ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ ୟୁରୋପୀୟ ସଂଘ (ଇୟୁ) ରୁଷିଆ ଉପରେ ଚାପ ପକାଇବା ପାଇଁ କଟକଣା ଲଗାଇବାରେ ଲାଗିଥିବାବେଳେ ଏବେ ମସ୍କୋ ସହ ଟ୍ରାଭେଲ ଭିଜା ଏଗ୍ରିମେଣ୍ଟ ବାତିଲ କରିବାକୁ ଯୋଜନା କରୁଛି। ଏହା ହେଲେ ୟୁରୋପୀୟ ଦେଶଗୁଡ଼ିକୁ ରୁଷୀୟ ନାଗରିକ ଯାତ୍ରା କରିବା କଷ୍ଟକର ହୋଇପଡ଼ିବ। ଏହାକୁ ନେଇ କ୍ରେମଲିନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷିଆ ୟୁରୋପକୁ ବିକିରଣ ବିସ୍ଫୋରଣର ଧମକ ଦେଇଛି। ରେଡିଏଶନ ପାଇଁ କୌଣସି ଭିଜା ଦରକାର ପଡ଼ିବ ନାହିଁ ବୋଲି ମସ୍କୋ କହିଛି। ଏସବୁ ଭିତରେ ରୁଷିଆ କବ୍‌ଜାରେ ଥିବା ୟୁକ୍ରେନ୍‌ ସ୍ଥିତ ୟୁରୋପର ସର୍ବବୃହତ୍‌ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ୍‌କୁ ଏହାର ଶେଷ ବାହ୍ୟ ପାଓ୍ବାରଲାଇନ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହି ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ପାଇଁ ରୁଷିଆ ଏବଂ ୟୁକ୍ରେନ୍‌ ପରସ୍ପରକୁ ଦାୟୀ କରୁଛନ୍ତି। ମସ୍କୋ ନ୍ୟୁକ୍ଲିୟର ବିକିରଣର ଧମକ ଦେଇ ୟୁରୋପକୁ ବ୍ଲାକମେଲ କରିବାକୁ ଚାହୁଁଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ସେଠାରେ କୌଣସି ମୁହୂର୍ତ୍ତରେ ଆଣବିକ ବିପର୍ଯ୍ୟୟ ଘଟିପାରେ ବୋଲି ଜାତିସଂଘର ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜୀ ଏଜେନ୍ସି (ଆଇଏଇଏ) ଆଶଙ୍କା ବ୍ୟକ୍ତ କରିଛି।
ରୁଷିଆ ଉପରେ ଭିଜା କଟକଣା ଲଗାଇବା ନିଷ୍ପତ୍ତିକୁ ନେଇ ୟୁରୋପ ଦୁଇ ଭାଗ ହୋଇଛି। ରୁଷିଆ ଟୁରିଷ୍ଟ୍‌ଙ୍କ ପାଇଁ ଭିଜା ଚୁକ୍ତି ବାତିଲ କରିବା ସପକ୍ଷରେ ଜର୍ମାନୀ ନାହିଁ। ୟୁକ୍ରେନ୍‌କୁ ସମର୍ଥନ ନ କରିବା ଦାବିରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଜର୍ମାନୀରେ ଆନ୍ଦୋଳନ କରିବା ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ରୁଷୀୟ ଭାଷୀ ଆନ୍ଦୋଳନକାରୀ ରହିଛନ୍ତି। ଜର୍ମାନୀରେ ରହୁଥିବା ରୁଷିଆ ନାଗରିକ ସମୁଦାୟଙ୍କ ପକ୍ଷରୁ ଏପରି କରାଯାଇଛି। ଅନ୍ୟପକ୍ଷରେ ରୁଷିଆ ତେଲ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବା ପାଇଁ ଜି-୭ ରାଷ୍ଟ୍ରଗୁଡ଼ିକ ରାଜି ହେବା ପରେ ମସ୍କୋ ଜର୍ମାନୀକୁ ଯାଇଥିବା ସବୁଠାରୁ ବଡ଼ ଗ୍ୟାସ୍‌ ପାଇପଲାଇନ ନର୍ଡ ଷ୍ଟ୍ରିମ୍‌-୧କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି। ଏହି ପାଇପ୍‌ରେ ବର୍ଷକୁ ୫୫ କ୍ୟୁବିକ୍‌ ମିଟର ଗ୍ୟାସ୍‌ ପ୍ରତିବର୍ଷ ରୁଷିଆରୁ ୟୁରୋପକୁ ଆସିଥାଏ। ତେଲ ଲିକ୍‌ ଯୋଗୁ ରୁଷିଆ ଏପରି କରିଥିବା କହୁଥିଲେ ହେଁ ଏଥିଯୋଗୁ ଜର୍ମାନୀ ସମେତ ୟୁରୋପରେ ମଧ୍ୟ ପ୍ରାକୃତିକ ଗ୍ୟାସ୍‌ ସଙ୍କଟ ଗମ୍ଭୀର ହେବ। ଆଗକୁ ଶୀତଦିନ ଆସୁଥିବାରୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ଗ୍ୟାସ୍‌ର ଅଭାବ ଦେଖାଯାଇପାରେ। ୟୁରୋପର ଏକାଧିକ ଦେଶରେ ବ୍ଲାକ୍‌ଆଉଟ୍‌ ସମସ୍ୟା ମଧ୍ୟ ହୋଇପାରେ ବୋଲି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁଇଡେନ୍‌, ଫିନ୍‌ଲାଣ୍ଡ ଏନର୍ଜୀ କମ୍ପାନୀଗୁଡ଼ିକୁ ଲିକ୍ୟୁଡିଟି ଗ୍ୟାରେଣ୍ଟି (ନଗଦ ଅର୍ଥ ପ୍ରଦାନ ସୁନିଶ୍ଚିତ କରିବା) ପ୍ରଦାନ କରିଛି। ଅପରପକ୍ଷେ ୟୁରୋପର ସର୍ବବୃହତ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌ ଥିବା ଜାପୋରିଜିଝିଆ ରୁଷିଆ ପାଇଁ ରଣନୈତିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମସ୍କୋ କବ୍‌ଜାରେ ଥିବା କ୍ରିମିଆଠାରୁ ଏହା ପ୍ରାୟ ୨୦୦ କି.ମି. ଦୂରରେ ଅବସ୍ଥିତ। ୨୦୨୧ରେ ୟୁକ୍ରେନ୍‌ ଆବଶ୍ୟକ କରୁଥିବା ଏନର୍ଜୀର ୫୫.୫% ଏହି ପ୍ଲାଣ୍ଟରୁ ଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri