ମାର୍ଚ୍ଚରେ ଓଟିଟି ସହ ପ୍ରେକ୍ଷାଳୟରେ ମଧ୍ୟ ରିଲିଜ୍‌ ହେବ ଏହି ସବୁ ଫିଲ୍ମ

ଦେଶରେ କୋଭିଡ୍‌ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ସେନେଇ ଅନେକ ଫିଲ୍ମ ମାର୍ଚ୍ଚରେ ରିଲିଜ୍‌ ହେବା ପାଇଁ ପ୍ରସ୍ତୁତ ହେଲେଣି। ମାର୍ଚ୍ଚ ମାସରେ ଅନେକ ଫିଲ୍ମ ପ୍ରେକ୍ଷାଳୟକୁ ଆସୁଛି। ପ୍ରଭାସଙ୍କ ରାଧା ଶ୍ୟାମ ଠାରୁ ଆରମ୍ଭ କରି ଏସ୍‌.ଏସ୍‌ ରାଜାମୌଲିଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ ପର୍ଯ୍ୟନ୍ତ କିଛି ରୋମାଞ୍ଚକର ଫିଲ୍ମ ମାର୍ଚ୍ଚରେ ପରଦାରେ ଆସିବ। ଫିଲ୍ମକୁ କେବଳ ପ୍ରେକ୍ଷାଳୟରେ ଦେଖି ହେବ ତା’ନୁହଁ ଏହାକୁ ଓଟିଟି ପ୍ଲାର୍ଟଫର୍ମରେ ମଧ୍ୟ ଦେଖିହେବ।
ନିର୍ଦ୍ଦେଶକ କାର୍ତ୍ତିକ ନରେନଙ୍କ ଫିଲ୍ମ ମାରାନ ମୁଖ୍ୟ ଭୂମିକାରେ ଧନୁଷ, ମଲାଭିକା ମୋହନାନ ଏବଂ ସାମୁଥିରାକାନୀଙ୍କୁ ଦେଖତବାକୁ ମିଳିବ। ଏହା ଏକ ଆକ୍ସନ ଥ୍ରୀଲର। କରୋନାଭାଇରସ ଯୋଗୁ ନିର୍ମାତା ଓଟିଟିରେ ରିଲିଜ ହେବା ପାଇଁ ଚୟନ କରିଥିଲେ।
ସେହିପରି ‘ହେ ସିନାମିକା’ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ। ଯାହା ମାର୍ଚ୍ଚ ୩ ରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ମୁଖ୍ୟ ଭୂମିକାରେ ଦୁଲକର୍‌ ସଲମାନ, ଆଦିତ୍ୟ ରାଓ ହାଇଡାରୀ ଏବଂ କାଜଲ ଅଗ୍ରୱାଲ ଅଭିନୟ କରିଛନ୍ତି। ଏହା ସହ ବହୁ ପ୍ରତୀକ୍ଷିତ ମାଲାୟାଲାମ୍‌ ଫିଲ୍ମ ‘ଭୀଷ’୍ମ ମଧ୍ୟ ମାର୍ଚ୍ଚ ୩ ରେ ରିଲିଜ୍‌ ହେବ।
ନିର୍ଦ୍ଦେଶକ ରାଧା କୃଷ୍ଣ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେଶ୍ୟାମ’ ମାର୍ଚ୍ଚ ୧୧ରେ ରିଲିଜ୍‌ ହେବ। ପ୍ରଭାସ ଏବଂ ପୂଜା ହେଗଡେଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଏସ୍‌.ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍‌ ମଧ୍ୟ ମାର୍ଚ୍ଚ ୨୫ରେ ରିଲିଜ୍‌ ହେବ। ଏଥିରେ ଆଗଧାଡିର ଅଭିନେତା ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣଙ୍କୁ ଏକାଠି ଦେଖିବାକୁ ମିଳିବ।

 

Share