Categories: ଖେଳ

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଭେଟେରାନ ଅଫ୍‌ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ ଏକ ବଡ଼ ରେକର୍ଡ କରିଛନ୍ତି। ପ୍ରଥମ ଇନିଂସରେ ୩ ଉଇକେଟ ନେଇ ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟରେ ନିଜର ୧୦୦ ଉଇକେଟ ପୂରଣ କରିଛନ୍ତି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ଉଇକେଟ ନେଇଥିବା ଅଶ୍ୱିନ କେବଳ ଦ୍ୱିତୀୟ ଭାରତୀୟ ବୋଲର। ଅଶ୍ୱିନଙ୍କ ପୂର୍ବରୁ ଭାରତର ଭେଟେରାନ୍‌ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିଲେ।

ଅଶ୍ୱିନ ଏପର୍ଯ୍ୟନ୍ତ ୯୦ ଟେଷ୍ଟର ୧୬୯ ଇନିଂସରେ ୪୬୦ ଉଇକେଟ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ୧୧୩ ଦିନିକିଆରେ ୧୫୧ ଉଇକେଟ ନେଇଥିବାବେଳେ ୬୫ ଟି୨୦ରେ ୭୨ ଉଇକେଟ ଏବଂ ଆଇପିଏଲ୍‌ର ୧୮୪ ମ୍ୟାଚ୍‌ରେ ୧୫୭ ଉଇକେଟ ନେଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ଅଧିକାଂଶ ଟେଷ୍ଟ ୱିକେଟ ନେଇ ଭାରତୀୟ ବୋଲର:

୧. ଅନିଲ କୁମ୍ବଲେ – ୧୧୧ ଟେଷ୍ଟ ଉଇକେଟ
୨. ରବିଚନ୍ଦ୍ରନ ଅଶ୍ୱିନ – ୧୦୦ ଟେଷ୍ଟ ଉଇକେଟ
୩. ହରଭଜନ ସିଂ – ୯୫ ଟେଷ୍ଟ ଉଇକେଟ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଅଶ୍ୱିନଙ୍କ ରେକର୍ଡ:

୩୭ ଟେଷ୍ଟ ଇନିଂସ
ଉଇକେଟ – ୧୦୦
ହାରାହାରି – ୨୯.୨୧
ସର୍ବୋତ୍ତମ ବୋଲିଂ – ୭/୧୦୩

ଟେଷ୍ଟ କ୍ରିକେଟରେ ଅଧିକାଂଶ ଉଇକେଟ ନେଇଥିବା ଭାରତୀୟ ବୋଲର:

୧. ଅନିଲ କୁମ୍ବଲେ – ୬୧୯ ଟେଷ୍ଟ ଉଇକେଟ
୨. ରବିଚନ୍ଦ୍ରନ ଅଶ୍ୱିନ – ୪୬୦ ଟେଷ୍ଟ ଉଇକେଟ
୩. କପିଲ ଦେବ – ୪୩୪ ଟେଷ୍ଟ ଉଇକେଟ
୪. ହରଭଜନ ସିଂ – ୪୧୭ ଟେଷ୍ଟ ଉଇକେଟ
୫. ଇଶାନ୍ତ ଶର୍ମା / ଜହିର ଖାନ – ୩୧୧ ଟେଷ୍ଟ ଉଇକେଟ

Share