Posted inଜାତୀୟ

ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ମୁମ୍ବାଇ/ନୂଆଦିଲ୍ଲୀ,୧ା୭:ଜୁନ୍‌ ୨୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବେ ମୁଖ୍ୟମନ୍ତ୍ରୀ। ଏହା ହେଉଛି ମହାରାଷ୍ଟ୍ର ରାଜନୀତିରେ ପ୍ରଥମାଶ୍ଚର୍ଯ୍ୟ। ଦ୍ୱିତୀୟ ବିସ୍ମୟକର କଥା ହେଲା ବର୍ତ୍ତମାନ ଯାଏ ବିରୋଧୀ ଦଳ ନେତା ଭୂମିକାରେ ଥିବା ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା। ଏଭଳି ବିସ୍ମୟକର ରାଜନୈତିକ ଘଟଣାକ୍ରମ ସମ୍ଭବତଃ କେବଳ ମହାରାଷ୍ଟ୍ରରେ ସମ୍ଭବ।
ଏକନାଥ ସିନ୍ଧେ ଗୋଆରୁ ମୁମ୍ବାଇକୁ ଫେରିବା ପରେ ଦେବେନ୍ଦ୍ର ଫଡ୍‌ନବିସଙ୍କ ଘରେ ଉଭୟଙ୍କ ମଧ୍ୟରେ ମନ୍ତ୍ରଣା ହୋଇଥିଲା। ପରେ ନିଜ ନିଜ ସମର୍ଥକମାନଙ୍କୁ ଧରି ଦୁହେଁ ରାଜଭବନକୁ ଯାଇ ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ଭେଟିଥିଲେ। ଗଣମାଧ୍ୟମ ଆଗରେ ଫଡ୍‌ନବିସ କହିଲେ, ସିନ୍ଧେ ମୁଖ୍ୟମନ୍ତ୍ରୀ ହେବେ। ମୁଁ କ୍ୟାବିନେଟରେ ସାମିଲ ହେବି ନାହିଁ। କିନ୍ତୁ ଏହାର ୩ ଘଣ୍ଟା ନ ବିତୁଣୁ ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ହଠାତ୍‌ ଶପଥ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। କାରଣ ପୂର୍ବରୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିବା ଜଣେ ଜାତୀୟ ଦଳର ନେତାଙ୍କ ପାଇଁ ଏହା ଆଦୌ ଶୋଭନୀୟ ନୁହେଁ, ଯଦିଓ ରାଜନୀତିରେ ସବୁକିଛି ସମ୍ଭବ।
ରାଜଭବନରେ ସିନ୍ଧେ ମରାଠୀ ଭାଷାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେ ଓ ନିଜ ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ସମର୍ଥକମାନେ ବାଲ୍‌ ଠାକ୍‌ରେ ଓ ଦିଘେଙ୍କ ନାମରେ ସ୍ଲୋଗାନ ଦେଇଥିଲେ। ସମସ୍ତେ ମନେକରିଥିଲେ, ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଗଲା। କିନ୍ତୁ ହଠାତ୍‌ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳର ଦୃଶ୍ୟ ଟେଲିଭିଜନ ସିଧାପ୍ରସାରଣରେ ଦେଖି ଦେଶବାସୀ କାବା ହୋଇଯାଇଥିଲେ। ଫଡ୍‌ନବିସ ମନା କରିବା ସତ୍ତ୍ୱେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ କୁଆଡ଼େ ଭାଜପା ମୁଖିଆ ଜେ.ପି. ନଡ୍ଡା ନିର୍ଦ୍ଦେଶ ଦେଇଥିଲେ। ବିଶ୍ଳେଷକଙ୍କ ମତରେ ନଡ୍ଡା ରାତି ୭ଟାରେ ଫଡ୍‌ନବିସଙ୍କୁ ଫୋନ୍‌ କରି ଉପମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ। ଫଡ୍‌ନବିସ ଅନିଚ୍ଛା ସତ୍ତ୍ୱେ ପଦାବନତିକୁ ଗ୍ରହଣ କରିନେଇଥିଲେ। କାରଣ ମହାରାଷ୍ଟ୍ରର ସାମ୍ପ୍ରତିକ ରାଜନୀତିରେ କେତେବେଳେ ବି କିଛି ଘଟିପାରେ। କ୍ଷମତା ପାଇଁ କେହି କାହା ହାତ ବି ଧରିପାରନ୍ତି।
ଏକନାଥ ସିନ୍ଧେଙ୍କ ବିଦ୍ରୋହ ଯୋଗୁ ମହା ବିକାଶ ଅଘାଡ଼ି ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ଜାଣି ୨୦୨୨ ଜୁନ୍‌ ୩୦ରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜୁନ୍‌ ୩୦ ପର୍ଯ୍ୟନ୍ତ ତାଙ୍କ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଥିଲେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର। ଅଜିତ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କୁ ଧରି ଦେବେନ୍ଦ୍ର ଫଡ୍‌ନବିସ କ୍ଷମତା ଦଖଲର ବିଫଳ ପ୍ରୟାସ କରିଥିଲେ ୨୦୧୯ ନଭେମ୍ବର ୨୩ରେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହେବାର ମାସେ ବିତିବା ପରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାତି ପାହିଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ। କିନ୍ତୁ ରାତି ପାହିବାକୁ ଦିଆଗଲା ନାହିଁ। କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିଲା। ରାଜ୍ୟପାଳ ଭଗତସିଂ କୋଶିୟାରୀ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ସୁପାରିସ କରିଥିଲେ। ଫଡ୍‌ନବିସ ଓ ଅଜିତଙ୍କୁ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ମହାରାଷ୍ଟ୍ରର ଏହି କ୍ଷମତାଯୁଦ୍ଧ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲା। ରାଜ୍ୟପାଳଙ୍କ ମନ୍ଦ ଉଦ୍ଦେଶ୍ୟଯୁକ୍ତ ଓ ପକ୍ଷପାତି କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରିଥିବାବେଳେ ଶରଦ ପାଓ୍ବାର କହିଥିଲେ, ଅଜିତଙ୍କ ନିଷ୍ପତ୍ତି ସହ ତାଙ୍କ ଦଳ ଏକମତ ନୁହେଁ।
ଉପରୋକ୍ତ ରାଜନୈତିକ ଘଟଣାକ୍ରମଗୁଡ଼ିକର ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ବୁଝାପଡ଼ୁଛି ଯେ, ସିନ୍ଧେଙ୍କୁ ଭାଜପା ମୁଖ୍ୟମନ୍ତ୍ରୀ କରାଇଛି ସିନା, କିନ୍ତୁ ତାଙ୍କ ପ୍ରତି ଗୈରିକ ଦଳର ପୂର୍ଣ୍ଣ ଆସ୍ଥା ନାହିଁ। ଅନ୍ୟଥା ୧୦୬ ବିଧାୟକଙ୍କ ସମର୍ଥନ ଥିବା ଭାଜପାର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୫୦ ଏମ୍‌ଏଲ୍‌ଏଙ୍କୁ ଧରି ବିଦ୍ରୋହ କରିଥିବା ଜଣେ ନେତାଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ କରାଇ ନ ଥାଆନ୍ତା ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି। ଏମିତିରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ୍‌ ଏହି ସରକାରର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇବା ଅମୂଳକ ମନେହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri