ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି

ଆଧୁନିକ ଚିକିତ୍ସା କ୍ଷେତ୍ରରେ ରେଡିଓଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୮ରେ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନ କରାଯାଇଥାଏ। ଏହା ଆଧୁନିକ ସ୍ବାସ୍ଥ୍ୟସେବାରେ ମେଡିକାଲ ଇମେଜିଙ୍ଗର ଭୂମିକାକୁ ପ୍ରୋତ୍ସାହିତ କରିଥାଏ। ୟୁରୋପୀୟ ସୋସାଇଟି ଅଫ୍‌ ରେଡିଓଲୋଜି, ରେଡିଓଲୋଜିକାଲ ସୋସାଇଟି ଅଫ୍‌ ଉତ୍ତର ଆମେରିକା ଏବଂ ଆମେରିକୀୟ କଲେଜ ଅଫ୍‌ ରେଡିଓଲୋଜିର ମିଳିତ ପଦକ୍ଷେପ ଭାବରେ ଏହା ପ୍ରଥମେ ୨୦୧୨ରେ ଏହି ଦିବସ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ ହୋଇଥିଲା।
୧୮୯୫ ନଭେମ୍ବର ୮ରେ ୱିଲହେଲମ କନରାଡ ରୋଣ୍ଟଜେନ କ୍ୟାଥୋଡ ରଶ୍ମି ଅନୁସନ୍ଧାନ କରିବା ସମୟରେ ଏକ୍ସ-ରେ ଆବିଷ୍କାର କରିଥିଲେ ଏବଂ ସେବେଠାରୁ ରେଡିଓଲୋଜିର ଡାକ୍ତରୀ ବ୍ୟବହାର ପାଇଁ ମୂଳଦୁଆ ପକାଇଥିଲେ। ଏହି ଆବିଷ୍କାର ଇମେଜିଙ୍ଗର ବିଭିନ୍ନ ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବା ଏବଂ ଆଧୁନିକ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ୧୦ ଫେବୃୟାରୀ ୨୦୧୧ରେ ୱିଲହେଲମ କନରାଡ ରୋଣ୍ଟଜେନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ପ୍ରଥମ ୟୁରୋପୀୟ ରେଡିଓଲୋଜି ଦିବସ ଅନୁଷ୍ଠିତ ହୋଇଥିଲା। ୨୮ ନଭେମ୍ବର ୨୦୧୧ରେ ସିକାଗୋରେ ଏହି ଦିବସ ପାଳନ ପାଇଁ ଆନୁଷ୍ଠାନିକ ଭାବରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri