ଭୁବନେଶ୍ୱର,୧୪।୧୦: କ୍ୱାଣ୍ଟମ ଏଏମ୍ସିର ନୂତନ ଉତ୍ପାଦ ‘କ୍ୱାଣ୍ଟମ ସ୍ମଲ୍ କ୍ୟାପ୍ ଫଣ୍ଡ’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଏକ ନୂଆ ଫଣ୍ଡ ଅଫର (ଏନ୍ଏଫ୍ଓ)ର ଶୁଭାରମ୍ଭ କରାଯାଇଛି। ଏହ ଅଫର ୨୦୨୩ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉପଲବ୍ଧ। ଏ ସମ୍ପର୍କରେ କ୍ୱାଣ୍ଟମ ଏଏମ୍ସିର ମୁଖ୍ୟ ନିବେଶ ଅଧିକାରୀ ଓ ଫଣ୍ଡ ପରିଚାଳକ ଚିରାଗ ମେହେତା କହିଥିଲେ, ଆମର ସ୍ମଲ୍ କ୍ୟାପ୍ ଫଣ୍ଡ,ସେହି ନିବେଶକମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି, ଯେଉଁମାନେ ପୁଞ୍ଜିର ଦୀର୍ଘକାଳୀନ ମୂଲ୍ୟ ବୃଦ୍ଧି ଚାହୁଁଛନ୍ତି। ଏପରିକି ଆମେ ଦେଖିଛୁ ଯେ ଦୀର୍ଘ ଅବଧିରେ ସ୍ମଲ କ୍ୟାପ ଷ୍ଟକ୍ଗୁଡ଼ିକ ଭଲ ରିଟର୍ନ ଦେବାର କ୍ଷମତା ପ୍ରଦର୍ଶନ କରିଛନ୍ତି। ଏପରିକି ଆମର ଗ୍ରାହକମାନଙ୍କ ପାଇଁ ଭଲ ରିଟର୍ନ ନିଶ୍ଚିତ କରିବାକୁ ଆମେ ବୃଦ୍ଧିର ସମ୍ଭାବନା ଥିବା ସ୍ବଳ୍ପ-ପରିଚିତ ଓ ଛୋଟ ବ୍ୟବସାୟରେ ନିବେଶ କରିବୁ। ବିଶେଷ କରି ସମୟ ଅନୁସାରେ ଏହି କମ୍ପାନୀଗୁଡ଼ିକ ସେମାନଙ୍କର ରାଜସ୍ବ ଓ ଆୟ ବୃଦ୍ଧି ଯାହା ଆମର ନିବେଶକମାନଙ୍କ ପାଇଁ ଭଲ ରିଟର୍ନ ନିଶ୍ଚିତ କରିପାରିବ। ସେହିଭଳି କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ (ଇକ୍ୱିଟି, ପ୍ରଯୋଜକ ଏବଂ ପରାମର୍ଶଦାତା)ର ଏମ୍ଡି ତଥା ଗ୍ରୁପ୍ ହେଡ୍ ଆଇ.ଭି.ସୁବ୍ରମଣ୍ୟୟମ କହିଛନ୍ତି, ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ଆବିର୍ଭୂତ ହୋଇଥିବା ଷ୍ଟାର୍ଟଅପ୍ଗୁଡ଼ିକରୁ ଅନେକ ସଂସ୍ଥା ପରିଶେଷରେ ସ୍ମଲ୍-କ୍ୟାପ୍ କମ୍ପାନୀ ଭାବେ ତାଲିକାଭୁକ୍ତ ହୋଇପାରିବେ ଏବଂ ମିଡ ୍କିମ୍ବା ଲାର୍ଜ-କ୍ୟାପ୍ ସ୍ପେସ୍ରେ ଏକ ବଡ଼ କମ୍ପାନୀରେ ପରିଣତ ହୋଇପାରିବେ। ଅର୍ଥନୀତିର ଅଭିବୃଦ୍ଧି କେବଳ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ନୁହେଁ, ବରଂ ଗତ କିଛି ବର୍ଷ ମଧ୍ୟରେ ଆବିର୍ଭୂତ ହୋଇଥିବା ଅନେକ ଷ୍ଟାର୍ଟଅପ୍ର ଦ୍ରୁତ ଅଭିବୃଦ୍ଧି ଦ୍ୱାରା ପରିଚାଳିତ ହେବ। ୨୦୦୬ଠାରୁ ସୁଚିନ୍ତିତ ପୋର୍ଟଫୋଲିଓ ପରିଚାଳନା ଏବଂ ବଜାର ସ୍ଥିତି ସହ ଅନୁକୂଳତାକୁ ପ୍ରଦର୍ଶନ କରୁଥିବା ପ୍ରମାଣିତ ଟ୍ରାକ୍ ରେକର୍ଡ ସହ କ୍ୱାଣ୍ଟମ ମ୍ୟୁଚୁଆଲ ଫଣ୍ଡ କ୍ୱାଣ୍ଟମ ସ୍ମଲ୍ କ୍ୟାପ୍ ଫଣ୍ଡ ସହ ଏହାର ନିବେଶକମାନଙ୍କ ପୋର୍ଟଫୋଲିଓକୁ ବଢାଇବା ପାଇଁ ଭଲ ସ୍ଥିତିରେ ଅଛି।
ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ
ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...
ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା
ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...
ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା
ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍!
ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...
ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ
ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...
ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍ ପିପୁଲ ତାଲିକାରେ ଶାହରୁଖ୍
ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...
Archives


