Posted inଖେଳ

୩ଟିସି ସଲିଡାରିଟି କପ୍‌ରୁ ଓହରିଲେ ଡିକକ୍‌

ଜୋହାନ୍ସବର୍ଗ,୧୮।୭(ପି.ଟି.): କାଇଟ୍ସ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୩ ଟିମ କ୍ରିକେଟ (୩ଟିସି) ସଲିଡାରିଟି କପ୍‌ର ପ୍ରାରମ୍ଭିକ ସଂସ୍କରଣରୁ ଓହରିଯାଇଛନ୍ତି। ଏହି କପ୍‌ ମାଧ୍ୟମରେ ଦକ୍ଷିଣ ଆଫ୍ରିକାକୁ ପୁଣି କ୍ରିକେଟ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌- ୧୯ ମହାମାରୀ କାରଣରୁ ଦକ୍ଷିଣ ଆଫ୍ରିକା ସମେତ ସାରା ବିଶ୍ୱରେ ସବୁ ପ୍ରକାର କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଥିଲା।
ଡିକକ୍‌ଙ୍କ ଅନୁପସ୍ଥିତିରେ ଟେମ୍ବା ବଭୁମା କାଇଟ୍ସ ଦଳର ନେତୃତ୍ୱ ନେବେ। ଡିକକ୍‌ଙ୍କ ବଦଳ ଖେଳାଳି ଭାବେ ୨୪ ବର୍ଷୀୟ ଉଇକେଟକିପର ରିୟାନ ରିକେଲଟନଙ୍କୁ ଦଳରେ ସାମିଲ କରାଯାଇଛି। ବ୍ୟକ୍ତିଗତ କାରଣରୁ ଡିକକ୍‌ ଏହି ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା ତରଫରୁ କୁହାଯାଇଛି। ଡିକକ୍‌ଙ୍କ ପୂର୍ବରୁ ଦ୍ରୁତ ବୋଲର କାଗିସୋ ରାବାଡ଼ା, ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ଓ ମିଡିୟମ ପେସର ସିସାନ୍ଦା ମାଗାଲା ମଧ୍ୟ ଏହି ଟୁର୍ନାମେଣ୍ଟରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଛନ୍ତି।
ଶୁକ୍ରବାର ହେନେରିଚ କ୍ଲାସେନଙ୍କ ବଦଳରେ ବ୍ୟାଟ୍ସମ୍ୟାନ ରିଜା ହେଣ୍ଡ୍ରିକ୍ସଙ୍କୁ କିଙ୍ଗ୍‌ଫିସରର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ବ୍ଲାକ ଲାଇଭ ମ୍ୟାଟର (ବିଏଲ୍‌ଏମ୍‌) ବିପ୍ଳବକୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ସମର୍ଥନ କରିବା ପରେ ଏହି ନିଷ୍ପତ୍ତି ନିଆଯାଥିଲା। ୩ଟିସି ଟୁର୍ନାମେଣ୍ଟ ଜୁନ୍‌ ୨୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ମହମାରୀକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କପ୍‌ରେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍‌ଂ ୨୪ଜଣ କ୍ରିକେଟର ୩ଟି ଦଳରେ ବିଭକ୍ତ ହୋଇ ଅଂଶଗ୍ରହଣ କରିବେ। ଏହି ୩ଟି ଦଳ ହେଲ ଦି ଇଗଲ୍ସ, କିଙ୍ଗ୍‌ଫିସର ଓ ଦି କାଇଟ୍ସ। ପ୍ରତ୍ୟେକ ଦଳରେ ୮ଜଣ ଖେଳାଳି ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri