Posted inଜାତୀୟ

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଚଢ଼ାଉ ପରେ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଛି। ଏହି ପ୍ରସଙ୍ଗରେ ଅବଦୁଲ୍ଲାଙ୍କ ବିବୃତ୍ତି ଆସିଛି।

ଏହା କିପରି ଓଲଟା ନୀତି ବୋଲି ଓମାର ଅବଦୁଲ୍ଲା ଟୁଇଟ କରିଛନ୍ତି। ଯେତେବେଳେ ସିବିଆଇ, ଇଡି ଏବଂ ଏନଆଇଏ ଏଜେନ୍ସି କଂଗ୍ରେସ ନେତାଙ୍କ ବିରୋଧରେ ଯାଏ, ଏହି ସଂଗଠନଗୁଡ଼ିକୁ ଭାଜପାର ଏଜେଣ୍ଟ ବୋଲି କୁହାଯାଏ। ଯେତେବେଳେ ଆମ ଆଦମୀ ପାର୍ଟି(ଏଏପି)ର ନେତାମାନଙ୍କୁ ଟାର୍ଗେଟ କରାଯାଏ ସେତେବେଳେ କଂଗ୍ରେସ ହଠାତ ଏହି ସଂଗଠନର ବିଶ୍ୱସନୀୟତା ଉପରେ ଆସ୍ଥା ପ୍ରକଟ କରାଯାଉଛି। ଏଜେନ୍ସି କିପରି ଏକ ସମୟରେ ବିଶ୍ୱସନୀୟ ଏବଂ ଅବିଶ୍ୱସନୀୟ ହୋଇପାରିବ? ବୋଲି ଓମାର କଂଗ୍ରେସ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛି।

 

ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଚଢ଼ାଉକୁ ନେଇ କଂଗ୍ରେସ ଇସ୍ତଫା ଦାବି କରି କହିଥିଲା ଯେ ଏହି ମଦ ନୀତିକୁ ଶାସକ ଏଏପି ଶିକ୍ଷା ନୀତି ପଛରେ ଲୁଚାଇବା ବନ୍ଦ କରିବା ଉଚିତ। ଦିଲ୍ଲୀ କଂଗ୍ରେସ ମୁଖ୍ୟ ମନୀଷ ସିସୋଡିଆଙ୍କ ବାସଭବନରେ ଏହି ଚଢ଼ାଉକୁ ସ୍ବାଗତ କରିଥିଲେ। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅନୀଲ ଚୌଧୁରୀ କହିଥିଲେ ଯେ ସିବିଆଇ ଆମ ଆଦମୀ ପାର୍ଟିର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ସିସୋଡିଆଙ୍କ ଘରେ ଚଢ଼ାଉ କରିଛି। କଂଗ୍ରେସ ଦୀର୍ଘ ଦିନ ଧରି ତଦନ୍ତ ଦାବି କରିଆସୁଥିଲା। ଅନୀଲ କହିଥିଲେ ଆମେ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ନୀତିକୁ ବିରୋଧ କରୁଛୁ। ଦିଲ୍ଲୀ ସରକାର ମଦ ମାଫିଆକୁ ସୁରକ୍ଷା ଦେଇଥିଲେ। ଏହି ଲୁଟ ଉପରେ ଦିଲ୍ଲୀ ଭାଜପା ବିଧାୟକ ଏବଂ ଏମ୍‌ପିମାନେ ମଧ୍ୟ ନୀରବ ଅଛନ୍ତି। ସେ କହିଥିଲେ ବିଳମ୍ବରେ ସିବିଆଇ ଏହି ଘଟଣାର ଅନୁସନ୍ଧାନ କରୁଥିବାରୁ ଆମେ ଖୁସି।

ଦିଲ୍ଲୀ ସରକାରରେ ଥିବା ଏଏପି ବିଧାୟକଙ୍କ ବିଷୟରେ ଉଲ୍ଲେଖ କରି ଦିଲ୍ଲୀ କଂଗ୍ରେସ ସଭାପତି ପ୍ରକାଶ କରିଥିଲେ ସିବିଆଇର ଏହି କାର୍ଯ୍ୟ ପ୍ରମାଣ କରେ ଯେ ଏଏଏପିର ୭୧ ଜଣ ସଦସ୍ୟ ସଚ୍ଚୋଟ ନୁହଁନ୍ତି, ସେମାନେ ଦୁର୍ନୀତିଗ୍ରସ୍ତ। ୩୪ ଏଏପି ବିଧାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ସେ କହିଥିଲେ ଯେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁ ମୁଁ ନିଶ୍ଚିତ ଯେ ଦୁର୍ନୀତି ସହ ଜଡିତ ସମସ୍ତ ବ୍ୟକ୍ତି ଶୀଘ୍ର କାଠଗଡ଼ାରେ ଛିଡ଼ାହେବେ। ଏହାକୁ ନେଇ ଓମାର ମୁହଁ ଖୋଲି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri