Categories: ଜାତୀୟ

ସାମନାରେ ପ୍ରଶ୍ନ, ରାଣା କିଏ, ସେ ଏତେ ଅହଂକାରୀ କିପରି ?…

ମୁମ୍ବାଇ, ୨୫।୪ : ହନୁମାନ ଚାଳିସା ପାଠକୁ ନେଇ ମହାରାଷ୍ଟ୍ରରେ ଜାରି ରହିଥିବା ବିବାଦ ଥମିବାର ନା ଧରୁନି। ଏହାକୁ ନେଇ ଶିବସେନା ପକ୍ଷରୁ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏନେଇ ଶିମସେନା ମୁଖପତ୍ର ସାମନାରେ ରାଣା କିଏ, ସେ ଏତେ ଅହଂକାରୀ କିପରି? ବୋଲି ପ୍ରଶ୍ନ କରାଯାଇଛି।

ସାମନାରେ ଲେଖାଯାଇଛି ଯେ ରାଣାଙ୍କର ଏତେ ଶାହସ କେଉଁଠୁ ଆସିଲା ? ଇଡି ପରି ଏଜେନ୍ସିଗୁଡିକ ପାଇଁ ଏହା ଅନୁସନ୍ଧାନର ବିଷୟ। ଅମରାବତୀ ଏମ୍‌ପି ନବନୀତ୍‌ ରାଣା ଏବଂ ସ୍ବାମୀ ବିଧାୟକ ରବି ରାଣା ମାତୋଶ୍ରୀ ହନୁମାନ ଚାଳିସା ଜପିବାକୁ ଜିଦ୍‌ ଧରିବା ପଛରେ କାହାର ହାତ ରହିଛି ବୋଲି ସାମନାରେ ଉାଲ୍ଲେଖ କରାଯାଇଛି।

ନକଲି ଜାତି ପ୍ରମାଣପତ୍ର ଆଧାରରେ ଅମରାବତୀରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନବନୀତ୍‌ ଜିତିଥିବା ସାମନାରେ ଅଭିଯୋଗ ହୋଇଛି। ଜାତି ପ୍ରମାଣପତ୍ର ପାଇବା ପାଇଁ ନବନୀତ୍‌ ଏବଂ ତାଙ୍କ ପିତା ହରଭଜନ ସିଂ କୁଣ୍ଡଲେସ ଜାଲ କାଗଜପତ୍ର ଦାଖଲ କରିଥିଲେ।

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନବନୀତ୍‌ଙ୍କୁ ଏସସିର ଏକ ନକଲି ପ୍ରମାଣପତ୍ର ମିଳିଛି। ଏହି ଜାଲିଆତିକୁ ମୁମ୍ବାଇ ହାଇକୋର୍ଟ ମୋହର ଲଗାଇଛନ୍ତି। କିନ୍ତୁ ମାମଲା ସୁପ୍ରିମକୋର୍ଟକୁ ରହିଛି। ମାତ୍ର ବିଚାର ନହୋଇ କେବଳ ନେଇ ସମୟ ବିତାଯାଉଥିବା ସାମନା କହିଛି।

Share