Posted inଖେଳ

କ୍ୱାର୍ଟରରେ ଜୋକୋଭିଚ୍‌, ସାବାଲେଙ୍କା

ଓ୍ବିମ୍ବେଲଡନ, ୧୧ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ବେଲାରୁଷର ଆରିନା ସାବାଲେଙ୍କା। ପୁରୁଷ ସିଙ୍ଗଲ୍ସ ବର୍ଗରେ ଜୋକୋଭିଚ୍‌ଙ୍କ ବ୍ୟତିତ ଡାନିଲ ମେଡଭେଡେଭ ଓ କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ମହିଳା ସିଙ୍ଗଲ୍ସରେ ଆମେରିକାର ମାଡିସନ୍‌ କିସ୍‌ ଓ କାଜାଖସ୍ତାନର ଏଲିନା ରିବାକିନା କ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ସୋମବାର ପୁରୁଷ ସିଙ୍ଗଲ୍ସର ପ୍ରଥମ ପ୍ରି କ୍ୱାର୍ଟରରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ନୋଭାକ ଜୋକୋଭିଚଛ ବିଶ୍ୱ ମାନ୍ୟତାର ୧୭ ନମ୍ବର ସ୍ଥାନରେ ଥିବା ହ୍ୟୁବର୍ଟ ହୁରକାଜଙ୍କ ପରାସ୍ତ କରିଛନ୍ତି। ୪ ସେଟ ବିଶିଷ୍ଟ ମ୍ୟାଚକୁ ଜୋକୋଭିଚ୍‌ ୭-୬(୮-୬),୭-୬(୮-୬), ୫-୭ ଓ ୬-୪ରେ ବିଜୟୀ ହୋଇଥିଲେ। ଅଲ ଇଂଲଣ୍ଡ କ୍ଲବର ଗ୍ରାସ୍‌ କୋର୍ଟରେ ଏହା ତାଙ୍କର କ୍ରମାଗତ ୩୨ ତମ ବିଜୟ ଥିଲା। ପ୍ରଥମ ଦୁଇ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ ଉଭୟ ସେଟ୍‌କୁ ଜିତି ନେଇଥିଲେ ଜୋକୋଭିଚ୍‌। ତୃତୀୟ ସେଟ୍‌କୁ ଜିତି ହୁରକାଜ ପ୍ରତ୍ୟାବର୍ତ୍ତନର ପ୍ରୟାସ କରିଥିବା ବେଳେ ଏହାକୁ ନିଷ୍ଫଳ କରି ଦେଇଥିଲେ ଜୋକୋଭିଚ୍‌। ଦ୍ୱିତୀୟ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଡାନିଲ ମେଡଭେଡଭ ଚେକ୍‌ ରିପବ୍ଲିକ୍‌ର ଜିରି ଲେହେକାଙ୍କୁ ପରାସ୍ତ କରିଥିଲେ। ମେଡଭେଡେଭ ୬-୪, ୬-୨ରେ ଆଗୁଆ ରହିଥିବା ବେଳେ ଆହତ ହୋଇ ଲେହେକା ଓହରିବା କାରଣରୁ ତାଙ୍କୁ ଓ୍ବାକ୍‌ ଓଭର ମିଳିଥିଲା। ଆମେରିକାର କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ ୫ ସେଟ୍‌ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିଟ୍‌ସିପାସଙ୍କୁ ହରାଇଛନ୍ତି। ୩-୬, ୭-୬(୭-୪), ୩-୬, ୬-୪ ଓ ୬-୪ ସେଟରେ କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ ଏହି ମ୍ୟାଚକୁ ଜିତି ନେଇଥିଲେ।
ମହିଳା ସିଙ୍ଗଲ୍ସରେ ବେଲାରୁଷର ଆରିନା ସାବାଲେଙ୍କା ୬-୪, ୬-୦ରେ ରୁଷିଆର ଏକାଟେରିନା ଆଲେକ୍ସାଣ୍ଡ୍ରୋଭାଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ସାବାଲେଙ୍କାଙ୍କୁ ପ୍ରଥମ ସେଟ୍‌ରେ ସାମାନ୍ୟ ପ୍ରତିରୋଧ ମିଳିଥିବା ବେଳେ ଦ୍ୱିତୀୟ ସେଟରେ ପ୍ରତିପକ୍ଷ ଖେଳାଳିଙ୍କୁ ଗୋଟିଏ ବି ପଏଣ୍ଟ ସ୍କୋର କରିବାକୁ ଦେଇ ନ ଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚ୍‌ରେ ଆମେରିକାର ମାଡିସନ୍‌ କିସ୍‌ ୧୬ ବର୍ଷୀୟା ସେନ୍‌ସେସନ ମୀରା ଆଣ୍ଡ୍ରିଭାଙ୍କୁ ୩-୬, ୭-୬(୭-୪) ଓ ୬-୨ରେ ପରାସ୍ତ କରିଛନ୍ତି। ମୀରା ପ୍ରଥମ ସେଟ୍‌କୁ ଜିତିବା ପରେ ମାଡିସନ୍‌ ଦ୍ୱିତୀୟ ସେଟ୍‌କୁ ଟାଇବ୍ରେକରରେ ବିଜୟୀ ହୋଇଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ସେଟ୍‌କୁ ଜିତିବା ସହିତ କ୍ୱାର୍ଟରରେ ପ୍ରବେଶ କରିଥିଲେ ମାଡିସନ୍‌। ବ୍ରାଜିଲର ବିଟ୍ରିଜ୍‌ ହଦଦ ମାଇଆଙ୍କ ବିପକ୍ଷ ମ୍ୟାଚ୍‌ରେ ଓ୍ବାକ୍‌ଓଭର ପାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ସାବାଲେଙ୍କା। ପ୍ରଥମ ସେଟ୍‌ରେ ସାବାଲେଙ୍କା ୪-୧ରେ ଆଗୁଆ ରହିଥିବା ବେଳେ ଆହତ ହୋଇ ବିଟ୍ରିଜ୍‌ ଓହରି ଯାଇଥିଲେ। ଫଳରେ ସାବାଲେଙ୍କା ଓ୍ବାକ୍‌ଓଭର ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri