Categories: ଖେଳ

ରାଧାକ୍ରିଷ୍ଣନ ଭାରତୀୟ ଆଥଲେଟିକ୍ସର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୫ା୧୨ (ପି.ଟି.)-ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ଅଭିଜ୍ଞ ସମ୍ପନ୍ନ ରାଧାକ୍ରିଷ୍ଣନ ନାୟାରଙ୍କୁ ଏହାର ଫୁଲ୍‌ ଟାଇମ୍‌ ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ଦେଇଛି। ଜୁଲାଇରେ ବାହଦୁର ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେହିଦିନଠାରୁ ୬୨ବର୍ଷୀୟ ନାୟାର ଭାରତୀୟ ଆଥଲେଟିକ୍ସର କାମଚଳା ମୁଖ୍ୟକୋଚ୍‌ ଭାବେ କାର୍ଯ୍ୟକରି ଆସୁଥିଲେ। ନାୟାର ଭାରତୀୟ ଆଥଲେଟ୍ସକୁ ଆଗେଇ ନେବେ, ତାଙ୍କର ଏହି ଦୃଢ ବିଶ୍ୱାସ ରହିଛି ବୋଲି ଏଏଫ୍‌ଆଇ ସଭାପତି ଆଦିଲ ସୁମାରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ନାୟାର ଓ୍ବାଲର୍‌ଡ ଆଥଲେଟିକ୍ସ ଲେଭଲ-୫ କୋଚ୍‌ ଏବଂ ଟେକ୍ନିକାଲ ଅଫିସିଆଲ ସାର୍ଟିଫିକେଟ ହାସଲ କରିଛନ୍ତି। ଭାରତରେ କୋଚିଂ ଏଜୁକେଶନ ସିଷ୍ଟମର ବିକାଶ କ୍ଷେତ୍ରରେ ତାଙ୍କର ବିଶେଷ ଭୂମିକା ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିଠାରୁ ଇଣ୍ଟରନ୍ୟାଶନାଲ କୋଚିଂ ଏନରିଚ୍‌୍‌ମେଣ୍ଟ ପ୍ରୋଗ୍ରାମ୍‌ ସାର୍ଟିଫିକେଟ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

Share