ସ୍ବଚ୍ଛ ସର୍ଭେକ୍ଷଣରେ ଭଲର଼୍ୟାଙ୍କ୍‌ ପାଇବାକୁ ତତ୍ପରତା

ଭୁବନେଶ୍ୱର,୯।୭ (ବନ୍ଦନା ସେଠୀ)କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଚ୍ଛ ସର୍ଭେକ୍ଷଣର ଅଷ୍ଟମ ସଂସ୍କରଣ ନିମନ୍ତେ ଘୋଷଣା ହୋଇ ସାରିଛି। ଏହି କ୍ରମରେ ସହରର ସ୍ବଚ୍ଛତା ନେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଭୋଟିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଯାଇଛି। ବିଏମ୍‌ସି ପକ୍ଷରୁ ଏ ନେଇ ଟୁଇଟ୍‌ କରି ଜନସାଧାରଣଙ୍କୁ ସେମାନଙ୍କର ଫିଡ୍‌ବ୍ୟାକ୍‌ ବା ମତାମତ ଜଣାଇବାକୁ ସୂଚନା ଦିଆଯାଇଛି। ଏହି ଆଧାରରେ ଭୁବନେଶ୍ୱରକୁ ସର୍ଭେକ୍ଷଣରେ ଭଲ ର଼୍ୟାଙ୍କ୍‌ ମିଳି ପାରିବ। ଏଥିପାଇଁ ଦିଆଯାଇଥିବା ଲିଙ୍କ୍‌ କିମ୍ବା ସ୍କାନରରେ ସ୍କାନ୍‌ କରି ଭୁବନେଶ୍ୱରବାସୀ ନିଜର ମତାମତ ଦେଇପାରିବେ। ମୋଟ୍‌ ୯ଟି ପ୍ରଶ୍ନ ଥିବାବେଳେ ସେଥିରୁ ୭ଟି ପ୍ରଶ୍ନର ଉତ୍ତର କେବଳ ହଁ କିମ୍ବା ନାହିଁରେ ଦେବାର ବ୍ୟବସ୍ଥା ରହିଛି। ବାକି ୨ଟି ପ୍ରଶ୍ନର ଉତ୍ତରରେ ଜନସାଧାରଣ ଅତି ସନ୍ତୁଷ୍ଟ, ସନ୍ତୁଷ୍ଟ, ନିରପେକ୍ଷ, ଅସନ୍ତୁଷ୍ଟ, ଖୁବ୍‌ ଅସନ୍ତୁଷ୍ଟ ଭଳି ୫ଟି ଅପ୍‌ସନ ଦିଆଯାଇଛି। ସେହିପରି ସହରରେ ପରିମଳ ଅବସ୍ଥା, ନାଳ ଓ ଡ୍ରେନ୍‌ ସଫେଇ, ସୁଲଭ ଶୌଚାଳୟ, ଘରୁ ବର୍ଜ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଛି। ଜୁଲାଇ ୭ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଏହି ମତାମତ ସଂଗ୍ରହ କରାଯିବା ନେଇ ସୂଚନା ଦିଆଯାଇଛି। ତେବେ ରାଜଧାନୀର ରାସ୍ତାଘାଟର ଅବସ୍ଥା ଦେଖିଲେ ଏହାକୁ ଏକ ସ୍ବଚ୍ଛ ସହର ଭାବେ ବିବେଚନା କରିବା କଷ୍ଟକର। ସହରକୁ ସଫା କରିବାକୁ ୨ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମୀ ନିୟୋଜିତ ହୋଇଥିବାବେଳେ ୬ଟି ସଫେଇ ସଂସ୍ଥା ନିଯୁକ୍ତ ହୋଇଛନ୍ତି। ଏହାବାଦ୍‌ ବିଭିନ୍ନ ଏନ୍‌ଜିଓ ମଧ୍ୟ ସଫେଇ କାମରେ ନିୟୋଜିତ ହୋଇଛନ୍ତି। ରାତ୍ରି ସଫେଇ, ଜଟାୟୁ ମେଶିନ୍‌ ଦ୍ୱାରା ମୁଖ୍ୟ ରାସ୍ତା ସଫେଇ ଆଦି ବିଭିନ୍ନ କାର୍ଯ୍ୟରେ ବର୍ଷକୁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ପରିମଳ ବ୍ୟବସ୍ଥା ତଦାରଖ କରିବାକୁ ପ୍ରତି ୱାର୍ଡରେ ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର ଅଛନ୍ତି। ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସମେତ ନଗର ସ୍ବାସ୍ଥ୍ୟ ଅଧିକାରୀ ପଦବୀରେ ଜଣେ ଡାକ୍ତର ଅଛନ୍ତି। ଏସବୁକୁ ତଦାରଖ କରିବା ଓ ତ୍ୱରିତ ପଦକ୍ଷେପ ନେବାକୁ ଜଣେ ବରିଷ୍ଠ ଓଏଏସ ଅଧିକାରୀ ଡେପୁଟି କମିଶନର (ପରିମଳ) ଓ ତାଙ୍କ ଉପରେ ଜଣେ ଅତିରିକ୍ତ କମିଶନର ଦାୟିତ୍ୱରେ ଅଛନ୍ତି। ମାତ୍ର ଏତେ ଅଧିକାରୀ, କର୍ମଚାରୀ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ବି ସହରର ବିଭିନ୍ନ ରାସ୍ତାକଡ଼, ଗଳିକନ୍ଦିରେ ଅଳିଆ, ଆବର୍ଜନା, ନିର୍ମାଣଜନିତ ବର୍ଜ୍ୟ ଗଦା ହୋଇ ରହୁଛି। ନିୟମିତ ସଫେଇ ହେଉ ନଥିବାରୁ ପରିବେଶ ଆବର୍ଜନାମୟ ହେବା ସହ ଦୁର୍ଗନ୍ଧ ଜାତ ହେଉଛି। ନା ସଫେଇ ସଂସ୍ଥା ଅଳିଆ ଉଠାଉଛନ୍ତି ନା ବିଏମ୍‌ସି ଅଧିକାରୀ ତାଗିଦ କରୁଛନ୍ତି। କେବଳ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ସେହିଭଳି ଭୁଆଶୁଣିକୁ ଅଳିଆ ଯିବା ବନ୍ଦ ହେବା ପରେ ଆବର୍ଜନା ପରିଚାଳନା କରିବା ବିଏମ୍‌ସି ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଭୁବନେଶ୍ୱର ମଳମୁକ୍ତ ସହର ବୋଲି ଘୋଷଣା ହେବା ସହ ଏବେ ଓଡିଏଫ୍‌ ପ୍ଲସ୍‌ ଶ୍ରେଣୀରେ ରହିଛି। କିନ୍ତୁ ବିଭିନ୍ନ ସମୟରେ ଏଠାରେ ସଫେଇ କର୍ମଚାରୀ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବାରୁ ଆବର୍ଜନା ଗଦା ହୋଇରହୁଛି। ଏହାସହ ତ୍ରୁଟିପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟା ପାଇଁ ମଧ୍ୟ ପରିମଳ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ରହିଥିବାରୁ ଭୋଟିଂରେ ବିଏମ୍‌ସି ପଛରେ ପଡ଼ିବା ଆଶଙ୍କା କରାଯାଉଛି। ଅପରପକ୍ଷେ ସ୍ବଚ୍ଛ ସର୍ଭେକ୍ଷଣ ୨୦୧୭ରେ ଭୁବନେଶ୍ବରକୁ ୯୪ତମ ର଼୍ୟାଙ୍କ ମିଳିଥିବା ବେଳେ ୨୦୧୮ରେ ୨୪୩ତମ, ୨୦୧୯ରେ ୨୮୮ତମ, ୨୦୨୦ରେ ୨୩୩ତମ ଓ ୨୦୨୧ରେ ୧୪୮ତମ ଏବଂ ୨୦୨୨ରେ ୮୦ତମ ର଼୍ୟାଙ୍କ୍‌ ମିଳିଥିଲା। ତେଣୁ ଏଥର କିଭଳି ଆହୁରି ଭଲ ର଼୍ୟାଙ୍କ୍‌ ମିଳିବ ସେଥିପାଇଁ ଜୋରଦାର ଉଦ୍ୟମ ଚାଲିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଯେଉଁ କାଟାଗୋରିରେ ପୂର୍ବ ବର୍ଷଗୁଡ଼ିକରେ ମାର୍କ କମିଥିଲା ସେହି କ୍ଷେତ୍ରରେ ବ୍ୟାପକ ସୁଧାର ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri