟାଚାର ବା ‘ବୁଲିଂ’ର ଶିକାର ହେବାକୁ ପଡ଼େ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳିଥାଏ। କିନ୍ତୁ ଭାରତରେ ଏହି ର଼୍ୟାଗିଂ ରୋଗର ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନରେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ସତ୍ତ୍ୱେ ନୂଆ ଛାତ୍ରୀଛାତ୍ରଙ୍କୁ କରାଯାଉଥିବା ଅତ୍ୟାଚାର ଦର୍ଶାଉଛି କେଉଁଭଳି ଭାବରେ ଭାରତର ଯୁବପିଢ଼ିର ମାନସିକତା ଗଢ଼ିଉଠୁଛି।
ଫେବୃୟାରୀ ୪ରେ ଆନ୍ଧ୍ରପ୍ରଦେଶର ଜବାହରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟି(ଜେଏନ୍‌ଟିୟୁ), ଅନ୍ତପୁରରେ ର଼୍ୟାଗିଂ ଘଟଣା ପୁଣି ଆଲୋଚନାକୁ ଆସିଛି। ଉକ୍ତ ଘଟଣାରେ ଅଭିଯୋଗ କ୍ରମେ କଲେଜ ଏକାଡେମୀ କାଉନ୍‌ସିଲ୍‌ ୧୮ ପିଲାଙ୍କୁ ନିଲମ୍ବନ କରିଛି। ଜେଏନ୍‌ଟିୟୁର ସିନିୟର ଛାତ୍ରମାନେ ଜୁନିୟରଙ୍କୁ ଜବରଦସ୍ତ ସେମାନଙ୍କ ହଷ୍ଟେଲକୁ ନେଇଥିଲେ ଓ ସେଠାରେ ସେମାନଙ୍କୁ ଅର୍ଦ୍ଧନଗ୍ନ କରାଇ ଆଦେଶ ପାଳନ କରିବାକୁ ବାଧ୍ୟ କରିଥିଲେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ଜାନୁୟାରୀରେ ମୁମ୍ବାଇର ଜି.ଏସ୍‌. ମେଡିକାଲ କଲେଜ ଆଣ୍ଡ୍‌ କେ.ଇ.ଏମ୍‌. ହସ୍ପିଟାଲର ଜଣେ ଅକ୍ୟୁପେଶନାଲ ଥେରାପି ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗରେ ୧୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପୁନଶ୍ଚ ସେହି ମାସର ଶେଷ ସପ୍ତାହରେ ରାଜସ୍ଥାନ କଲେଜରେ ମଧ୍ୟ ର଼୍ୟାଗିଂ ଘଟଣା ସାମ୍ନାକୁ ଆସିଥିଲା।
ମହାମାରୀର ପ୍ରଭାବ କମି ଆସୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଅଣ୍ଟା ସଳଖିବା ଆରମ୍ଭ କରିଛି। ଏହି ସମୟରେ ଏଭଳି ଅମାନବୀୟ କାର୍ଯ୍ୟ ଏକ ନକାରାମତ୍କ ବାର୍ତ୍ତା ଦେଇଛି। ମୁଖ୍ୟତଃ ଇଞ୍ଜିନିୟରିଂ ଓ ମେଡିକାଲ କଲେଜଗୁଡ଼ିକରେ ଅଧିକ ର଼୍ୟାଗିଂ ହେଉଥିବା ଲକ୍ଷ୍ୟ କରାଯାଉଛି। ର଼୍ୟାଗିଂକୁ ଅପରାଧ ଭାବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି କୁହାଯାଇଥିଲେ ମଧ୍ୟ ପିଲାମାନଙ୍କର ପୋଲିସ ପ୍ରତି ଭୟ ରହୁନାହିଁ। ଫଳରେ କଠୋର ନିୟମ ସତ୍ତ୍ୱେ ଏହା ଥମିବାର ନାଁ ଧରୁନାହିଁ। ୨୦୧୬ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନଭିତ୍ତିକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଭାରତରେ ର଼୍ୟାଗିଂର ଶିକାର ହେଉଥିବା ୪୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯ ପ୍ରତିଶତରୁ କମ୍‌ ଏହା ବିରୋଧରେ ମୁହଁ ଖୋଲିଥାଆନ୍ତି। ଯେଉଁମାନେ ର଼୍ୟାଗିଂର ଶିକାର ହୁଅନ୍ତି, ସେମାନେ ମାନସିକ ଅବସାଦ ଓ ଆବେଗଗ୍ରସ୍ତ ହୋଇଥାଆନ୍ତି।
ଛାତ୍ର ସମାଜ ପାଇଁ ର଼୍ୟାଗିଂ ଏକ ବଡ଼ ସମସ୍ୟା। ଏଣୁ ଏହାର ପ୍ରତିକାର ସମଗ୍ର ସମାଜର ସହଯୋଗ ଦ୍ୱାରା ମିଳିପାରିବ। କେବଳ ଅଭିଭାବକ ସବୁବେଳେ ପିଲାମାନଙ୍କ ବ୍ୟବହାର ସମ୍ପର୍କରେ ସଚେତନ ରହିବା କିମ୍ବା ସେଥିରେ ପରିବର୍ତ୍ତନ ଆଣିବା ସମ୍ଭବପର ବୋଲି ଭାବି ହେଉନାହଁି। ସେହିଭଳି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ର଼୍ୟାଗିଂ ଘଟଣାରେ ଏକାକୀ ଦାୟୀ ହେବା ଅନୁଚିତ ହୋଇପାରେ। ସମ୍ଭବତଃ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବିରୋଧ ଆରମ୍ଭ ହେଲେ ଏହି ଗୁଣ୍ଡାମିର ନିରାକରଣ ପନ୍ଥା ବାହାରିପାରେ। କିନ୍ତୁ ଯେଉଁ ଦେଶରେ ଶିକ୍ଷାନୁଷ୍ଠାନ ଭିତରେ ରାଜନୀତି ଏବଂ ଧର୍ମ ଆଳରେ ହିଂସା ଓ ଦ୍ୱେଷକୁ ସବୁ ପକ୍ଷରୁ ପ୍ରବର୍ତ୍ତାଇବାର ସକ୍ରିୟ ଉଦ୍ୟମ ଆରମ୍ଭ ହେଲାଣି, ସେଭଳି ଦେଶରେ ର଼୍ୟାଗିଂକୁ ଗୁରୁତ୍ୱ ଦିଆଯାଇ ତା’ର ପ୍ରତିକାର ହେବ ବୋଲି ବିଶ୍ୱାସ କରାଯାଉନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri