Categories: ଖେଳ

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌: ନାଡାଲ ପୁଣି ଚାମ୍ପିୟନ

ପ୍ୟାରିସ,୫।୬: ସ୍ପେନର ରାଫେଲ ନାଡାଲ ପୁଣି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଏକପାଖିଆ ଫାଇନାଲ ମ୍ୟାଚରେ ୩୬ ବର୍ଷୀୟ ନାଡାଲ ନରୱେର କାସପର୍‌ ରୁଡଙ୍କୁ ୬-୩, ୬-୩, ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ମ୍ୟାଚ ୨ ଘଣ୍ଟା ୧୮ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏହାକୁ ମିଶାଇ ନାଡାଲ ତାଙ୍କ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ସେ ୧୪ ଥର ପାଇଁ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଛନ୍ତି।
୨୦୦୫ରେ ନାଡାଲ ପ୍ରଥମ ଥର ପାଇଁ ଏହି ଟାଇଟଲ ଜିତିଥିଲେ। ତା’ପରେ ସେ ୨୦୦୬, ୨୦୦୭, ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୨ରେ ଜିତିଥିଲେ। ସେ ଚାରିଟି ୟୁଏସ ଓପନ, ଦୁଇଟି ଅଷ୍ଟ୍ରେଲୀୟ ଓପନ ଏବଂ ଦୁଇଟି ୱିମ୍ବେଲଡନ ଓପନ ଟାଇଟଲ ଜିତିଛନ୍ତି।

Share