କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ ହୋଇଯାଇଛି। ଫୋରମର ସଭାପତି ଡା. ହେମସାଗର ସାହା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ରାସ୍ତା ର ମରାମତି କରିବା ସିଟିଜେନ ଫୋରମ ପକ୍ଷରୁ ଗତ ୧୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସାହା ଦାବି କରିଥିଲେ। ବଲାଙ୍ଗୀର ଜିଲାପାଳଙ୍କୁ ଯୋଗାଯୋଗ କରି କେସିଙ୍ଗା ତେଲନଦୀରୁ ଯେଉଁ ବାଲି ଉଠାଯାଉଛି,ତାହା ଟିଟିଲାଗଡ ଦେଇ ଯିବା ପାଇଁ ଦାବି କରିଥିଲେ।ଏହି ରାସ୍ତାରେ ହାଇୱା ଗାଡ଼ି ଚାଲିବା ଦ୍ୱାରା ରାସ୍ତା ଖରାପ ହେଉଛି, ବ୍ରିଜ୍‌ ଉପରେ ବହୁ ପରିମାଣରେ ହାଇୱା ଗାଡି ଚାଲିବା ଦ୍ୱାରା ବ୍ରିଜ୍‌ଟି ଅଳ୍ପ ଦିନ ମଧ୍ୟରେ ଖରାପ ହେବାର ସମ୍ଭାବନା ରହିଛି।ଏହି ରାସ୍ତା ଦୁଇଟି ଜିଲା କଳାହାଣ୍ଡି – ବଲାଙ୍ଗୀରକୁ ଯୋଗାଯୋଗ ପାଇଁ ଆରଡ଼ି ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା।ଲୋକଙ୍କ ଗମନାଗମନ ପାଇଁ ନିର୍ମାଣ କରାଯାଇଥିଲା। ମହଦା ବାଲି ଘାଟରୁ ବାଲି ଉଠାଇ ଟିଟିଲାଗଡ ଦେଇ ଯାଉ ବୋଲି ଦାବି ହୋଇଥିଲା। ଏପରିକି କେସିଙ୍ଗା ତେଲନଦୀ ନିକଟରେ ଥିବା ଇନଟେକକୁ ପାଣି ଆସୁ ନାହିଁ , ତେଣୁ ସହରକୁ ପାନୀୟଜଳ ଯୋଗାଣରେ ଅସୁବିଧା ହେବାର ସମ୍ଭାବନ ରହିଛି। ତେଣୁ ଏହି ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ସିଟିଜେନ ଫୋରମ ପକ୍ଷରୁ ଦାବି ହୋଇଥିଲା। ରେତ ଓ ତେଲନଦୀ ସଙ୍ଗମ ନିକଟରେ ବାଲି ଗଦା ହୋଇଥିବାରୁ କେସିଙ୍ଗାସ୍ଥିତ ପିଏଚ ର ଇନଟେକ ୱେଲକୁ ପାଣି ଆସିବାରେ ଘୋର ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି। ଏହି ସମସ୍ୟାକୁ ସିଟିଜେନ ଫୋରମ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରିବା,ଟିଟିଲାଗଡ ବିଧାୟକଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିବା,ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ବିଭାଗୀୟ ଚିଫ ଇଞ୍ଜିନିୟରଙ୍କୁ ଦାବି କରିବା ସହ ବ୍ରିଜ ଉପରେ ହାଇୱା ଚଳାଚଳ ବନ୍ଦ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଖବରଦାତା ସମ୍ମିଳନୀକୁ ସିଟିଜେନ ଫୋରମ ସମ୍ପାଦକ ବି.ଚନ୍ଦ୍ର ଶେଖର ଆଚାରି ମଞ୍ଚ ପରି ଚାଳନା କରିଥିଲେ।

 

 

Odisha’s No.1 Odia Daily

Share