ବିଶ୍ୱଶାନ୍ତିରେ ପ୍ରଶ୍ନବାଚୀ

ଏକ ସ୍ବାଧୀନ ତଥା ସାର୍ବଭୌମ ଦେଶ ଭେନେଜୁଏଲା ଉପରେ ଆମେରିକାର ରାତିଅଧିଆ ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅପହରଣ କରି ଅନ୍ୟ ଏକ ଦେଶକୁ ନେଇ ସେଠାରେ ମିଥ୍ୟା ଅଭିଯୋଗ ଆଧାରରେ ବିଚାରର ନାଟକ ରଚିବା ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଆର୍ଜେଣ୍ଟିନା ଓ ୟୁକ୍ରେନ୍‌ ପରି ଆମେରିକାର ବୋଲକରା ଗୋଟିଏ ଦୁଇଟି ଦେଶକୁ ଛାଡ଼ିଦେଲେ, ବିଶ୍ୱର ଅନ୍ୟ କୌଣସି ଦେଶ ଆମେରିକାର ଏଭଳି ଆତଙ୍କବାଦୀ କୃତ୍ୟକୁ ଖୋଲା ସମର୍ଥନ କରି ନାହାନ୍ତି। ବରଂ ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଇରାନ, ଉତ୍ତର କୋରିଆ ପରି ଦେଶଗୁଡ଼ିକ ଏହାର ନିନ୍ଦା କରିବା ସହ ପରିଣାମ ବିଶ୍ୱବ୍ୟାପୀ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ତା’ର ଘନିଷ୍ଠ ସହଯୋଗୀ ରହି ଆସିଥିବା ଅନେକ ୟୁରୋପୀୟ ଦେଶ ନିନ୍ଦା କରିଛନ୍ତି।
ନିକୋଲାସ୍‌ ମାଦୁରୋଙ୍କ ବିରୋଧରେ ଆମେରିକା ନିଶାଦ୍ରବ୍ୟର ଚୋରାଚାଲାଣ ଓ ବେଆଇନ ଅର୍ଥ କାରବାରରେ ଲିପ୍ତ ଥିବାର ଅଭିଯୋଗ କରିଛି। ପ୍ରଶ୍ନ ଉଠୁଛି, ଯଦି କୌଣସି ଦେଶର ନିର୍ବାଚିତ ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ଗୁରୁତର ଅପରାଧର ଅଭିଯୋଗ ରହିଥିଲା, ତାହେଲେ ଆମେରିକା ତାଙ୍କ ବିରୋଧରେ ମିଳିତ ଜାତିସଂଘ କିମ୍ବା ଆନ୍ତର୍ଜାତିକ ଅଦାଲତର ଦ୍ୱାରସ୍ଥ ହୋଇପାରିଥାନ୍ତା। ଅଥବା ବିଶ୍ୱବାସୀଙ୍କ ସମ୍ମୁଖରେ ଏନେଇ ଠୋସ୍‌ ତଥ୍ୟ ଓ ପ୍ରମାଣ ରଖିପାରିଥାନ୍ତା। କିନ୍ତୁ ଅନ୍ତର୍ଜାତୀୟ କୋର୍ଟର ରାୟ ବିନା ତଥା ଜାତିସଂଘର ଅନୁମତି ନନେଇ ଗୋଟିଏ ସ୍ବାଧୀନ ଦେଶର ରାଷ୍ଟ୍ରପତିଙ୍କୁ ପ୍ରତାଡ଼ିତ କରିବା ଆଦୌ ଆଇନସମ୍ମତ ତ ନୁହେଁ । ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଅପ୍ରତ୍ୟାଶିତ ନଥିଲା। ଗତ କିଛି ମାସ ଧରି ଆମେରିକା ଭେନେଜୁଏଲା ନିକଟସ୍ଥ କାରିବିୟାନ ସମୁଦ୍ର ଅଞ୍ଚଳରେ ନିଜର ସାମରିକ ଶକ୍ତିକୁ ଠୁଳ କରି ତା’କୁ ଏକରକମ ବନ୍ଦୀ କରି ରଖିଆସିଛି। ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଯେ ଭେନେଜୁଏଲାରେ ବଳପୂର୍ବକ ଶାସନ ପରିବର୍ତ୍ତନ କରି ସେ ଦେଶର ବିପୁଳ ତୈଳ ଭଣ୍ଡାର ଓ ପ୍ରାକୃତିକ ସମ୍ପଦକୁ ଆମେରିକୀୟ କମ୍ପାନୀଙ୍କୁ ଟେକିଦେବା, ତାହା ଆଉ ଲୁଚି ରହିନାହିଁ। ଭେନେଜୁଏଲା ଉପରେ ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ବର୍ତ୍ତମାନ ପାଇଁ ସେହି ଦେଶକୁ ଆମେରିକା ଚଳେଇବ ବୋଲି କହିଛନ୍ତି। ଏହା ସହିତ ଆଗାମୀ ଦିନରେ କ୍ୟୁବା, କଲମ୍ବିଆ ସମେତ ଦକ୍ଷିଣ ଆମେରିକାର ଆହୁରି ୫ଟି ଦେଶ ଉପରେ ି ଆକ୍ରମଣ କରିବାକୁ ସଙ୍କେତ ଦେଇଛନ୍ତି। ଆମେରିକାର ଏହି ଆଭିମୁଖ୍ୟ ବିଶ୍ୱର ବିଭିନ୍ନ ଦେଶ ବିଶେଷ କରି ଦକ୍ଷିଣ ଆମେରିକାର ଦେଶଗୁଡ଼ିକୁ ଭୟଭୀତ କରିବା ସ୍ବାଭାବିକ।
ଆମେରିକାର ବିଶାଳ ସୈନ୍ୟ କ୍ଷମତା ଓ ଆର୍ଥିକ ଶକ୍ତି ଆଗରେ ଦକ୍ଷିଣ ଆମେରିକାର ଦେଶଗୁଡ଼ିକ ଠିଆ ହେବା ସମ୍ଭବ ନୁହେଁ ବୋଲି ଟ୍ରମ୍ପ ଭାବୁଛନ୍ତି। ଯେହେତୁ ରୁଷିଆ ଓ ଚାଇନା ପରି ମହାଶକ୍ତିଙ୍କ ସେହି ଅଞ୍ଚଳରେ ସାମରିକ ଉପସ୍ଥିତି ନାହିଁ ତେଣୁ ଆକ୍ରମଣ ପରିସ୍ଥିତିରେ ଉପରୋକ୍ତ ଦେଶଗୁଡ଼ିକ ଏକରକମ ଆତ୍ମସମର୍ପଣ କରିବାକୁ ବାଧ୍ୟହେବେ ବୋଲି ଧରି ନେଇଛନ୍ତି। କିନ୍ତୁ ସମଗ୍ର ଦକ୍ଷିଣ ଆମେରିକାକୁ ଦଖଲ କରିବା ଟ୍ରମ୍ପଙ୍କ ପାଇଁ ସହଜ ନୁହେଁ। ଭେନେଜୁଏଲାକୁ ସମୁଦ୍ରରୁ ଘେରି ରଖିଥିଲେ ମଧ୍ୟ ଏଯାଏ ସେଠାରେ ଆମେରିକା ତା’ର ସେନାକୁ ମୁତୟନ କରିବାରେ ସକ୍ଷମ ହୋଇନି। ସରକାରୀ ସହଯୋଗରେ ସେଠାରେ ପ୍ରସ୍ତୁତ ରହିଥିବା ଲକ୍ଷ ଲକ୍ଷ ସଶସ୍ତ୍ର ମିଲିସିଆଙ୍କୁ ସାମ୍‌ନା କରିବା ଆମେରିକାର ସେନା ପାଇଁ କଷ୍ଟକର। ଇତିମଧ୍ୟରେ ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ପ୍ରତିକ୍ରିୟା ଦେଇ ଆମେରିକାର ଯେକୌଣସି ଆକ୍ରମଣକୁ ସାମ୍‌ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଚାଲେଞ୍ଜ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସେ ପୂର୍ବରୁ ସେଠାକାର ଏକ ବଡ଼ ସଶସ୍ତ୍ର ସଂଗଠନର ନେତୃତ୍ୱ ନେଇ ସେଠାକାର ସରକାର ସହ ଅନେକ ଦଶକ ଧରି ଗେରିଲା ଲଢ଼େଇରେ ବ୍ୟସ୍ତ ଥିଲେ। ପରେ ଏକ ଶାନ୍ତି ରାଜିନାମା ପରେ ସେ ଓ ତାଙ୍କର ହଜାର ହଜାର କ୍ୟାଡ଼ର ଅସ୍ତ୍ର ତ୍ୟାଗ କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇଥିଲେ ଏବଂ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଧିବଦ୍ଧ ଭାବେ କଲମ୍ବିଆର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଆମେରିକାର ବିରୋଧୀ ଭାବେ କଲମ୍ବିଆ, ବ୍ରାଜିଲ ଓ ମେକ୍ସିକୋ ପ୍ରମୁଖ ରହିଛନ୍ତି। । ସେମାନଙ୍କ ପଛରେ ରୁଷିଆ ଓ ଚାଇନାର ପ୍ରତ୍ୟକ୍ଷ ସହଯୋଗ ରହିଛି। ତେଣୁ ସେସବୁ ଦେଶ ଉପରେ ଆକ୍ରମଣ ଆମେରିକାକୁ ମହଙ୍ଗା ପଡ଼ିବା ସ୍ବାଭାବିକ।
ଆମେରିକାର ଭେନେଜୁଏଲା ଆକ୍ରମଣ ବିଶ୍ୱରେ ଭୟଙ୍କର ପରମ୍ପରା ସୃଷ୍ଟି କରିବାକୁ ଯାଉଛି। ଏକ ଶୃଙ୍ଖଳିତ ବିଶ୍ୱ ବଦଳରେ ଜଙ୍ଗଲରାଜ ଅର୍ଥାତ୍‌ ”ଜୋର୍‌ ଯା’ର, ମୁଲକ ତା’ର“ ନୀତି ହିଁ ବିଶ୍ୱର ନିୟମ ହେବା ଜଣାପଡ଼ୁଛି। ଦୁଇ ଦୁଇଟି ବିଶ୍ୱ ଯୁଦ୍ଧରୁ ଶିକ୍ଷାଲାଭ କରି ଆମେରିକା ସମେତ ବିଶ୍ୱର ସମସ୍ତ ଦେଶ ଏକ ବୈଶ୍ୱିକ ଶୃଙ୍ଖଳା ଓ ସ୍ଥାୟୀ ଶାନ୍ତି ପାଇଁ ଯେଉଁ ମିଳିତ ଜାତିସଂଘ ଗଠନ କରିଥିଲେ, ତାହା ପ୍ରାୟତଃ ଆଜି ଏକରକମ ଅପ୍ରାସଙ୍ଗିକ ଓ ପଙ୍ଗୁ ହୋଇଯାଇଛି। ଜାତିସଂଘର ମହାସଚିବ କେବଳ ମଝି ମଝିରେ ବିବୃତି ପ୍ରକାଶ କରି ଶାନ୍ତିରକ୍ଷା ପାଇଁ ଦେଶଗୁଡ଼ିକୁ ନିବେଦନ କରିବାରେ ନିଜକୁ ସୀମିତ ରଖିଛନ୍ତି।
ଭେନେଜୁଏଲା ଘଟଣାରେ ଭାରତ ସରକାରଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଦୁର୍ବଳ ଓ ଅସହାୟପୂର୍ଣ୍ଣ ମନେହୁଏ। ଭାରତ ସର୍ବଦା ବିଶ୍ୱରେ ଶାନ୍ତି ଓ ସହାବସ୍ଥାନର କଥା କହି ଆସିଛି। ଅନ୍ୟ ଦେଶର ସ୍ବାଧୀନତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଆମ ବୈଦେଶିକ ନୀତିର ଅଭିନ୍ନ ଅଙ୍ଗ ହୋଇ ଆସିଛି। କିନ୍ତୁ ତାହା ସତ୍ତ୍ୱେ ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଓ ରାଷ୍ଟ୍ରପତି ଏବଂ ତାଙ୍କ ସ୍ତ୍ରୀଙ୍କ ଅପହରଣକୁ ଭାରତ ନିନ୍ଦା କରିନାହିଁ। ଭେେନେଜୁଏଲା ଉପରେ ଆକ୍ରମଣ କୌଣସି ବିଚ୍ଛିନ୍ନ ଘଟଣା ନୁହେଁ। ଏହା ନିଜର ଦୁର୍ବଳ ହୋଇଯାଇଥିବା ଆଧିପତ୍ୟ ପୁନଃ ପ୍ରତିଷ୍ଠା କରି ଅର୍ଥନୈତିକ ସଙ୍କଟ ଦୂର କରିବାକୁ ଆମେରିକୀୟ ସାମ୍ରାଜ୍ୟବାଦର ଏକ ସୁନିୟୋଜିତ କୌଶଳ । ଟ୍ରମ୍ପ କ୍ଷମତାକୁ ଆସିବା ପରେ ନିଜ ଦେଶର କମ୍ପାନୀଗୁଡ଼ିକ ପାଇଁ ବିଭିନ୍ନ ଦେଶର ବଜାରକୁ ସମ୍ପୂର୍ଣ୍ଣ ଭାବେ ଖୋଲିଦେବାକୁ ଚାପ ପକାଇବାକୁ ଶୁଳ୍କ ଯୁଦ୍ଧକୁ ଆରମ୍ଭ କରିଛନ୍ତି। ଭାରତର ବଜାର ବିଶେଷ କରି ଆମର କୃଷି ଓ ଦୁଗ୍ଧ ଉପତ୍ାଦର ବଜାରକୁ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ଖୋଲିଦେବାକୁ ଭାରତ ସରକାରଙ୍କୁ ବାଧ୍ୟ କରିବାକୁ ବର୍ତ୍ତମାନ ୫୦% ଶୁଳ୍କ ଧାର୍ଯ୍ୟ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଶସ୍ତା ତେଲ ନ ଆଣିବା ପାଇଁ ଲଗାତର ଚାପ ପ୍ରୟୋଗ କରି ଆସିଛନ୍ତି। ନିକଟରେ ଭେନେଜୁଏଲା ଆକ୍ରମଣ ପରେ ପୁଣିଥରେ ଟ୍ରମ୍ପ୍‌ ଭାରତକୁ ରୁଷିଆରୁ ତେଲ ଆମଦାନୀ ନ କରିବାକୁ ଚେତାବନୀ ଦେଇଛନ୍ତି। ଯଦି ତେଲ ଆମଦାନୀ ଅବ୍ୟାହତ ରହେ ତାହେଲେ ଖୁବ୍‌ ଶୀଘ୍ର ଭାରତ ବିରୋଧରେ ବାଣିଜ୍ୟ ଶୁଳ୍କକୁ ବର୍ତ୍ତମାନର ୧୦୦% କରି ଦିଆଯିବ ବୋଲି ଧମକ ଦେଇଛନ୍ତି। ଏଭଳି ସାମ୍ରାଜ୍ୟବାଦୀ ଧମକ ଓ ଚାପ ଆଗରେ ମୁଣ୍ଡ ନ ନୁଆଁଇ ଭାରତ ସରକାର ନିଜ ସ୍ବାର୍ଥରେ ଦୃଢ଼ତାର ସହିତ ନୀତି ଗ୍ରହଣ କରିବା ଦରକାର।
ଭାରତ ଐତିହାସିକ ଭାବେ ଗୋଷ୍ଠୀ ନିରପେକ୍ଷ, ଆନ୍ତର୍ଜାତିକ ଆଇନ ଓ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱର ପକ୍ଷରେ ମତ ପ୍ରକାଶ କରିଆସିଛି। ଯଦି ଆଜି ଭାରତ ସତରେ ଏକ ଦାୟିତ୍ୱଶୀଳ ବିଶ୍ୱ ଶକ୍ତି ହେବାକୁ ଚାହେଁ, ତାହେଲେ କିଛି କଥାରେ ସ୍ପଷ୍ଟ ଅଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ। ପ୍ରଥମତଃ, କୌଣସି ଦେଶର ରାଷ୍ଟ୍ରପତିଙ୍କୁ ବଳପୂର୍ବକ ଗିରଫ କରିବା ଆନ୍ତର୍ଜାତିକ ଆଇନ ବିରୋଧୀ, ଏହି କଥାକୁ କହିବାର ସାହସ ଦେଖାଇବାକୁ ପଡ଼ିବ। ଦ୍ୱିତୀୟତଃ, ଶାନ୍ତିର ଆହ୍ବାନ କେବଳ କୂଟନୈତିକ ବିବୃତିରେ ସୀମିତ ରହିଲେ ଚଳିବ ନାହିଁ। ଅନ୍ୟାୟ ବିରୋଧରେ ନୈତିକ ଅବସ୍ଥାନ ନେବା ହିଁ ପ୍ରକୃତ ଶାନ୍ତିର ପଥ। ତୃତୀୟତଃ, ଆଜି ଭେନେଜୁଏଲା ଏବଂ ଆସନ୍ତାକାଲି ଅନ୍ୟ କୌଣସି ବିକାଶଶୀଳ ଦେଶ ଆମେରିକାର ସାମ୍ରାଜ୍ୟବାଦୀ ଯୁଦ୍ଧର ଶିକାର ହେବା ପରୋକ୍ଷରେ ଭାରତର ନିଜ ସୁରକ୍ଷା ପାଇଁ ମଧ୍ୟ ବିପଜ୍ଜନକ ହେବ।
ଭେନେଜୁଏଲାର ଘଟଣା କେବଳ ଗୋଟିଏ ଦେଶର ସଙ୍କଟ ନୁହେଁ, ଏହା ସାରା ବିଶ୍ୱର ଶାନ୍ତି ଓ ସ୍ଥିରତା ପାଇଁ ଏକ ବଡ଼ ପ୍ରଶ୍ନ । ଯଦି ବିଶ୍ୱରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କୂଟନୀତି ବଦଳରେ ଶକ୍ତି ହିଁ ସବୁଠାରୁ ଶେଷ କଥା ହେବ, ତାହେଲେ ଆଇନ, ନୈତିକତା ଓ ସାର୍ବଭୌମତ୍ୱର କ’ଣ ମୂଲ୍ୟ ରହିବ?

ଭାଲଚନ୍ଦ୍ର ଷଡ଼ଙ୍ଗୀ

ମୋ: ୯୪୩୭୧୬୬୩୯୧

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଯୁଦ୍ଧ ଭିତରେ ମୋଦିଙ୍କୁ ଚିଠି ଲେଖିଲେ ଜିତୁ ପଟଓ୍ବାରୀ

ଭୋପାଳ,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଯୋଗୁ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଥିବା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ନାଗରିକଙ୍କ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

PM ମୋଦିଙ୍କ ଇସ୍ତ୍ରାଏଲ ଗସ୍ତ ଯୋଗୁ ୪୮ ଘଣ୍ଟା ପାଇଁ ଅଟକିଯାଇଥିଲା ଇରାନ ଉପରେ ଆକ୍ରମଣ? ଯୁଦ୍ଧ ଆରମ୍ଭ ହେବା ପରେ ଚର୍ଚ୍ଚା…

ଜେରୁସେଲମ/ନୂଆଦିଲ୍ଲୀ,୧।୩: ଗତ ଶନିବାର ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ବିଭିନ୍ନ ସ୍ଥାନରେ ହଠାତ ଆକ୍ରମଣ କରିଥିଲେ, ସେତେବେଳେ ସମଗ୍ର ବିଶ୍ୱରେ ଉତ୍ତେଜନା ଖେଳିଯାଇଥିଲା।…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା…

ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ…

ଚମକିଲା ବିଶ୍ୱ; ଯୁଦ୍ଧ ଭିତରେ ଟ୍ରମ୍ପ କଲେ ବଡ଼ ଘୋଷଣା

ଓ଼୍ବାଶିଂଟନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସର୍ୱୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ଏକ ବଡ଼ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri