ଆଗରେ ‘ରାଧେ ଶ୍ୟାମ’

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଏହା ସହିତ ତେଲୁଗୁର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିଥିଲା। ବର୍ତ୍ତମାନ ମାର୍ଚ୍ଚର ପାଳି ହୋଇଥିବା ବେଳେ ଅନେକ ଫିଲ୍ମର ଲମ୍ବା ଲାଇନ୍‌ ଲାଗିଛି। ମାର୍ଚ୍ଚରେ ଅନେକ ଫିଲ୍ମ ଏବଂ ୱେବ ସିରିଜ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଅକ୍ଷୟ କୁମାର, ପ୍ରଭାସ ଏବଂ ଅଜୟ ଦେବଗନଙ୍କ ପରି ସୁପରହିଟ୍‌ ହିରୋ ନଜର ଆସିବେ।

ବର୍ତ୍ତମାନ ଆଇଏମ୍‌ଡିବି ଏକ ତାଲିକା ପ୍ରକାଶ କରିଛନ୍ତି। ଯାହା ପ୍ରଶଂସକଙ୍କ ପେଜ ଭିୟୁ ଆଧାରରେ ପ୍ରସ୍ତୁତ ହୋଇଛି। ଏହି ତଥ୍ୟ ଫେବୃଆରୀ ୨୩ ପର୍ଯ୍ୟନ୍ତ। ତେବେ ପ୍ରଶଂସକମାନେ ଯେଉଁସବୁ ଫିଲ୍ମକୁ ନେଇ ଅଧିକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସେ ବିଷୟରେ କୁହାଯାଇଛି।

ମାର୍ଚ୍ଚରେ ରିଲିଜ ହେବାକୁ ଥିବା ଆଗଧାଡିର ୩ଟି ଫିଲ୍ମ ଓ ୱେବ ସିରିଜ;

୧. ରାଧେ ଶ୍ୟାମ – ଏହା ୧୯୭୦ ଦଶକରେ ୟୁରୋପରେ ଘଟିଥିବା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମକୁ ନେଇ ଆଧାରିତ।

ରିଲିଜ – ମାର୍ଚ୍ଚ ୧୧

୨. ବଚ୍ଚନ ପାଣ୍ଡେ- ଗ୍ୟାଙ୍ଗଷ୍ଟର ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣେ ନିର୍ଦ୍ଦେଶକ ବଚ୍ଚନ ପାଣ୍ଡେଙ୍କୁ ଭେଟିଛନ୍ତି ଏବଂ ଏହା ପରେ ଆରମ୍ଭ ହେଉଛି କମାଲ-ଧମାଲ-ଡ୍ରାମା।

ନିର୍ଦ୍ଦେଶକ- ଫରହାଦ ସାମଜୀ

ରିଲିଜ – ମାର୍ଚ୍ଚ ୧୮

୩. ରୁଦ୍ର – ଏହି କାହାଣୀ ସୁପର୍‌ କପ ରୁଦ୍ର ଭୀର ସିଂଙ୍କ ଉପରେ ଆଧାରିତ, ଯିଏ ମୁମ୍ବାଇରେ ଘଟୁଥିବା ରହସ୍ୟମୟ ଅପରାଧକୁ ରହସ୍ୟରେ ସମାଧାନ କରନ୍ତି।

ରିଲିଜ – ମାର୍ଚ୍ଚ ୪

ତେବେ ଏ ସବୁ ଭିତରେ ଦର୍ଶକମାନେ ‘ରାଧେ ଶ୍ୟାମ’ ନେଇ ଅଧିକ ଉତ୍ସାହର ସହ ଅପେକ୍ଷା କରିଥିବା ଜଣାଯାଇଛି। ଦର୍ଶକଙ୍କ ମଧ୍ୟ ଦ୍ୱିତୀୟ ଉତ୍ସାହରେ ‘ବଚ୍ଚନ ପାଣ୍ଡେ’ ରହିଥିବା ବେଳେ ତୃତୀୟ ସ୍ଥାନରେ ‘ରୁଦ୍ର’ ରହିଛି।

Share