Posted inଖେଳ

କ୍ୱାର୍ଟରରେ ଜୋକୋଭିଚ୍‌, ସାବାଲେଙ୍କା

ଓ୍ବିମ୍ବେଲଡନ, ୧୧ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ବେଲାରୁଷର ଆରିନା ସାବାଲେଙ୍କା। ପୁରୁଷ ସିଙ୍ଗଲ୍ସ ବର୍ଗରେ ଜୋକୋଭିଚ୍‌ଙ୍କ ବ୍ୟତିତ ଡାନିଲ ମେଡଭେଡେଭ ଓ କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ମହିଳା ସିଙ୍ଗଲ୍ସରେ ଆମେରିକାର ମାଡିସନ୍‌ କିସ୍‌ ଓ କାଜାଖସ୍ତାନର ଏଲିନା ରିବାକିନା କ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ସୋମବାର ପୁରୁଷ ସିଙ୍ଗଲ୍ସର ପ୍ରଥମ ପ୍ରି କ୍ୱାର୍ଟରରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ନୋଭାକ ଜୋକୋଭିଚଛ ବିଶ୍ୱ ମାନ୍ୟତାର ୧୭ ନମ୍ବର ସ୍ଥାନରେ ଥିବା ହ୍ୟୁବର୍ଟ ହୁରକାଜଙ୍କ ପରାସ୍ତ କରିଛନ୍ତି। ୪ ସେଟ ବିଶିଷ୍ଟ ମ୍ୟାଚକୁ ଜୋକୋଭିଚ୍‌ ୭-୬(୮-୬),୭-୬(୮-୬), ୫-୭ ଓ ୬-୪ରେ ବିଜୟୀ ହୋଇଥିଲେ। ଅଲ ଇଂଲଣ୍ଡ କ୍ଲବର ଗ୍ରାସ୍‌ କୋର୍ଟରେ ଏହା ତାଙ୍କର କ୍ରମାଗତ ୩୨ ତମ ବିଜୟ ଥିଲା। ପ୍ରଥମ ଦୁଇ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ ଉଭୟ ସେଟ୍‌କୁ ଜିତି ନେଇଥିଲେ ଜୋକୋଭିଚ୍‌। ତୃତୀୟ ସେଟ୍‌କୁ ଜିତି ହୁରକାଜ ପ୍ରତ୍ୟାବର୍ତ୍ତନର ପ୍ରୟାସ କରିଥିବା ବେଳେ ଏହାକୁ ନିଷ୍ଫଳ କରି ଦେଇଥିଲେ ଜୋକୋଭିଚ୍‌। ଦ୍ୱିତୀୟ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଡାନିଲ ମେଡଭେଡଭ ଚେକ୍‌ ରିପବ୍ଲିକ୍‌ର ଜିରି ଲେହେକାଙ୍କୁ ପରାସ୍ତ କରିଥିଲେ। ମେଡଭେଡେଭ ୬-୪, ୬-୨ରେ ଆଗୁଆ ରହିଥିବା ବେଳେ ଆହତ ହୋଇ ଲେହେକା ଓହରିବା କାରଣରୁ ତାଙ୍କୁ ଓ୍ବାକ୍‌ ଓଭର ମିଳିଥିଲା। ଆମେରିକାର କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ ୫ ସେଟ୍‌ ବିଶିଷ୍ଟ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିଟ୍‌ସିପାସଙ୍କୁ ହରାଇଛନ୍ତି। ୩-୬, ୭-୬(୭-୪), ୩-୬, ୬-୪ ଓ ୬-୪ ସେଟରେ କ୍ରିଷ୍ଟୋଫର ୟୁବ୍ୟାଙ୍କସ୍‌ ଏହି ମ୍ୟାଚକୁ ଜିତି ନେଇଥିଲେ।
ମହିଳା ସିଙ୍ଗଲ୍ସରେ ବେଲାରୁଷର ଆରିନା ସାବାଲେଙ୍କା ୬-୪, ୬-୦ରେ ରୁଷିଆର ଏକାଟେରିନା ଆଲେକ୍ସାଣ୍ଡ୍ରୋଭାଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ସାବାଲେଙ୍କାଙ୍କୁ ପ୍ରଥମ ସେଟ୍‌ରେ ସାମାନ୍ୟ ପ୍ରତିରୋଧ ମିଳିଥିବା ବେଳେ ଦ୍ୱିତୀୟ ସେଟରେ ପ୍ରତିପକ୍ଷ ଖେଳାଳିଙ୍କୁ ଗୋଟିଏ ବି ପଏଣ୍ଟ ସ୍କୋର କରିବାକୁ ଦେଇ ନ ଥିଲେ। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚ୍‌ରେ ଆମେରିକାର ମାଡିସନ୍‌ କିସ୍‌ ୧୬ ବର୍ଷୀୟା ସେନ୍‌ସେସନ ମୀରା ଆଣ୍ଡ୍ରିଭାଙ୍କୁ ୩-୬, ୭-୬(୭-୪) ଓ ୬-୨ରେ ପରାସ୍ତ କରିଛନ୍ତି। ମୀରା ପ୍ରଥମ ସେଟ୍‌କୁ ଜିତିବା ପରେ ମାଡିସନ୍‌ ଦ୍ୱିତୀୟ ସେଟ୍‌କୁ ଟାଇବ୍ରେକରରେ ବିଜୟୀ ହୋଇଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ସେଟ୍‌କୁ ଜିତିବା ସହିତ କ୍ୱାର୍ଟରରେ ପ୍ରବେଶ କରିଥିଲେ ମାଡିସନ୍‌। ବ୍ରାଜିଲର ବିଟ୍ରିଜ୍‌ ହଦଦ ମାଇଆଙ୍କ ବିପକ୍ଷ ମ୍ୟାଚ୍‌ରେ ଓ୍ବାକ୍‌ଓଭର ପାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ସାବାଲେଙ୍କା। ପ୍ରଥମ ସେଟ୍‌ରେ ସାବାଲେଙ୍କା ୪-୧ରେ ଆଗୁଆ ରହିଥିବା ବେଳେ ଆହତ ହୋଇ ବିଟ୍ରିଜ୍‌ ଓହରି ଯାଇଥିଲେ। ଫଳରେ ସାବାଲେଙ୍କା ଓ୍ବାକ୍‌ଓଭର ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri