ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନ: ସ୍କୁଲ ଖୋଲିବା ପରେ କିଭଳି ଲାଗୁଛି ପିଲେ

ବଲାଙ୍ଗୀର,୧୨ା୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି।  ସେ ବଲାଙ୍ଗୀର ସହର ପିପି ଏକାଡେମୀ ଓ ପୃଥ୍ବୀରାଜ ହାଇସ୍କୁଲ ପରିଦର୍ଶନ କରି ଛାତ୍ର ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। କରୋନା କଟକଣା ଭିତରେ ସ୍କୁଲ ଖୋଲିବା ପରେ କିଭଳି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ । ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲୋ କରୋନା ଗାଇଡ ଲାଇନ ପାଳନ ଅନୁଧ୍ୟାନ ମଧ୍ୟ କରିଥିଲେ । ମନ୍ତ୍ରୀଙ୍କ ସହ ଜିଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା, ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସ୍କୁଲର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ, ଅନ୍ୟମାନେ ଉପସ୍ଥିତ ଥିଲେ ।