Posted inଜାତୀୟ

ସଂରକ୍ଷଣ ଭିତରେ କୋଟା, କ’ଣ ହେବ ଫାଇଦା?

ନୂଆଦିଲ୍ଲୀ,୨।୮: ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ମଧ୍ୟରେ ଅଧିକ ପଛୁଆ ସମୁଦାୟର ଲୋକଙ୍କୁ ନେଇ ଉପବର୍ଗୀକରଣ କରାଯାଇପାରିବ। ସେମାନଙ୍କୁ ପୃଥକ୍‌ ଭାବେ ସଂରକ୍ଷଣ ସୁବିଧା ଅନୁମତି ଦିଆଯାଇପାରିବ। ସୁପ୍ରିମକୋର୍ଟ ଗୁରୁବାର ସାମାଜିକ ସମାନତା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଏହି ଐତିହାସିକ ରାୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ପୀଠର ୬ ବିଚାରପତି ଉପରୋକ୍ତ ରାୟ ଦେଇଥିବାବେଳେ ଜଷ୍ଟିସ୍‌ ବେଲା ତ୍ରିବେଦୀ ଏହାର ବିପରୀତ ଭିନ୍ନ ମତ ପୋଷଣ କରିଛନ୍ତି।

ରାଜ୍ୟଗୁଡ଼ିକ ଏସ୍‌ସି/ଏସ୍‌ଟିଙ୍କ ମଧ୍ୟରେ ଉପଜାତିଗୁଡ଼ିକର ବର୍ଗୀକରଣ କରିପାରିବେ। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଥିବା ଲୋକେ ଏହାଦ୍ୱାରା ସଂରକ୍ଷଣ ସୁବିଧା ପାଇପାରିବେ ବୋଲି ସିଜେଆଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ମନୋଜ ମିଶ୍ରା, ବି.ଆର୍‌. ଗଭାଇ, ବିକ୍ରମ ନାଥ, ପଙ୍କଜ ମିତ୍ତଲ, ସତୀଶ ଚନ୍ଦ୍ର ଶର୍ମା ୫୬୫ ପୃଷ୍ଠା ସମ୍ବଳିତ ରାୟ ଦେଇଛନ୍ତି। ସିଜେଆଇ ନିଜ ୧୪୦ ପୃଷ୍ଠାର ରାୟରେ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୫(ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମସ୍ଥାନ ଆଧାରରେ କୌଣସି ନାଗରିକଙ୍କ ବିରୋଧରେ ପକ୍ଷପାତୀ ନ ହେବା) ଏବଂ ୧୬ (ସରକାରୀ ନିଯୁକ୍ତିରେ ସମାନ ସୁଯୋଗ) ଅନୁସାରେ ରାଷ୍ଟ୍ର ନିଜ କ୍ଷମତା ପ୍ରୟୋଗ କରିପାରିବ। ତଦନୁସାରେ ସାମାଜିକ ପଛୁଆପଣର ବିଭିନ୍ନ ମାତ୍ରାକୁ ଚିହ୍ନଟ ଏବଂ ସଂରକ୍ଷଣ ଭଳି ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବା ପାଇଁ ରାଷ୍ଟ୍ର ସ୍ବାଧୀନ। ଐତିହାସିକ ଓ ପୁରୁଣାକାଳିଆ ପ୍ରମାଣ ଦର୍ଶାଇଥାଏ ଯେ, ଏସ୍‌ସିମାନେ ହେଲେ ସାମାଜିକ ବିଜାତୀୟ ଶ୍ରେଣୀ। ତେଣୁ ପୃଥକୀକରଣର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଥିଲେ ଅନୁଚ୍ଛେଦ ୧୫(୪) ଓ ୧୬(୪) ବଳରେ ରାଜ୍ୟ ସରକାରମାନେ ଏହାର ପୁନଃ ବର୍ଗୀକରଣ କରିପାରିବେ ବୋଲି ସିଜେଆଇ ଦେଇଥିବା ରାୟ ସହ ଅନ୍ୟ ୫ ବିଚାରପତି ସହମତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଜଷ୍ଟିସ୍‌ ବେଲା ତ୍ରିବେଦୀ ୮୫ ପୃଷ୍ଠାର ରାୟରେ କହିଛନ୍ତି, ଏସ୍‌ସି ତାଲିକାରେ କୌଣସି ଜାତିକୁ ସାମିଲ କରିବା ବା ତହିଁରୁ ହଟାଇବା କ୍ଷମତା କେବଳ ପାର୍ଲାମେଣ୍ଟର ରହିଛି। ରାଜ୍ୟଗୁଡ଼ିକ ଏଥିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଏସ୍‌ସି ବର୍ଗର ଲୋକେ ବିଜାତୀୟ ଶ୍ରେଣୀର, ଯାହାଙ୍କୁ ନେଇ ଆହୁରି ଉପବର୍ଗୀକରଣ କରାଯାଇପାରିବ ନାହିଁ। ସଂରକ୍ଷଣ ପ୍ରଦାନ କିମ୍ବା ଏକ ନିର୍ଦ୍ଦିଷ୍ଟ ଜାତି/ଜାତିଗୁଡ଼ିକକୁ ପ୍ରାଥମିକତା ଭିତ୍ତିରେ ସ୍ବତନ୍ତ୍ର ସୁବିଧା ଦେବା ନେଇ ଆଇନ ପ୍ରଣୟନ କ୍ଷମତା ରାଜ୍ୟଗୁଡ଼ିକର ନାହିଁ।

ସଂଖ୍ୟାଗରିଷ୍ଠ ରାୟରେ ସିଜେଆଇ ଆହୁରି କହିଛନ୍ତି ଉପବର୍ଗୀକରଣ ଅନୁମତି ପ୍ରଦାନବେଳେ ରାଜ୍ୟ କୌଣସି ଉପବର୍ଗଙ୍କ ପାଇଁ ୧୦୦% ସଂରକ୍ଷଣ ନିର୍ଦ୍ଧାରଣ କରିପାରିବ ନାହିଁ। ଯଦି କୌଣସି ବର୍ଗର ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ ତେବେ ସେନେଇ ଆବଶ୍ୟକ ଗଣନା ମଧ୍ୟ କରାଯିବା ଦରକାର। ପ୍ରକାଶ ଯେ, ଚିନ୍ନାଇଆହ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଫେବୃଆରୀ ୮ରେ ଶୀର୍ଷ ଅଦାଲତ ଏହାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍‌ ପ୍ରଣାଳୀ ଖୋଲ, ନ ହେଲେ ଧ୍ୱଂସ କରିଦେବୁ: ଇରାନ୍‌କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri