Categories: Home Leftଖେଳ

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। କିଛି ଦିନ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ (MI) ସହ ହାର୍ଦ୍ଦିକଙ୍କ ସମ୍ପର୍କ ଖରାପ ହେବା ନେଇ ଖବର ସାମ୍ନାକୁ ଆସିଥିଲା। କୁହାଯାଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ (Trade) ମାଧ୍ୟମରେ ଅନ୍ୟ କୌଣସି ଦଳର ଅଂଶ ହୋଇପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଚେନ୍ନାଇ ସୁପର କିଙ୍ଗସ (CSK)ରେ ସାମିଲ ହେବାର ସମ୍ଭାବନା ମଧ୍ୟ ପ୍ରକାଶ ପାଉଛି। ଏବେ ଆର୍‌. ଅଶ୍ୱିନ ଏହି ଗୁଜବକୁ ଆହୁରି ଖୋରାକ ଯୋଗାଇ ସଙ୍କେତ ଦେଇଛନ୍ତି ଯେ ପାଣ୍ଡ୍ୟା CSKରେ ସାମିଲ ହୋଇପାରନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ ଦୌଡ଼ରୁ ବାଦ୍‌ ପଡ଼ିସାରିଛି। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରିଥିଲେ। ସେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ମୋବାଇଲରେ ୦୭:୦୭ ସମୟ ଦେଖାଯାଉଥିଲା। ପ୍ରଶଂସକମାନେ ଏହାକୁ CSKର ମହାନ ଖେଳାଳି ଏମ.ଏସ. ଧୋନିଙ୍କ ଜର୍ସି ନମ୍ବର ସହ ଯୋଡ଼ି ଦେଖିଥିଲେ। ଏହା ପରଠାରୁ ଗୁଜବ ସୃଷ୍ଟି ହୋଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ ଜରିଆରେ MI ଛାଡ଼ି ଚେନ୍ନାଇ ସୁପର କିଙ୍ଗସର ଅଂଶ ହୋଇପାରନ୍ତି।

Odisha’s No.1 Odia Daily

Share
Tags: Sports News