କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବିସ୍ଫୋରକ ଶତକ: କୋଲକାତାକୁ ୨୧୧ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ବିନା ଉଇକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି। ଫଳରେ କୋଲକତାକୁ ୨୧୧ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଲକ୍ଷ୍ନୌ ଦଳ ପକ୍ଷରୁ କ୍ୱିଣ୍ଟନ୍‌ ଡିକକ୍‌ ଶତକ ଅର୍ଜନ କରିଥିବାବେଳେ କେଏଲ୍‌ ରାହୁଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ଡି କକ୍‌ ୭୦ ବଲ୍‌ରୁ ୧୦ ଚୌକା ଏବଂ ୧୦ ଛକା ସହାୟତାରେ ୧୪୦ ରନ୍‌ କରିଥିଲେ। ସେହିପରି ରାହୁଲ ୫୧ଟି ବଲ୍‌ରୁ ୬୮ ରନ୍‌ କରି ଅପରାଜିତ ରହିଥିଲେ।
ଏହି ମ୍ୟାଚ୍‌ ଉଭୟ ଦଳର ଶେଷ ଲିଗ୍‌ ମ୍ୟାଚ ଏବଂ ପ୍ଲେ ଅଫ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ଲେ ଅଫ୍‌ରେ ପହଞ୍ଚିବା ଆଶାକୁ ବଞ୍ଚାଇ ରଖିବା ପାଇଁ କୋଲକାତା ଏହି ମ୍ୟାଚ ବୃହତ୍‌ ଭାବେ ଜିତିବା ଆବଶ୍ୟକ। ଯଦି କୋଲକାତା ଏହି ମ୍ୟାଚ ହାରିଯାଏ, ତେବେ ପ୍ଲେ ଅଫରେ ପହଞ୍ଚିବାର ଆଶା ଶେଷ ହେବ। ଏଥି ସହିତ, ଲକ୍ଷ୍ନୌ ଯଦି ଏହି ମ୍ୟାଚ ଜିତେ ତେବେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବ।

Share