ଶାସନରେ ମହାରାଣୀଙ୍କ ରେକର୍ଡ

ଇଂଲଣ୍ଡ,୧୩।୬: ଦୀର୍ଘଦିନ ଧରି ଶାସନ କରିଥିବା ଶାସକଙ୍କ ସୂଚୀର ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରହିଛନ୍ତି। ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟାଦେଜ୍‌ଙ୍କୁ ପଛରେ ପକାଇ ମହାରାଣୀ ଏହି ସ୍ଥାନ ଅଧିକାର କରିଛନ୍ତି। ତାଲିକାର ପ୍ରଥମରେ ଫ୍ରାନ୍ସର ଲୁଇସ ଚତୁର୍ଦ୍ଦଶ ଅଛନ୍ତି। ଲୁଇସ୍‌ ୭୨ ବର୍ଷ ୧୧୦ ଦିନ ଶାସନ କରି ପ୍ରଥମ ସ୍ଥାନରେ ରହିଛନ୍ତି। ସେ ୧୬୪୩ରୁ ୧୭୧୫ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ।
ବ୍ରିଟେନରେ ଏଲିଜାବେଥ୍‌ଙ୍କ ଶାସନକୁ ୭୦ ବର୍ଷ ପୂରି ଯାଇଥିବା ଅବସରରେ ପ୍ଲାଟିନମ୍‌ ଜୁବିଲି ପାଳନ କରାଯାଉଛି। ଏ ନେଇ ଜୁନ୍‌ ୨ରୁ ୫ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିଶାଳ ସମାରୋହର ଆୟୋଜନ କରାଯାଇଥିଲା। ତେବେ ପ୍ରଥମଥର ପାଇଁ ବ୍ରିଟେନବାସୀ ପ୍ଲାଟିନମ୍‌ ଜୁବିଲି ପାଳନ କରୁଥିବାର ଦେଖିବାକୁ ମିଳିଛି।

Share