ବିକାଶ ଅପେକ୍ଷାରେ ରାଣୀପୁର-ଝରିଆଲ

ବଲାଙ୍ଗୀର, ୯ା୬ (ବୀରେନ୍ଦ୍ର କୁମାର ଝାଙ୍କର)ଜାତୀୟସ୍ତରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଐତିହାସିକ ପୀଠ ଭାବେ ମାନ୍ୟତା ପାଇଥିବା ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର-ଝରିଆଲ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଆସିଛି। ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସି ଏହି ଯୋଗିନୀ ପୀଠ ସମୂହର ଉନ୍ନତି ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ବିକାଶ ହୋଇପାରିନାହିଁ। ତେବେ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପରେ ପୁଣି ଥରେ ଏହି ପୀଠ ଚର୍ଚ୍ଚାକୁ ଆସିଛି। ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟ ଓ ଦେଶରେ ବିକାଶର ଗତି ତ୍ୱରାନ୍ବିତ ହେବ ବୋଲି କୁହାଯାଉଛି। ଏବେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବାକୁ ଯାଉଥିବା ବେଳେ ସମଗ୍ର ଦେଶରେ ବିରଳ ଯୋଗିନୀ ପୀଠଭାବେ ପରିଚିତ ରାଣୀପୁର-ଝରିଆଲ ପୀଠ ପ୍ରତ୍ନତାତ୍ତ୍ୱିକ ପର୍ଯ୍ୟଟନ ସ୍ମାରକୀ ମାନଚିତ୍ରରେ ଉନ୍ନୟନର ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ବଲାଙ୍ଗୀର ଜିଲାର ରାଣୀପୁର-ଝରିଆଲ ପୀଠ ପ୍ରାଦେଶିକ ଏବଂ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥଳୀ ଓ ସ୍ମାରକୀ ଭାବେ ପରିଚିତ। ଏଠାକାର ସମସ୍ତ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଓ ବିକାଶ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ରାଣୀପୁର-ଝରିଆଲ ସ୍ମାରକୀ ସମୂହ ଓ ଉକ୍ତ ଅଞ୍ଚଳକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ତା’ର କେନ୍ଦ୍ରୀୟ ସଂରକ୍ଷିତ ତାଲିକାରେ ମଧ୍ୟ ସ୍ଥାନ ଦେଇଛି। ଏହି ଅଞ୍ଚଳ ପ୍ରତ୍ନତାତ୍ତ୍ୱିକ ଦିଗରୁ ଗୁରୁତ୍ୱ ବହନ କରୁଥିବାରୁ ଏହି ଅଞ୍ଚଳରେ କୌଣସି ପ୍ରକାର ଖନନ କାର୍ଯ୍ୟ କରାଯିବା ଉଚିତ ନୁହେଁ। ତଥାପି ଏଠାକାର ସୁରକ୍ଷା ସୁନିଶ୍ଚିତ କରାଯାଉନାହିଁ। ୨୦୧୯ ଜାନୁୟାରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ରାଣୀପୁର-ଝରିଆଲ ସ୍ମାରକୀ ସମୂହର ସଂରକ୍ଷଣ ଓ ଉନ୍ନୟନ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଏଏସ୍‌ଆଇ ଅଧିକାରୀମାନେ ମଧ୍ୟ ଖବରଦାତା ସମ୍ମିଳନୀ କରି ରାଣୀପୁର-ଝରିଆଲ ସ୍ମାରକୀ ସମୂହ ଅଞ୍ଚଳକୁ ଏଏସ୍‌ଆଇ ନିଜ ଅଧୀନରେ ନେଇଥିବା ସୂଚନା ଦେଇଥିଲେ। ୯.୬ କୋଟି ଟଙ୍କା ବିନିଯୋଗକରି ଏହି ଐତହ୍ୟ ସମୂହର ନବୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିବା ସୂଚନା ଦେଇଥିଲେ। ନବମ ଶତାବ୍ଦୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୁକ୍ତାକାଶ ଚଉଷଠି ଯୋଗିନୀ ମନ୍ଦିର, ଷଷ୍ଠ ଶତାବ୍ଦୀର ଲେହରିଗୁଡି, ସୋମେଶ୍ୱର ମନ୍ଦିର, ରାଣୀଗୁଡି ବା ରାଣୀ ମନ୍ଦିର ଏବଂ ସପ୍ତମ ଶତାବ୍ଦୀର ଇନ୍ଦ୍ରଲାଠ ଇଟା ମନ୍ଦିର ସହ ଅନ୍ୟାନ୍ୟ ୫୦ରୁ ଊର୍ଦ୍ଧ୍ୱ ସ୍ମାରକୀ ଥିବା ଏହି କୀର୍ତ୍ତିିସ୍ଥଳରେ ସୀମା ପ୍ରାଚୀର ନିର୍ମାଣ ସହ ଏଠାରେ ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କ ପାଇଁ ସୁବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ତେବେ ଏଏସ୍‌ଆଇ ଦାୟିତ୍ୱ ନେବା ସତ୍ତ୍ୱେ ଏହି ଅଞ୍ଚଳର ସୁରକ୍ଷା ବିପନ୍ନ ହୋଇଥିଲା। ରାଣୀପୁର-ଝରିଆଲର ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯାଇ ପାଇପ୍‌ ପକାଯାଇଥିଲା। ରାଣୀପୁର-ଝରିଆଲ ସ୍ମାରକୀ ଅନ୍ତର୍ଭୁକ୍ତ ଛେଲିଆ ମନ୍ଦିର ନିକଟରେ ବେଆଇନଭାବେ ଗାତ ଖୋଳାଯାଇ ପାଇପ୍‌ ପକାଯାଇଥିବାରୁ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାସତ୍ତ୍ୱେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବାକୁ ଯାଉଥିବାରୁ ଉଭୟ ସରକାର ଭିତରେ ସମନ୍ବୟ ରକ୍ଷାହେବା ସହ ଏହି ପ୍ରାଚୀନ ଓ ବିରଳ ପୀଠର ଉନ୍ନତି ହେବ ବୋଲି ଆଶା କରାଯାଉଛି। ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହେଲେ ଦାଦନ ପ୍ରବଣ ଅଞ୍ଚଳ ଅର୍ଥନୈତିକ ଦିଗରୁ ଲାଭବାନ୍‌ ହେବା ସହ ଦେଶ ଓ ବିଦେଶର ପର୍ଯ୍ୟଟକକୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri