ଏତିକି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ମହାରାଣୀ ଏଲିଜାବେଥ ଦ୍ୱିତୀୟ

ଲଣ୍ଡନ,୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ। ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନ ରାଜ ପରିବାରର ବଡ଼ ଭୂମିକା ରହିଛି। ଦେଶରେ ର୍ନିବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଇଥାଏ। ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ଭଳି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ।
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନ୍‌ର ନୂଆ ରାଜା ହୋଇଛନ୍ତି। ରାଣୀ ଏଲିଜାବେଥ ଦ୍ୱିତୀୟ ୫୦୦ ମିଲିୟନ ଡଲାର (୩୯,୮୫୮,୯୭୫,୦୦୦ଟଙ୍କା) ସମ୍ପତ୍ତି ଛାଡି ଯାଇଛନ୍ତି। ଏହି ସମ୍ପତ୍ତି ସେ ନିବେଶ, କଳା ସଂଗ୍ରହ, ଅଳଙ୍କାର ଏବଂ ରିଏଲ ଇଷ୍ଟେଟ ମାଧ୍ୟମରେ ହାସଲ କରିଥିଲେ। ପ୍ରିନ୍ସ ଚାଲର୍‌ସ ଏହି ସମ୍ପତ୍ତିର ଅଧିକାରୀ ହେବେ।

Share