କ୍ୱାଣ୍ଟମ୍‌ ପ୍ରଭାବ

ର୍ମାନ୍‌ ଭାଷାରେ ପ୍ରକାଶିତ ଜର୍ନାଲ ଜ୍ୟାତ୍‌ଶ୍ରିଫ୍ଟ ଫ୍ରୋର୍‌ ଫିଜିକ୍‌ରେ ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ୱେରନର ହାଇଜୁନ୍‌ବର୍ଗ ୧୯୨୫ ଡିସେମ୍ବର ସଂସ୍କରଣରେ ଗୋଟିଏ ଯୁଗାନ୍ତକାରୀ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରିଥିଲେ। ଏହି ଆଲେଖ୍ୟ କ୍ୱାଣ୍ଟମର ତତ୍ତ୍ୱକୁ କ୍ୱାଣ୍ଟମ ମେକାନିକ୍ସଙ୍କୁ ରୂପାନ୍ତରିତ କରିଥିଲା। ଦୃଶ୍ୟମାନ କଣିକା- ସମୂହଙ୍କ ଆନ୍ତଃସମ୍ପର୍କ ଉପରେ ପର୍ଯ୍ୟବସିତ ଥିଲା ଏହି ନିବନ୍ଧ ଯାହା କ୍ୱାଣ୍ଟମ୍‌ ମେକାନିକ୍ସର ଭିତ୍ତି ସ୍ଥାପନ କରିପାରିଥିଲା। ୨୦୨୫କୁ ଏହି ପ୍ରକାଶନକୁ ୧୦୦ବର୍ଷ ପୂରିଲା। ମିଳିତ ଜାତିସଂଘ ଏ ବର୍ଷକୁ ବିଶ୍ୱ କ୍ୱାଣ୍ଟମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବର୍ଷ ଭାବେ ଘୋଷଣା କରିଛି ଓ ୟୁନେସ୍କୋ ତରଫରୁ ଏ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଲକ୍ଷ୍ୟ- କ୍ୱାଣ୍ଟମ ବିଜ୍ଞାନ ଓ ବ୍ୟବହାର ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରିବା, ଗବେଷଣା ପ୍ରତିଷ୍ଠାନ ଏବଂ ଗବେଷକଙ୍କ ମଧ୍ୟରେ ବିଶ୍ୱବ୍ୟାପୀ ସହଯୋଗର ବାତାବରଣ ସୃଷ୍ଟି ସହ ବହୁ ଆୟାମୀ ଓ ଅନ୍ତର୍ଜାତୀୟ ଗବେଷଣାକୁ ପ୍ରୋତ୍ସାହନ ଦେବା, ନିରନ୍ତର ସମୃଦ୍ଧି ପାଇଁ କ୍ୱାଣ୍ଟମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ତ୍ୱରାନ୍ବିତ କରିବା। ଯୁବବର୍ଗ ଓ ଶିକ୍ଷକଙ୍କ ମଧ୍ୟରେ ସହଯୋଗ ଓ ସହଭାଗିତା ମାଧ୍ୟମରେ ଏହିସବୁ ଲକ୍ଷ୍ୟ ପୂର୍ତ୍ତି ପାଇଁ ଚେଷ୍ଟା କରୁଛି ୟୁନେସ୍କୋ।
ଏପରି ଏକ ମହତ୍ତ୍ୱପୂର୍ଣ୍ଣ କାଳଖଣ୍ଡରେ ଏବର୍ଷ ବିଶ୍ୱର ଅନ୍ୟତମ ସମ୍ଭ୍ରାନ୍ତ ଓ ଶ୍ରେଷ୍ଠ ପୁରସ୍କାର ନୋବେଲ ପାଇଁ ମନୋନୀତ ହୋଇଛନ୍ତି ୩ଜଣ କ୍ୱାଣ୍ଟମ ଗବେଷକ। ବୈଦ୍ୟୁତିକ ପରିପଥରେ ଏନର୍ଜି(ଶକ୍ତି) କ୍ୱାରିଜେଶନ ଓ ସ୍ଥୂଳ ଜଗତରେ କ୍ୱାଣ୍ଟମ ଟନେଲିଂକୁ ପ୍ରଦର୍ଶିତ କରିବାରେ ସଫଳତା ହାସଲ କରିଥିବାରୁ ଏ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍‌ ଜନ୍‌ କ୍ଲାର୍କ, ମାଇକେଲ୍‌ ଡେଭୋରେଟ୍‌ ଓ ଜନ୍‌ ମାର୍ଟିନିସ୍‌।
ଏହା ଅନସ୍ବୀକାର୍ଯ୍ୟ ଯେ ଆଧୁନିକ ସ୍ମାର୍ଟଫୋନ୍‌ଠାରୁ ସୁପର କମ୍ପ୍ୟୁଟର ଆବିଷ୍କାର ପାଇଁ କ୍ୱାଣ୍ଟମ ମେକାନିକ୍ସର ଅବଦାନ ଅବିସ୍ମରଣୀୟ। ଏହା ସମ୍ପ୍ରତି ପ୍ରଯୁକ୍ତିବିଦ୍ୟାର ରୂପାନ୍ତରୀକରଣ ଏବଂ ପ୍ରମୁଖ ଆୟୁଧ ଭାବେ ପରିଚିତି ଲାଭ କରିଛି। ହେଲେ ଦାର୍ଶନିକ ମନୋବିଜ୍ଞାନ ନ ଥିଲେ ଏ ବୈଜ୍ଞାନିକ ତତ୍ତ୍ୱକୁ ବୁଝିବା ଦୁରୂହ ବ୍ୟାପାର କହିଲେ ଅତ୍ୟୁକ୍ତି ହେବନାହିଁ। ବିରୋଧାଭାଷ ଓ ପରସ୍ପର ବିରୋଧୀ ପରିଦୃଶ୍ୟରେ ଭରା କ୍ୱାଣ୍ଟମ ମେକାନିକ୍ସର ତାତ୍ତ୍ୱିକ ନିଷ୍କର୍ଷ, ଯେମିତି କଣିକାଟିଏ ମଧ୍ୟ ତରଙ୍ଗ ପରି ବ୍ୟବହାର କରେ, ବିରୋଧାଭାଷ ପରିପୂର୍ଣ୍ଣ ଏକାଧିକ ପ୍ରାବସ୍ଥାର ଅଧ୍ୟାରୋପଣ(ସୁପରପୋଜିସନ୍‌)ର ଦୃଶ୍ୟମାନ ସ୍ବରୂପ ହିଁ ଗୋଟିଏ କଣିକା, ବହୁ ଦୂରରେ ଥିବା ଦୁଇଟି କଣିକା ଏକ ଓ ଏକାତ୍ମ ହୋଇପାରନ୍ତି ଫାନ୍ଦିତ ପ୍ରକ୍ରିୟା(ଏନ୍‌ଟାଙ୍ଗ୍‌ମେଣ୍ଟ) ବଳରେ। ଏପରି କଥାସବୁ ଦାର୍ଶନିକ ଦୃଷ୍ଟିକୋଣରୁ ବୁଝିହେବ। ସୂକ୍ଷ୍ମଜଗତ କ୍ୱାଣ୍ଟମ ଗତିଶାସ୍ତ୍ର ନିୟମ ଦ୍ୱାରା ପରିଚାଳିତ ହୁଏ ଓ ସ୍ଥୂଳଜଗତରେ କ୍ୱାଣ୍ଟମ ନିୟମ ସବୁ ପ୍ରଯୁଜ୍ୟ ନୁହେଁ ବୋଲି ଧରିନେଇ ବିଜ୍ଞାନ ଆଗେଇ ଚାଲିଥିଲା। ଏପରି ଏକ ଦ୍ୱନ୍ଦ୍ୱାତ୍ମକ ପରିଦୃଶ୍ୟରେ କ୍ଲାର୍କ, ଡେଭୋରେଟ୍‌ ଓ ମାଟିନିସ୍‌ଙ୍କ ଯୁଗାନ୍ତକାରୀ ଆବିଷ୍କାର କ୍ୱାଣ୍ଟମ ମେକାନିକ୍ସକୁ ନବଦିଗନ୍ତ ପ୍ରଦାନ କରିଛି। କ୍ୱାଣ୍ଟମ ମେକାନିକ୍ସର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଅବଧାରଣା କ୍ୱାଣ୍ଟମ ଟନେଲିଂକୁ ସ୍ଥୂଳଜଗତରେ ପ୍ରଦର୍ଶିତକରି ଇତିହାସ ରଚିଛନ୍ତି ଉପରୋକ୍ତ ୩ ଗବେଷକ ।
କ୍ୱାଣ୍ଟମ ଟନେଲିଂ – ତା’ହେଲେ କ’ଣ? ଆମେ ଯଦି ପେଣ୍ଡୁଟିଏ ନେଇ ତାକୁ ଗୋଟିଏ କାନ୍ଥ ଉପରକୁ ଫୋପାଡ଼ିବା କ’ଣ ହେବ? ପେଣ୍ଡୁଟି କାନ୍ଥରେ ଧକ୍କାହୋଇ ଆମ ଆଡ଼କୁ ଲେଉଟିଆସିବ। କ୍ୱାଣ୍ଟମ ମେକାନିକ୍ସ ମୁତାବକ ଅଣୁ ପରମାଣୁଙ୍କ ସୂକ୍ଷ୍ମଜଗତରେ କାନ୍ଥଟି ଅକ୍ଷତ ରହିବା ପୂର୍ବକ ପେଣ୍ଡୁଟି କାନ୍ଥ ଆରପାଖରେ ମିଳିବ। ବଡ଼ ଆଶ୍ଚର୍ଯ୍ୟ କଥା। କିନ୍ତୁ ପରୀକ୍ଷଣ ଦ୍ୱାରା ଏହା ପ୍ରତିପାତିତ ହୋଇସାରିଛି ଏବଂ ପ୍ରଯୁକ୍ତି ବିଦ୍ୟା ଏହି ଆବିଷ୍କାର ବଳରେ ବିପ୍ଳବ ଆଣିପାରିଛି। ଟ୍ରାଞ୍ଜିଷ୍ଟରର ବିକାଶରେ ଏହି କ୍ୱାଣ୍ଟମ୍‌ ଟନେଲିଂ ପ୍ରଭାବର ଅବଦାନ ଅବିସ୍ମରଣୀୟ। ନ୍ୟୁକ୍ଲିୟର ବିଖଣ୍ଡନ ମଧ୍ୟ କ୍ୱାଣ୍ଟମର ଟନେଲିଂ ଯୋଗୁ ସମ୍ଭବ ହୁଏ।
୧୯୭୩ ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରେ ସମ୍ମାନିତ ହେଲେ ବ୍ରିଆନ୍‌ ଯୋଶେଫ୍‌ସନ, ଲିଓ ଏସାକି, ଇଭାର ଗିଆଭର। ଅତି ପରିବାହୀ ବୈଦ୍ୟୁତିକ ପରିପଥ ଦୁଇଟିକୁ ଗୋଟିଏ ପତଳା ବିଦ୍ୟୁତ୍‌ କୁପରିବାହୀ ଦ୍ୱାରା ବିଚ୍ଛିନ୍ନ କରିରଖିଲେ ଏହି ପତଳା ବିଦ୍ୟୁତ୍‌ କୁପରିବାହୀ ପରସ୍ତକୁ ଯୋଶେଫସନ ଜଙ୍କସନ କୁହାଯିବ। ଊନବିଂଶ ଶତାବ୍ଦୀର ଅଶୀ ଦଶକରେ ଜନ୍‌ କ୍ଲାର୍କ, ମାଇକେଲ ଡେଭୋରେଟ୍‌ ଓ ଜନ୍‌ ମାର୍ଟିନିସ୍‌ ସ୍ଥୂଳଜଗତରେ କ୍ୱାଣ୍ଟମ ଟନେଲିଂ ପ୍ରକ୍ରିୟା ପ୍ରଦର୍ଶନ କରିବା ପାଇଁ ପରୀକ୍ଷଣଟିଏ ଆରମ୍ଭକଲେ। ଦୁଇପଟେ ଦୁଇଟି ଅତି ପରିବାହୀ ପରିପଥ ଓ ମଝିରେ ଯୋଶେଫସନ୍‌ ଜଙ୍କସନ୍‌। ଏପଟେ ଅତି ପରିବାହୀରେ ତରଙ୍ଗ ଫଳନ(ୱେଭ୍‌ର ଫଙ୍କସନ) ସାଇୱାନ ଓ ସେପଟେ ଅତି ପରିବାହୀରେ ତରଙ୍ଗ ଫଳନ(ୱେଭ୍‌ ଫଙ୍କସନ) ସାଇଟରୁ ବୋଲି ଜଣାପଡ଼ିଲା। ଅତି ପରିବାହୀର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଗୁଣହେଲା ଇଲେକ୍ଟ୍ରନ ଯୁଗଳ, କୁପର ପେୟାର ପରି ବ୍ୟବହାର କରନ୍ତି ଯାହାର ତାତ୍ତ୍ୱିକ ଅବଧାରଣା ଦେଇ ଲିଅନ୍‌ କୁପର, ଜନ୍‌ ବାର୍ଡିନ୍‌ ଓ ରବର୍ଟ ଶ୍ରୀଏଫର ୧୯୭୨ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଥିଲେ। ଇଲେକ୍ଟ୍ରନ୍‌ର ସ୍ପିନ୍‌ ଅଧା(୧/୨) ହୋଇଥିବାରୁ ଫର୍ମି-ଡିରାକଙ୍କ ପରିସଂଖ୍ୟାନ ମୁତାବକ ଦୁଇଟି ଇଲେକ୍ଟ୍ରନ୍‌ର ତରଙ୍ଗ ଫଳନ(ୱେଭ୍‌ ଫଙ୍କସନ) ଭିନ୍ନ ଭିନ୍ନ ହୋଇଥାଏ ଓ ଦୁଇଟି ଇଲେକ୍ଟ୍ରନ ଯୁଗଳ(କୁପର ପେୟାର) ଅପରିବାହୀରେ ଗୋଟିଏ ସ୍ଥାନରେ ରହିପାରନ୍ତି ଓ ପରିବାହୀ ସାରା ସମସ୍ତ ଇଲେକ୍ଟ୍ରନ ଯୁଗଳ(କୁପର ପେୟାର)ର ତରଙ୍ଗ ଫଳନ(ୱେଭ୍‌ ଫଙ୍କସନ) ଗୋଟିଏ ହୋଇପାରେ ସାଇୱାନ୍‌। କାରଣ ଇଲେକ୍ଟ୍ରନ ଯୁଗଳ(କୁପର ପେୟାର)ର ସ୍ପିନ୍‌ ଏକ(୧) ହୋଇଥାଏ।
ଗବେଷକ ତ୍ରୟୀ ଯୋଶେଫସନ୍‌ ଜଙ୍କସନ ଦେଇ ଅତି ଦୁର୍ବଳ ବିଦ୍ୟୁତ୍‌ ସ୍ରୋତ(କରେଣ୍ଟ) ଦେଲେ ଓ ବିଭବାନ୍ତର(ଭୋଲ୍‌ଟେଜ୍‌) ମାପିଲେ। ପ୍ରଥମେ ବିଭବାନ୍ତର ଶୂନ ଥିଲା। ଧୀରେ ଧୀରେ ବିଦ୍ୟୁତ୍‌ ସ୍ରୋତର ମାତ୍ରା ବଢ଼ାଇ ସେମାନେ ସମୀମ ମୂଲ୍ୟର ବିଦ୍ୟୁତ୍‌ ବିଭବାନ୍ତର ଦେଖିଲେ ଏହି ସାମଗ୍ରିକ ପରିପଥରେ। ଏପଟର ୱେଭ୍‌ ଫଙ୍କସନ, ଯୋଶେଫସନ୍‌ ଜଙ୍କସନ୍‌ର ଆରପଟର ୱେଭ୍‌ ଫଙ୍କସନ ସହ ସମାନ ବୋଲି ଜଣାପଡ଼ିଲା। ଏହି ଅତି ପରିବାହୀ ହାତ ପାପୁଲି ଆକାରର ଏବଂ ଏପରି ସ୍ଥୂଳ ପରିସରରେ ମଧ୍ୟ କ୍ୱାଣ୍ଟମ ଟନେଲିଂ ଦେଖାଯାଇପାରିଲା ଓ ଏବର୍ଷ କ୍ଲାର୍କ, ଡେଭୋରେଟ୍‌ ଓ ମାର୍ଟିନିସ୍‌ ନୋବେଲ ପୁରସ୍କାରରେ ସମ୍ମାନିତ ହେବେ। ଶୂନ ବିଭବାନ୍ତର ପ୍ରବସ୍ଥାରୁ, ସମୀମ ବିଭବାନ୍ତର ପ୍ରମାଣିତ କଲା, କିପରି ବିଦ୍ୟୁତ୍‌ ସ୍ରୋତ ପରିରୋଧୀ କାନ୍ଥ ଆରପାଖକୁ ଚାଲିଗଲା। ଅର୍ଥାତ୍‌ ସ୍ଥୂଳ ପରିପଥରେ ଟନେଲିଂ ପ୍ରଭାବ ଦୃଷ୍ଟିଗୋଚର ହେଲା। ଏ ଆବିଷ୍କାର ପ୍ରଯୁକ୍ତି ବିଦ୍ୟା ବିପ୍ଲବରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ କହିଲେ ଅତ୍ୟୁକ୍ତି ହେବନାହିଁ।
ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,
ହିମାଚଳ ପ୍ରଦେଶ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri