Posted inUncategorized

ଜନସେବାରେ ରେଡିଓ

ଡ. କିଶୋର ମହାନ୍ତି

ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ। କିନ୍ତୁ ବିଧିବଦ୍ଧ ଭାବରେ ୧୯୩୪ ମସିହାରୁ ଏହାର ପ୍ରସାରଣ ସମ୍ଭବପର ହୋଇଛି। ଇଣ୍ଡିଆନ୍‌ ଷ୍ଟେଟ୍‌ ବ୍ରଡ୍‌କାଷ୍ଟିଂ ନାମରେ ଏହି ସଂସ୍ଥା ଦେଶର ପ୍ରସାରଣକୁ ନିୟମିତ ତଥା ବିଧିବଦ୍ଧ ଭାବରେ ଆରମ୍ଭ କଲା। ୧୯୩୨ ମସିହାରେ ବିବିସି ତରଫରୁ ଭାରତରେ ରହିଥିବା ଇଂରେଜମାନଙ୍କ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହେଲା। ୧୯୩୬ ମସିହାରେ ଦିଲ୍ଲୀଠାରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲ୍‌ଇଣ୍ଡିଆ ରେଡିଓର ନାମକରଣ ସହିତ ତା’ର ପ୍ରଶାସନିକ ସ୍ବରୂପ ପ୍ରକାଶ ପାଇଲା। ଓଡ଼ିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ପ୍ରଶାସନିକ ବିଧି ବ୍ୟବସ୍ଥା କରାଗଲା।
ଭାରତରେ ବାସ୍ତବିକ ବେତାର ପ୍ରସାରଣ ପାଇଁ ଫଲ୍‌ଡେନଙ୍କ ଭୂମିକା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ସେତେବେଳେ ଭାରତରେ ବେତାର ପ୍ରସାରଣ ପାଇଁ ଅନୁକୂଳ ପାଣିପାଗ ଥିଲା। ସ୍ବାଧୀନତା ପୂର୍ବରୁ ରେଡିଓ ଥିଲା ସାଂସ୍କୃତିକ ଜାଗରଣର ମୁଖ୍ୟ ଆୟୁଧ। ସମସ୍ତଙ୍କୁ ଏକାଠି କରିବାର ମୋହକ ମନ୍ତ୍ରରେ ବାନ୍ଧି ରଖିପାରୁଥିଲା। ସେହି ସମୟରେ ବୁଦ୍ଧିଜୀବୀ ସଂସ୍କୃତି ପୁରୋଧା ଯଶସ୍ବୀ ସାହିତି୍ୟକ ଏବଂ ନାଟ୍ୟକାର ସଦାତ୍‌ ହାସନ ମଣ୍ଟୋ, ରାଜେନ୍ଦ୍ର ସିଂ ବେଦୀ, ଇବ୍ରାହିମ ଆର୍‌କାଜୀ, ହମିଦ ସାୟାନୀ ଏପରିକି ଅନେକ ସଂସ୍କୃତିପ୍ରେମୀ ସେମାନଙ୍କର ନିଜସ୍ବ କଳାନୈପୁଣ୍ୟ ପ୍ରଦର୍ଶନ କରି ପ୍ରତ୍ୟେକଙ୍କ ହୃଦୟରେ ପ୍ରାଣସଞ୍ଚାର କରାଇ ପାରିଥିଲେ ଏଇ ରେଡିଓ ମାଧ୍ୟମରେ।
ପ୍ରତିବର୍ଷ ଜୁଲାଇ ୨୩ ତାରିଖକୁ ଆମେ ଜାତୀୟ ବେତାର ପ୍ରସାରଣ ଦିବସ ଭାବରେ ପାଳନ କରିଆସୁଛୁ, ଯାହା ୧୯୨୭ ମସିହାରେ ଇଣ୍ଡିଆନ୍‌ ବ୍ରଡ୍‌କାଷ୍ଟିଂ କମ୍ପାନୀ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ୧୯୨୭ ମସିହାରୁ ଯେଉଁ ଆଇବିସି ସଂସ୍ଥା ତା’ର କାର୍ଯ୍ୟକ୍ରମ ବିଧିବଦ୍ଧ ଭାବରେ ଆରମ୍ଭ କଲା, ତାହା ପ୍ରାଇଭେଟ ସଂସ୍ଥା ଭାବରେ ସୂଚିତ କରାଯାଇଥିଲା। ବ୍ରିଟିଶ ଶାସନାଧୀନ ଦୁଇଟି ରେଡିଓ ଷ୍ଟେଶନ ପ୍ରଥମଟି ମୁମ୍ବାଇରେ ଓ ଅନ୍ୟଟି କଲିକତାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ବେତାର ଲୋକପ୍ରିୟତା ଅର୍ଜନ କରିବା ସହ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥିଲା। ଏହା ୧୯୫୭ ମସିହାରେ ଆକାଶବାଣୀ ନାମରେ ସ୍ବୀକୃତି ପ୍ରାପ୍ତ ହୋଇଥିଲା। କହିବାକୁ ଗଲେ ସାମ୍ପ୍ରତିକ କାଳରେ ଆକାଶବାଣୀ ପୃଥିବୀର ଅନ୍ୟାନ୍ୟ ବେତାର ପ୍ରସାରଣ କ୍ଷେତ୍ରରେ ଏକ ଅଗ୍ରଣୀ ବେତାର ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବେତାର ସେବାର ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶରେ ପ୍ରାୟତଃ ୪୧୪ଟି ବେତାର କେନ୍ଦ୍ର କାର୍ଯ୍ୟକ୍ଷମ। ଏହା ପ୍ରାୟତଃ ଶତକଡ଼ା ୯୯.୧୯ ଭାଗ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ଓ ପ୍ରାୟତଃ ୯୨ ଶତାଂଶ ସ୍ଥାନ ଗ୍ରହଣ କରିନେଇଛି। ଏହା ସାଧାରଣତଃ ୨୩ଟି ମୁଖ୍ୟ ଭାଷା ଓ ୧୪୬ଟି ଉପଭାଷାରେ ତା’ର ପ୍ରଚାର କାର୍ଯ୍ୟକ୍ରମ ଅବ୍ୟାହତ ରଖିଛି।
ଓଡ଼ିଶା ମାଟିରେ ସାଂସ୍କୃତିକ ପୀଠ କଟକ ସହରର ମଧୁପୁର କୋଠିରୁ ଆକାଶବାଣୀ କାର୍ଯ୍ୟକ୍ରମ ଆରମ୍ଭ ହେଲା ୧୯୪୮ ମସିହା ଜାନୁୟାରୀ ୨୮ ତାରିଖରେ। ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଓ ତତ୍କାଳୀନ ରାଜ୍ୟପାଳ କୈଳାସନାଥ କାଟଜୁ ଉଦ୍‌ଘାଟନ କଲେ ନୂଆ ବେତାର କେନ୍ଦ୍ରକୁ। ଭାସି ଆସିଲା ଉଦ୍‌ଘୋଷିକାଙ୍କ ଅମୃତମୟୀ ବାଣୀ ‘ଆକାଶବାଣୀ କଟକ’। ଶ୍ରୋତା ମହଲରେ ଅନେକ ଆଲୋଡନ, ରୋମାଞ୍ଚ ଭରିଦେଲା ସେଦିନର କାର୍ଯ୍ୟକ୍ରମ।
ସେଦିନରୁ ଆଜି ଭିତରେ ଅନେକ ବ୍ୟବଧାନ। ନାଟକ, ସଙ୍ଗୀତ ବ୍ୟତୀତ କୃଷକମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଯୁବପିଢ଼ିଙ୍କ ପାଇଁ ଯୁବବାଣୀ, ଛୋଟ ଛୋଟ ଶିଶୁଙ୍କ ପାଇଁ ଶିଶୁ ସଂସାର, କ୍ରୀଡ଼ାଜଗତ, ବିଜ୍ଞାନ କାର୍ଯ୍ୟକ୍ରମ, ନାରୀମାନଙ୍କ ପାଇଁ ନାରୀ ମହଲ, ଏପରିକି ସମ୍ମାନନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ମାନନୀୟେଷୁ, କଥିକା, ସାହିତ୍ୟ ସଂସଦ ଇତ୍ୟାଦି ନାନା କାର୍ଯ୍ୟକ୍ରମ ଯୋଡି ହୋଇଯାଇଛି ବେତାର ପ୍ରସାରଣର ବହୁବିଧ କାର୍ଯ୍ୟକ୍ରମରେ। ସବୁଜକ୍ରାନ୍ତି ଓ ଶ୍ୱେତକ୍ରାନ୍ତି କ୍ଷେତ୍ରରେ ରେଡିଓର ଅବଦାନକୁ ଅସ୍ବୀକାର କରି ହେବ ନାହିଁ। ପ୍ରାଚୀନ କଳା ସଙ୍ଗୀତ ଲୋକଗୀତର ଗନ୍ତାଘର ହେଉଛି ଏଇ ରେଡିଓ। ରେଡିଓ ବୁଦ୍ଧିଜୀବୀଙ୍କ ପାଇଁ ଯେତିକି ପରିମାଣରେ ଆବଶ୍ୟକ ସେତିକି ଭାବରେ ମଜୁରିଆ, ଶ୍ରମିକ, ବସ୍ତିବାସିନ୍ଦା, ସାଧାରଣଙ୍କ ପାଇଁ ମନୋରଞ୍ଜନ ଦେବା କ୍ଷେତ୍ରରେ ଏକ ବଳିଷ୍ଠ ମାଧ୍ୟମ। କରୋନାର ଭୟାବହତା ଓ ସଂକ୍ରମଣ କାଳରେ ପ୍ରତି ମିନିଟ୍‌ରେ ଲୋକଙ୍କୁ ସତର୍କ ସୂଚନା ଓ ସାବଧାନ ହେବା ପାଇଁ ଯେଉଁ ବିଶେଷ ସୂଚନା ପ୍ରଦାନ କରିଆସୁଛି। ପ୍ରାକୃତିକ ଦୁର୍ବିପାକ ବନ୍ୟା, ବାତ୍ୟା, ଭୂମିକମ୍ପ ଇତ୍ୟାଦି ବିଷୟରେ ଆଗୁଆ ସୂଚନା ଦେବାରେ ରେଡିଓର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ।
ସବୁରାଜ୍ୟରେ ବେତାରକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏତଦ୍‌ବ୍ୟତୀତ ବମ୍ବେଠାରେ ପ୍ରତିଷ୍ଠିତ ‘ବିବିଧଭାରତୀ’ କେନ୍ଦ୍ରରୁ ୨୪ ଘଣ୍ଟିଆ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହୋଇ ଶ୍ରୋତାମାନଙ୍କର ପ୍ରିୟଭାଜନ ହୋଇଛି। ସେଇ ମୁଖ୍ୟ କେନ୍ଦ୍ରର ଶାଖା କେନ୍ଦ୍ରମାନ ମଧ୍ୟ ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠା ହୋଇ ବହୁ କାର୍ଯ୍ୟକ୍ରମ ସହ କିଛି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ପରିବେଷଣ ହେଉଛି, ଯାହା ସେହି ଅଞ୍ଚଳର ମାତୃଭାଷା ଉପରେ ଆଧାରିତ। ଏତଦ୍‌ଭିନ୍ନ ଏଫ୍‌ଏମ୍‌ ପ୍ରସାରଣ ସେବା ଦେଶରେ ପ୍ରତିଷ୍ଠା ହେବାରେ ସବୁ ଶ୍ରେଣୀର ଶ୍ରୋତାଙ୍କୁ ମନୋରଞ୍ଜନ ଦେବାରେ ସହାୟକ ହୋଇଛି। ବେତାର ପ୍ରସାରଣ କ୍ଷେତ୍ରରେ କମ୍ୟୁନିଟି ରେଡିଓ ମଧ୍ୟ ସକ୍ରିୟ ହୋଇଛି। ରେଡିଓ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇ ବେଦର ସେହି ଅମୃତମୟ ବାଣୀ ‘ବହୁଜନ ହିତାୟ, ବହୁଜନ ସୁଖାୟ’କୁ ଆଧାର କରି ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବି ନିଜର ଯାତ୍ରା ଅବ୍ୟାହତ ରଖିପାରଛି ଓ ଜନସେବାରେ ନିଜକୁ ନିୟୋଜିତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri