Posted inଖେଳ

ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍‌ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି। ପୁର୍ବରୁ ରାପିଡ ଏବଂ ପ୍ରଦର୍ଶନୀ ମ୍ୟାଚ୍‌ରେ କାର୍ଲସନ୍‌ଙ୍କୁ ଅନେକ ଥର ପରାସ୍ତ କରିଥିବା ୧୮ ବର୍ଷୀୟ ଭାରତୀୟ ତିନି ରାଉଣ୍ଡ ପରେ ୫.୫ ପଏଣ୍ଟ ସହ ଅଗ୍ରଣୀ ରହିଥିଲେ। ପ୍ରଞ୍ଜାନନ୍ଦଙ୍କ ବିଜୟ ଘରୋଇ ଫେବରାଇଟ୍‌ କାର୍ଲସନ୍‌ଙ୍କୁ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଠେଲି ଦେଇଛି।

କ୍ଲାସିକାଲ୍‌ ଚେସ ଖେଳାଳୀମାନଙ୍କୁ ସେମାନଙ୍କ ଗୋଟି ଚଲାଇବା ପାଇଁ ଯଥେଷ୍ଟ ସମୟ ଦେଇଥାଏ, ସାଧାରଣତଃ ଅତି କମରେ ଏକ ଘଣ୍ଟା। ଏହି ଫର୍ମାଟ୍‌ରେ ଉଭୟଙ୍କ ମଧ୍ୟରେ ଗତ ତିନି ମ୍ୟାଚ୍‌ ଡ୍ର ସହିତ ଶେଶ ହୋଇଥିଲା। ଅନ୍ୟପଟେ ସମାନ ଫର୍ମାଟ୍‌ ମହିଳା ବର୍ଗରେ ପ୍ରଞ୍ଜାନନ୍ଦଙ୍କ ଭଉଣୀ ଆର. ବୈଶାଳୀ ପ୍ରଥମ ସ୍ଥାନରେ ରହିଛନ୍ତି।

ଅନ୍ୟ ମ୍ୟାଚ୍‌ରେ, ବିଶ୍ୱ ନମ୍ବର ଦୁଇ ଆମେରିକାର ଫାବିଆନୋ କାରୁଆନା ବିଶ୍ୱ ଚାମ୍ପିଅନ ଚାଇନାର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଥିଲେ। ସେହିପରି ଆମେରିକୀୟ ହିକାରୁ ନାକାମୁରା ଫ୍ରାନ୍ସର ଆଲିରେଜା ଫିରୋଜଜାଙ୍କ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ରେ ତୃତୀୟ ସ୍ଥାନରେ ରପିଛନ୍ତି। ଚତୁର୍ଥ ରାଉଣ୍ଡରେ ନାକାମୁରା ପ୍ରଞ୍ଜାନନ୍ଦଙ୍କ ବିପକ୍ଷରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri