ଏଡିନବର୍ଗ ଗଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀର: ୧୯ରେ ଶେଷକୃତ୍ୟ

ଲଣ୍ଡନ,୧୧।୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତ ଗୁରୁବାର ପରଲୋକ ଘଟିଛି। ଦେହାନ୍ତ କରିଛନ୍ତି। ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀରକୁ କଫିନ୍‌ ଯୋଗେ ବାଲମୋରାଲ ଦୁର୍ଗରୁ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗକୁ ନିଆଯାଉଛି। ସେପ୍ଟେମ୍ବର ୧୯ରେ ରାଜକୀୟ ସମ୍ମାନରେ ତାଙ୍କର ଶେଷକୃତ୍ୟ କରାଯିବ। ଏହି ଦିନ ୱେଷ୍ଟମିଂଷ୍ଟର ଆବେରେ ସକାଳ ୧୧ଟାରେ ଅନ୍ତିମ ସଂସ୍କାର କରାଯିବ।
ଦୁଇ ଦିନ ତଳେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ୭୦ ବର୍ଷ ରାଣୀ ଭାବେ ବ୍ରିଟେନରେ କାମ କରୁଥିଲେ। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ଚାର୍ଲସ ତୃତୀୟ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ୭୩ ବର୍ଷୀୟ କିଙ୍ଗ ଚାର୍ଲସ ଶପଥ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ଦିବଂଗତ ରାଣୀ ତଥା ତାଙ୍କ ମା’ ଏଲିଜାବେଥ ଦ୍ୱିତୀୟଙ୍କୁ ମନେପକାଇଥିଲେ। ଏଥିସହ ସେ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରିବେ ଓ ସେ ନିଜର ଡ୍ୟୁଟି ବିଷୟରେ ଭଲ ଭାବେ ଅବଗତ ଥିବା ମଧ୍ୟ କହିଛନ୍ତି।

Share