Categories: ଫୁରସତ

ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ

ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି ଶିଖରରେ ପହଞ୍ଚିବା ପାଇଁ ଲାଲୁଙ୍କୁ ଖବ୍‌ ପରିଶ୍ରମ କରିବାକୁ ପଡିଥିଲା। ୧୯୭୩ ଜୁନ୍‌ ୧ରେ ୧୧ ବର୍ଷ ସାନ ରାବିଡି ଦେବୀଙ୍କୁ ବିବାହ କରିଥିଲେ ଲାଲୁ। ଏହି ବିବାହ ମଧ୍ୟ ବେଶ୍‌ ରୋଚକ ଥିଲା। ବିବାହରର ଏକ ବର୍ଷ ପରେ ଉଭୟ ପରସ୍ପରକୁ ଦେଖିଥିଲେ।
ରାବିଡି ଦେବୀ ଚୌଧୁରୀ ପରିବାରର ଥିଲେ। ଯାହାର ପ୍ରବଳ ଜମି ଏବଂ ସମ୍ପତ୍ତି ଥିଲା। ସେ ସମୟରେ ଲାଲୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। କିନ୍ତୁ ରାବିଡିଙ୍କ ପିତା ଶିବ ପ୍ରସାଦ ଚୌଧୁରୀ ଚାହଁୁଥିଲେ ତାଙ୍କ ଝିଅର ବିବାହ ଏକ ପାଠପଢୁଆ ପୁଅ ସହ ହେଉ। ସେ ଲାଲୁଙ୍କ ପ୍ରତିଭାରେ ପ୍ରଭାବିତ ଥିଲେ। ପରେ ଲାଲୁ-ରାବିଡିଙ୍କ ବିବାହ ସ୍ଥିର ହୋଇଥିଲା। ବିବାହବେଳେ ଲାଲଙ୍କୁ ବୟସ ୨୫ ଥିବାବେଳେ ରାବିଡିଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା।
ଲାଲୁଙ୍କ ଆତ୍ମକଥା ‘From Gopalganj to Raisina’ ମୁତାବକ ୧୯୯୩ରେ ସେମାନଙ୍କ ବିବାହ ହୋଇଥିଲା। ଏହାର ବର୍ଷେ ପରେ ରାବିଡି ବଡ ହୋଇଥିଲେ। ନିଜ ଆତ୍ମକଥା ଲାଲୁ କହିଥିଲେ, ବିବାହ ବେଳେ ମୁଁ ରାବିଡିଙ୍କୁ ଦେଖି ନ ଥିଲି। ବଡ ହୋଇ ରାବିଡି ଘରକୁ ଆସିବା ପରେ ହିଁ ତାଙ୍କ ମୁହଁ ଦେଖିଥିଲି ବୋଲି ସେ କହିଥିଲେ।
ପ୍ରଥମେ ଲାଲୁଙ୍କ ଘରେ ପାଦ ଦେବା କ୍ଷଣି ଚାଳ ଛପର ଘର ଦେଖି ଖୁବ୍‌ ଡରି ଯାଇଥିଲେ ରାବିଡି ଦେବୀ। ବର୍ଷ ଥିଦେ ତାଙ୍କ ଘର ପାଣିରେ ଭାସୁଥିଲା। ତଥାପି ରାବିଡି ଧୀରେ ଧୀରେ ପରିସ୍ଥିତି ସହ ଖାପ ଖୁଆଇ ଚଳିଥିଲେ। ରାବିଡିଙ୍କ ପାଇଁ ଏତେ ସଫଳତା ପାଇଥିବା ଲାଲୁ କହିଥିଲେ।

Share