ଭୁବନେଶ୍ୱର,୧୪।୧୦: କ୍ୱାଣ୍ଟମ ଏଏମ୍ସିର ନୂତନ ଉତ୍ପାଦ ‘କ୍ୱାଣ୍ଟମ ସ୍ମଲ୍ କ୍ୟାପ୍ ଫଣ୍ଡ’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଏକ ନୂଆ ଫଣ୍ଡ ଅଫର (ଏନ୍ଏଫ୍ଓ)ର ଶୁଭାରମ୍ଭ କରାଯାଇଛି। ଏହ ଅଫର ୨୦୨୩ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉପଲବ୍ଧ। ଏ ସମ୍ପର୍କରେ କ୍ୱାଣ୍ଟମ ଏଏମ୍ସିର ମୁଖ୍ୟ ନିବେଶ ଅଧିକାରୀ ଓ ଫଣ୍ଡ ପରିଚାଳକ ଚିରାଗ ମେହେତା କହିଥିଲେ, ଆମର ସ୍ମଲ୍ କ୍ୟାପ୍ ଫଣ୍ଡ,ସେହି ନିବେଶକମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି, ଯେଉଁମାନେ ପୁଞ୍ଜିର ଦୀର୍ଘକାଳୀନ ମୂଲ୍ୟ ବୃଦ୍ଧି ଚାହୁଁଛନ୍ତି। ଏପରିକି ଆମେ ଦେଖିଛୁ ଯେ ଦୀର୍ଘ ଅବଧିରେ ସ୍ମଲ କ୍ୟାପ ଷ୍ଟକ୍ଗୁଡ଼ିକ ଭଲ ରିଟର୍ନ ଦେବାର କ୍ଷମତା ପ୍ରଦର୍ଶନ କରିଛନ୍ତି। ଏପରିକି ଆମର ଗ୍ରାହକମାନଙ୍କ ପାଇଁ ଭଲ ରିଟର୍ନ ନିଶ୍ଚିତ କରିବାକୁ ଆମେ ବୃଦ୍ଧିର ସମ୍ଭାବନା ଥିବା ସ୍ବଳ୍ପ-ପରିଚିତ ଓ ଛୋଟ ବ୍ୟବସାୟରେ ନିବେଶ କରିବୁ। ବିଶେଷ କରି ସମୟ ଅନୁସାରେ ଏହି କମ୍ପାନୀଗୁଡ଼ିକ ସେମାନଙ୍କର ରାଜସ୍ବ ଓ ଆୟ ବୃଦ୍ଧି ଯାହା ଆମର ନିବେଶକମାନଙ୍କ ପାଇଁ ଭଲ ରିଟର୍ନ ନିଶ୍ଚିତ କରିପାରିବ। ସେହିଭଳି କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ (ଇକ୍ୱିଟି, ପ୍ରଯୋଜକ ଏବଂ ପରାମର୍ଶଦାତା)ର ଏମ୍ଡି ତଥା ଗ୍ରୁପ୍ ହେଡ୍ ଆଇ.ଭି.ସୁବ୍ରମଣ୍ୟୟମ କହିଛନ୍ତି, ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ଆବିର୍ଭୂତ ହୋଇଥିବା ଷ୍ଟାର୍ଟଅପ୍ଗୁଡ଼ିକରୁ ଅନେକ ସଂସ୍ଥା ପରିଶେଷରେ ସ୍ମଲ୍-କ୍ୟାପ୍ କମ୍ପାନୀ ଭାବେ ତାଲିକାଭୁକ୍ତ ହୋଇପାରିବେ ଏବଂ ମିଡ ୍କିମ୍ବା ଲାର୍ଜ-କ୍ୟାପ୍ ସ୍ପେସ୍ରେ ଏକ ବଡ଼ କମ୍ପାନୀରେ ପରିଣତ ହୋଇପାରିବେ। ଅର୍ଥନୀତିର ଅଭିବୃଦ୍ଧି କେବଳ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ନୁହେଁ, ବରଂ ଗତ କିଛି ବର୍ଷ ମଧ୍ୟରେ ଆବିର୍ଭୂତ ହୋଇଥିବା ଅନେକ ଷ୍ଟାର୍ଟଅପ୍ର ଦ୍ରୁତ ଅଭିବୃଦ୍ଧି ଦ୍ୱାରା ପରିଚାଳିତ ହେବ। ୨୦୦୬ଠାରୁ ସୁଚିନ୍ତିତ ପୋର୍ଟଫୋଲିଓ ପରିଚାଳନା ଏବଂ ବଜାର ସ୍ଥିତି ସହ ଅନୁକୂଳତାକୁ ପ୍ରଦର୍ଶନ କରୁଥିବା ପ୍ରମାଣିତ ଟ୍ରାକ୍ ରେକର୍ଡ ସହ କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ କ୍ୱାଣ୍ଟମ ସ୍ମଲ୍ କ୍ୟାପ୍ ଫଣ୍ଡ ସହ ଏହାର ନିବେଶକମାନଙ୍କ ପୋର୍ଟଫୋଲିଓକୁ ବଢାଇବା ପାଇଁ ଭଲ ସ୍ଥିତିରେ ଅଛି।
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି
ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
ଶେଷରେ ନଇଁଲେ ଟ୍ରମ୍ପ୍! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’
ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…
କୁଏଟ୍ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
Archives

